Author: Purva Paksha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍‍ଦର୍ଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଆଜି ଲୋକସଭାରେ ଏକ ଐତିହାସିକ ବଜେଟ୍‍ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଗତ କରିଛନ୍ତି। ଏଥର ବଜେଟ୍‍ର ଆକାର ରେକର୍ଡ ୫୦ ଲକ୍ଷ ୬୫ହାଜର କୋଟି ଟଙ୍କା ଯାହା ଦେଶର ପ୍ରଗତି ଏବଂ ବିକାଶକୁ ଏକ ନୂତନ ଦିଗ ପ୍ରଦାନ କରିବ। ସାମଗ୍ରିକଭାବେ ଚଳିତ ବଜେଟ୍‍ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଚାଷୀ, ଦିନ ମଜୁରିଆ, ମଧ୍ୟମ ବର୍ଗ, ଚାକିରିଆ, ମହିଳା, ଯୁବ, ଛାତ୍ର ସମସ୍ତଙ୍କ ପାଇଁ ଏହି ବଜେଟରେ କିଛି ନା କିଛି ଭଲ ଖବର ଅଛି। ମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ ହୋଇଛନ୍ତି। ଆପଣମାନଙ୍କର ମନେଥିବ, ଗତକାଲି ସଂସଦ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ମାନନୀୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆଗତ ହେବାକୁ ଥିବା ବଜେଟରେ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ମା’ ଲକ୍ଷ୍ମୀ କୃପାଦୃଷ୍ଟି ବର୍ଷିବ,…

Read More