Author: Purva Paksha

ଓଡ଼ିଶା ରାଜନୀତିରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତା ଉପଭୋଗ କରିଥିବା ନେତା କିଏ ବୋଲି ପ୍ରଶ୍ନ ହେଲେ ଉତ୍ତର ଆସିବ ସେ ହେଉଛନ୍ତି ଓଡ଼ିଶା ତଥା ଦେଶର ରାଜନୀତିରେ ପ୍ରବାଦ ପୁରୁଷ ଭାବେ ପରିଚିତ ବିଜୁ ପଟ୍ଟନାୟକଙ୍କ ସାନପୁଅ ନବୀନ ପଟ୍ଟନାୟକ। ସେ ମୁଖ୍ୟମନ୍ତ୍ରୀ ପଦରୁ ଯାଇ ବିରୋଧୀଦଳ ନେତା ହେବା ପରେ ଆଉ ରାଜ୍ୟ ରାଜନୀତିରେ ଦିଶୁ ନାହାନ୍ତି। ବିଧାନସଭାର ଅଧିବେଶନ କଥା ଛାଡ଼ନ୍ତୁ ସେ ଲୋକମାନଙ୍କ ଗହଣକୁ ବି ଆସୁନାହାନ୍ତି। ଯେଉଁ ଗଣେଶ ପୂଜା ଓ ଦୁର୍ଗାପୂଜା ମେଢ଼ ବୁଲା ସମୟରେ ସେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଥିଲେ, ଏବେ ସେପରି କୌଣସି ଲୋକମାନଙ୍କ ଗହଣରେ ସେ ଆଉ ବିଜେ ହେଉ ନାହାନ୍ତି। ଏହାର ଅର୍ଥ ଯେ ତାଙ୍କର ନିକଟ ଅତୀତର ଅସ୍ତ୍ରୋପଚାର ବା ଅସୁସ୍ଥତା ଯୋଗୁ ନୁହେଁ, ବରଂ ସେ ସୁସ୍ଥ ଅଛନ୍ତି ଓ ବିନା ଆଶ୍ରୟରେ ଏବେ ଚାଲିବୁଲି ପାରୁଛନ୍ତି।…

Read More