Author: Purva Paksha

ଏକଦା ଓଡ଼ିଶା ବିଜେପିର ଧ୍ରୁବତାରା ସାଜିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ରାଜ୍ୟ ସଂଗଠନରେ କମ୍‍ ଦିଶୁଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କର ଦୃଶ୍ୟମାନତା କ୍ରମଶଃ କମିବାରେ ଲାଗିଛି। ଏପରିକି ଯେତେବେଳେ ହାଇପ୍ରୋଫାଇଲ୍‍ ବୈଠକ କିମ୍ବା ସାଧାରଣସଭା ହେଉଛି ସେତେବେଳେ ତାଙ୍କୁ ଦୂରରେ ରଖାଯାଉଛି। ମନ୍ତ୍ରିମଣ୍ଡଳରେ ତାଙ୍କର ଅନୁଗତ ମନ୍ତ୍ରୀମାନେ ଥିଲେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଜବରଦସ୍ତ ନୀଚ୍ଚା ଦେଖାଇବାକୁ ପ୍ରୟାସ ହେଉଛି। ନିକଟ ଅତୀତର ଅନେକ ଘଟଣା ଏହାର ସାକ୍ଷୀ ରହିଛି। ଆଉ ଯେଉଁଭଳି ଭାବେ ଏହା ଦିନକୁ ଦିନ ଅଧିକ ଘନୀଭୂତ ହେଉଛି ତାହା ଧର୍ମେନ୍ଦ୍ରଙ୍କୁ ନେଇ ରାଜ୍ୟ ବିଜେପିର ଅସନ୍ତୋଷକୁ ପଦାରେ ପକାଉଛି। ଏ ବିଷୟକୁ ଅଧିକ ଅନୁଶୀଳନ କରିବା। ଏବେ ଗୁରୁତ୍ୱହୀନ ଧର୍ମେନ୍ଦ୍ର ଦିନ ଥିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ନ ହେଲେ ରାଜ୍ୟ ବିଜେପିରେ କୌଣସି କାର୍ଯ୍ୟକ୍ରମ ଅନୁକୂଳ ହେଉନଥିଲା। କେନ୍ଦ୍ର ନେତାମାନେ ଓଡ଼ିଶା କଥା ଭାବିବାକୁ ବି ସାହସ ପାଉନଥିଲେ। ଓଡ଼ିଶାରେ…

Read More