Author: Purva Paksha

Bhubaneswar railway station: ଭାରତୀୟ ରେଳବାଇର ଅମୃତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର ରେଳ ଷ୍ଟେସନର ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ଏକ ଉନ୍ନତ ଡ୍ରାଇଭୱେକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ଲିଫ୍ଟ, ଏସ୍କେଲେଟର ଏବଂ ପାର୍କିଂ ଭଳି ନୂତନ ସୁବିଧା ଅନ୍ତର୍ଭୁକ୍ତ। ଭୁବନେଶ୍ୱର ରେଳ ଷ୍ଟେସନର ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ଚାଲିଥିବା ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପର ଏକ ଅଂଶ ଭାବରେ ଏକ ଉନ୍ନତ ଆପ୍ରୋଚ ଆଣ୍ଡ ଏକ୍‍ଜିଟ ରୋଡ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏଲିଭେଟେଡ୍ ଡ୍ରାଇଭୱେ ନିର୍ମାଣ ପାଇଁ ଆବଶ୍ୟକ ଜମି ଆବଣ୍ଟନ କରିବେ। ଏହାବ୍ୟତୀତ ଷ୍ଟେସନ ପରିସରରେ ପାର୍କିଂ ଏରିଆ ଓ ବାଣିଜ୍ୟିକ ସ୍ଥାନର ବିକାଶ ପାଇଁ ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ ଯୋଜନା ଅନୁମୋଦିତ ଏଲିଭେଟେଡ୍ ଡ୍ରାଇଭୱେରେ ଉଭୟ ପାର୍ଶ୍ୱରୁ ପ୍ରବେଶ କରୁଥିବା ରାସ୍ତା, ସମସ୍ତ ପ୍ଲାଟଫର୍ମକୁ…

Read More