Author: Purva Paksha

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପୁଣିଥରେ ରାଜ୍ୟ ରାଜନୀତିକୁ ଆକ୍ରାନ୍ତ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କ ଝିଅ ଓ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିବା ପରେ ଏବେ ପୁଲିସ ଉପରେ ସନ୍ଦେହ ବଢ଼ିଛି। ରାଜ୍ୟର ପୁଲିସ ରାଜନୀତିକ ହାତବାରିସୀ ହୋଇ ସେତେବେଳେ ଜଣେ ନିର୍ଦ୍ଦୋଷଙ୍କୁ ଫସାଇ ଦେଇଥିଲା କି ବୋଲି ପ୍ରଶ୍ନ ଉଠିଛି। ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ପଛରେ ବି ପୁଲିସ ତଦନ୍ତ ବାଟବଣା ହୋଇଥିବା ନେଇ ତାଙ୍କ ପରିବାର ସନ୍ଦେହ କରିଥିଲେ। ଏବେ ପ୍ରଶ୍ନ ଏ ସନ୍ଦେହକୁ ଉନ୍ମୋଚନ କରିବା ପାଇଁ ବଦଳିଥିବା ସରକାର କ’ଣ ପଦକ୍ଷେପ ଗ୍ରହଣ କରିପାରିବେ? ୨୪ ବର୍ଷର ସରକାର ସିନା ହଟିଛି କିନ୍ତୁ ବିଜେପି ଲବିରେ ସେ ଦଳର ପ୍ରଭାବ କମି ନାହିଁ। ଏଣୁ ଏପରି ପ୍ରଶ୍ନ ଓ ସନ୍ଦେହ କି ରୂପ ନେବ ତାହା ବି ଆଶଙ୍କିତ ହେବା ସ୍ୱାଭାବିକ।…

Read More