Author: Purva Paksha

DEEPSEEK: ଚୀନ୍‍ର ଏଆଇ ବଟ୍ ଡିପ୍‍ସିକ୍ ଲଞ୍ଚ୍ ହେବା ପରେ ଆମେରିକୀୟ ଟେକ୍ କମ୍ପାନିଗୁଡ଼ିକରେ ହଇଚଇ ସୃଷ୍ଟି ହୋଇଛି। ବାସ୍ତବରେ ଏହି କାରଣରୁ ନିଭିଡିଆ ନାମକ ଏକ ଆମେରିକୀୟ କମ୍ପାନୀ ଗୋଟିଏ ଦିନରେ ୬୦୦ ବିଲିୟନ ବା ପାଖାପାଖି ୫୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣା ପରେ ଆମେରିକୀୟ କମ୍ପାନିଗୁଡ଼ିକୁ ସତର୍କ ରହିବାକୁ କହିଛନ୍ତି। ଏଥିସହିତ ଚୀନର ଅତ୍ୟାଧୁନିକ ସେମିକଣ୍ଡକ୍ଟର ଟେକ୍ନୋଲୋଜିର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଚର୍ଚ୍ଚା ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବିଶ୍ୱର ନଜର ଆମେରିକା ଓ ୟୁରୋପ ଉପରେ ରହିଛି। କିନ୍ତୁ ଏହା ଭିତରେ ଚୀନ୍ ଏମିତି କିଛି କରିଛି ଯାହା ଗୁଗଲ, ଚାଟ୍‍ ଜିପିଟି ଭଳି ନାମିଦାମୀଙ୍କ ନିଦ ଉଡାଇ ଦେଇଛି। ଡିପ୍‍ସିକ୍ ରିଲିଜ୍ ଖବର ଆସିବା ସହିତ ସୋମବାର ଦିନ ଏସିଆ, ୟୁରୋପ ଓ ଆମେରିକା ବଜାରରେ ଭୂକମ୍ପ ଆସିଥିଲା। ତିନି ମହାଦେଶର…

Read More