Author: Purva Paksha

Budget 2025: ଓଡ଼ିଶାର ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ବିମାନ ବନ୍ଦର ପାଇଁ କୌଣସି ବଜେଟ୍‍ ଆବଣ୍ଟନ ଘୋଷଣା କରାଯାଇନାହିଁ। ବିହାରର ପାଟନାଠାରେ ଆଇଆଇଟିର ଅତିରିକ୍ତ ଭିତ୍ତିଭୂମୀ ନିର୍ମାଣ କରାଯିବ। ଏହି କ୍ରମରେ ଏଠାରେ ୬ ହଜାର ୫୦୦ ଶିକ୍ଷାର୍ଥୀଙ୍କୁ ଲାଭ ମିଳିବ। ନିକଟରେ ଓଡ଼ିଶାରେ ନିର୍ବାଚନ ଜିତି ସରକାର ଗଢ଼ିଥିବା ବିଜେପି କେନ୍ଦ୍ର ବଜେଟ୍‍ ୨୦୨୫-୨୬ରେ ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ବା ଘୋଷଣା କରିନାହିଁ। ଅନ୍ୟପକ୍ଷରେ ବିହାର, ଆସାମ, ଉତ୍ତର ପୂର୍ବାଞ୍ଚଳ, ଗୁଜୁରାଟ ଏବଂ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜ ପାଇଁ ଉପହାରର ବର୍ଷା କରିଛନ୍ତି। ଆଗକୁ ଏସବୁ ରାଜ୍ୟରେ ନିର୍ବାଚନ ଆଖିରେ ରଖି ସରକାର ବଜେଟ୍‍କୁ ପ୍ରେରିତ କରିଥିବା ଆଲୋଚନା ହେଉଛି। ଆଜି ୧ ଫେବୃଆରୀ ୨୦୨୫ରେ ଉପସ୍ଥାପନ କରାଯାଇଥିବା କେନ୍ଦ୍ରୀୟ ବଜେଟରେ ସବୁଠାରୁ ଅଧିକ ଲାଭାନ୍ୱିତ ହୋଇଛି ବିହାର। ମଖାନା ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମଖାନା ବୋର୍ଡ ସହ ଏକ ଜାତୀୟ ଖାଦ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ,…

Read More