Author: Purva Paksha

ଓଡ଼ିଶା ମନ୍ତ୍ରିମଣ୍ଡଳକୁ ନେଇ ଅନେକ ଚର୍ଚ୍ଚା ଅତୀତରେ ହୋଇଛି। ତଥାପି ୧୫ ମାସ ବିତିଗଲାଣି ନା ଏଠାରେ ସମ୍ପ୍ରସାରଣ ହେଉଛି ନା ଅଦଳ ବଦଳ। ଅର୍ଥାତ୍‍ ପରସ୍ପର ଭିତରେ ଆସ୍ଥା, ବିଶ୍ୱାସର ଅଭାବ ଯୋଗୁ ଏକ ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇଛି। ବୋଧହୁଏ ଅନ୍ୟ କୌଣସି ରାଜ୍ୟରେ ବିଜେପିର ପ୍ରଥମ ସରକାରରେ ଏପରି ଏକ ଅବସ୍ଥା ହୋଇନଥିବ ଯେମିତି ଆମ ରାଜ୍ୟରେ ଦେଖିବାକୁ ମିଳୁଛି। ଲୁହା କଅଁଳ ହେଲେ ବିଲେଇ କାମୁଡ଼ିବା ଭଳି ମନ୍ତ୍ରୀମାନେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମୋହନ ଚରଣ ମାଝୀଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଏହି ତାଲିକାର ଶୀର୍ଷରେ ରହିଛନ୍ତି କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହାଙ୍କ ଧାରାରେ ମନ୍ତ୍ରିମଣ୍ଡଳରେ ଆହୁରି କିଛି ମନ୍ତ୍ରୀ ବି ରହିଛନ୍ତି। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି। ପ୍ରଶ୍ନ ଉଠୁଛି ଏମାନଙ୍କର ଏପରି ସାହସ ପଛରେ କିଏ ସେହି ବାହୁବଳୀ ନେତା? କାହା ବାହୁବଳରେ ବଳୀୟାନ…

Read More