Author: Purva Paksha

ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବର୍ଷର ବହୁ ପ୍ରଚାରିତ ମହାକୁମ୍ଭ ଉତ୍ସବ ବୁଧବାରର ଅତ୍ୟନ୍ତ ଶୋକାବହ ଅଘଟଣ ଯୋଗୁଁ ଭିନ୍ନ ଚର୍ଚ୍ଚାକୁ ଆସିଛି। ପ୍ରତି ୧୨ ବର୍ଷରେ ଭାରତରେ ୪ଟି ତୀର୍ଥ ସ୍ଥାନରେ ହେଉଥିବା ଏହି ଧାର୍ମିକ କାର୍ଯ୍ୟକ୍ରମ ଦେଶର ସଂଖ୍ୟାଗରିଷ୍ଠ ହିନ୍ଦୁ ସମ୍ପ୍ରଦାୟ ଲାଗି ଏକ ଉଲ୍ଲେଖନୀୟ ଆଧାତ୍ମିକ ତଥା ସାଂସ୍କୃତିକ ଉତ୍ସବ। କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଶାସନରେ ଥିବା ହିନ୍ଦୁବାଦୀ ବିଜେପି କୁମ୍ଭମେଳାକୁ ସମସ୍ତ ପ୍ରକାର ଶ୍ରେଷ୍ଠତ୍ୱ ସହ ଉପସ୍ଥାପିତ କରିବା ସ୍ୱାଭାବିକ। ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଲାହାବାଦ ସହରର ନାମକୁ ବଦଳାଇ ପ୍ରୟାଗରାଜ କରିବା ପରେ ଏହି ସହରର ଗୁରୁତ୍ୱ ପ୍ରତିପାଦିତ ହୋଇଛି। ମହାକୁମ୍ଭର ବିସ୍ତୃତ ପ୍ରଚାର ପ୍ରସାରଦ୍ୱାରା ପର୍ଯ୍ୟଟନ ଅର୍ଥନୀତିକୁ ଦୃଢ଼ କରିବା ପାଇଁ  ପ୍ରୟାସ ଜାରି ରଖିଛନ୍ତ ଉତ୍ତର ପ୍ରଦେଶ ସରକାର। ବୁଧବାର ପବିତ୍ର ମୌନି ଅମାବାସ୍ୟାରେ ସଙ୍ଗମ ଅଞ୍ଚଳରେ କୋଟି କୋଟି ତୀର୍ଥଯାତ୍ରୀ ପବିତ୍ର ବୁଡ଼ ପକାଇବା ପାଇଁ ପ୍ରୟାସ କରିବାରୁ ଦଳଚକଟା ହୋଇ…

Read More