Author: Purva Paksha

ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟନକୁ ଅପେକ୍ଷା। ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଥିବା ଏହି ସମ୍ମେଳନ ଉଭୟ ବିଶ୍ୱ ତଥା ଘରୋଇ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ଦିଷ୍ଟ। ଏଥିରେ ଓଡ଼ିଶା ତା’ର ଶିଳ୍ପ ଦକ୍ଷତା ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଚି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିବେ। ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ଷ୍ଟାର୍ଟ ଅପ୍ ଓଡ଼ିଶା, ଓଡ଼ିଶାରେ ଦକ୍ଷ ଏବଂ ମହିଳା ଉଦ୍ୟୋଗୀ ବିଷୟରେ ତିନିଟି ମୁଖ୍ୟ ବିଷୟବସ୍ତୁକୁ କେନ୍ଦ୍ର କରିବ। ଓଡ଼ିଶା ସରକାରଙ୍କ ଶିଳ୍ପ ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଅନ୍ତର୍ଭୂକ୍ତ ତଥା ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରୁଥିବା ଏହି କନକ୍ଲେଭ ଓଡ଼ିଶାକୁ ବିଶ୍ୱ ଶିଳ୍ପ କେନ୍ଦ୍ର…

Read More