Author: Purva Paksha

ବିଜୁ ଜନତା ଦଳରେ ଫାଟ କିଛି ନୂଆ କଥା ନୁହେଁ। ଏହା ସମସ୍ତେ ଜାଣନ୍ତି କିନ୍ତୁ ବାହାରକୁ ଆସେ ନାହିଁ। ହେଲେ ବିଧାନସଭାର ମୌସୁମୀ ଅଧିବେଶରେ ଯାହା ଘଟିଲା ତାହା ସ୍ପଷ୍ଟ ସୂଚାଇ ଦେଇଛି ଯେ ଏ ଫାଟ ଆଉ ଦଳ ଭିତରେ ନବୀନ ନିବାସରେ ବା ଶଙ୍ଖ ଭବନରେ ସୀମିତ ନାହିଁ ବରଂ ଅଫିସିଆଲ ହେବାକୁ ଯାଉଛି। ବିଧାନସଭାରେ ଏହି ଫାଟ ବିଭାଜନ ଆଡ଼କୁ ମୁହାଁଉଥିବାର ଆଭାସ ଦେଉଛି। ବିଧାନସଭାକୁ ଚଳାଇ ନ ଦେବା ଲାଗି ବିଜୁ ଜନତା ଦଳର କେହି ଜଣେ ମୁଖିଆ ଗୋପନ ଆଦେଶ ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଏ ନେତା କିଏ ଯିଏ ଏପରି ଆଦେଶ ଦେଇପାରେ? କାହିଁକି ଏପରି ଆଦେଶ ଦିଆଯାଇପାରେ ଆଉ ଏହାର ପରିଣତି କ’ଣ ହେବ ସେ ବିଷୟରେ ଏକ ଗଭୀର ଅନୁଶୀଳନ। ନବୀନ କାହିଁକି ବିଧାନସଭାକୁ ଆସୁନାହାନ୍ତି ମୌସୁମୀ ଅଧିବେଶନ ସ୍ୱଳ୍ପ ସମୟ ପାଇଁ ଚାଲିଥିଲେ ମଧ୍ୟ କୌଣସି…

Read More