Author: Purva Paksha

ଭାରତ ସ୍ୱାଧିନ ହେବା ପରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଆଶଙ୍କା ଥିଲା ଯେ, ଗୋଟିଏ ଅଶିକ୍ଷିତ ରାଷ୍ଟ୍ରରେ ଗଣତନ୍ତ୍ର କେତେ ସଫଳ ହେବ? ଆରମ୍ଭରୁ ପାଶ୍ଚାତ୍ୟ ରାଜନୈତିକ ବିଶେଷଜ୍ଞ ଭାରତରେ ଗଣତନ୍ତ୍ରର ଅପମୃତ୍ୟୁର ଭବିଷ୍ୟବାଣୀ କରିଥିଲେ। କିନ୍ତୁ ସେମାନଙ୍କ ଆଶଙ୍କାକୁ ଅମୁଳକ ସାବ୍ୟସ୍ତ କରି ଭାରତରେ ଗଣତନ୍ତ୍ର ୭୦ ବର୍ଷରୁ ଅଧିକ ବର୍ଷ ଧରି ଛିଡ଼ା ହୋଇଛି ଓ ଶସକ୍ତ ହେଉଛି। ଯେଉଁମାନେ ଦିନେ ଭାରତରେ ଗଣତନ୍ତ୍ରର ସ୍ଥାୟିତ୍ୱକୁ ନେଇ ସନ୍ଦେହରେ ଥିଲେ ଏବେ ସେମାନେ ଭାରତକୁ ବୃହତ୍ତମ ଗଣତନ୍ତ୍ର କହିବାକୁ କୁଣ୍ଠାବୋଧ କରୁନାହାନ୍ତି। ଏସବୁ ସତ୍ତ୍ୱେ ଭାରତୀୟ ଗଣତନ୍ତ୍ରକୁ ଏହା ଭିତରୁ ହିଁ ବିପଦ ଅଛି। ବୁଥ୍ କବଜା ଭଳି ବିହାରୀ ମଡେଲ ଏବେ ପୁରୁଣା ହେଇଗଲାଣି। ଏଥିପାଇଁ ଟିଏନ୍ ଶେଷାନଙ୍କୁ ଧନ୍ୟବାଦ ଦେବାକୁ ଭାରତ ବାଧ୍ୟ କିନ୍ତୁ ଆଉ ଗୋଟିଏ ରୋଗ ଭାରତୀୟ ଗଣତନ୍ତ୍ର ଏବଂ ଏହାର ରାଜନୈତିକ ଦଳଙ୍କୁ ଗ୍ରାସ କରିଛି। ଯେକୌଣସି ମତେ କ୍ଷମତାକୁ ଆସିବାର ଇଛାରେ…

Read More