Author: Purva Paksha

SupremeCourt: ୧୦ ପ୍ରତିଶତରୁ କମ୍‍ କିମ୍ବା ୨-୫ ଜଣ ଆଡହକ୍ ବିଚାରପତି ନିଯୁକ୍ତି ପାଇଁ ହାଇକୋର୍ଟ ସୁପାରିସ କରିପାରିବେ। ଅପରାଧିକ ଆବେଦନର ଶୁଣାଣି କରୁଥିବା ଖଣ୍ଡପୀଠରେ ସେମାନେ କନିଷ୍ଠ ବିଚାରପତିଭାବେ ବସିବେ। ହାଇକୋର୍ଟରେ ଆଡହକ୍ ବିଚାରପତି ନିଯୁକ୍ତି ପାଇଁ ଥିବା ସର୍ତ୍ତକୁ କୋହଳ କରି ସୁପ୍ରିମକୋର୍ଟ ୨୦୨୧ ଏପ୍ରିଲ ରାୟରେ ସର୍ତ୍ତକୁ ସ୍ଥଗିତ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସମ୍ବିଧାନର ଧାରା ୨୨୪ ଅନୁଯାୟୀ ଆଡହକ୍‍ ବିଚାରପତିଙ୍କୁ କେବଳ ସେତେବେଳେ ନିଯୁକ୍ତି ଦିଆଯାଇପାରିବ ଯଦି ଖାଲି ପଡ଼ିଥିବା ପଦବୀ ମଞ୍ଜୁରୀପ୍ରାପ୍ତ ସଂଖ୍ୟାର ୨୦% ରୁ ଅଧିକ ହେବ। ଧାରା ୨୨୪ଏ ଅନୁଯାୟୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ହାଇକୋର୍ଟ ବିଚାରପତିଭାବେ ନିଯୁକ୍ତି ଦିଆଯାଇପାରିବ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗବାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲା, ବିଶେଷ କରି ଅପରାଧିକ ଆପିଲ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଡହକ୍ ବିଚାରପତି ନିଯୁକ୍ତିକୁ ସହଜ କରିବା ପାଇଁ ଏହି…

Read More