What's Hot
Author: Purva Paksha
ଭାରତୀୟଙ୍କ ରୋଜଗାର ଖାଉଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ, ଜେଏନୟୁ ରିପୋର୍ଟରୁ ପଦାକୁ ଆସିଲା ସାଂଘାତିକ ତଥ୍ୟ
JNU Report: ଏହି ରିପୋର୍ଟରେ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦେଶ ଏବଂ ବିଶେଷକରି ରାଜଧାନୀ ଦିଲ୍ଲୀକୁ କିପରି ପ୍ରଭାବିତ କରୁଛନ୍ତି ତାହା ବ୍ୟାଖ୍ୟା କରାଯାଇଛି। ଭାରତ ମଧ୍ୟକୁ ବେଆଇନଭାବେ ପ୍ରବେଶ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀ କେବଳ ଭାରତର ଧର୍ମୀୟ ଜନସଂଖ୍ୟାକୁ ପ୍ରଭାବିତ କରୁନାହାନ୍ତି ସେମାନେ ମଧ୍ୟ ଭାରତୀୟଙ୍କ ରୋଜଗାର ଖାଉଛନ୍ତି । ଏଭଳି ତଥ୍ୟ ଆସିଛି ଜେଏନୟୁର ଏକ ଗବେଷଣା ରିପୋର୍ଟରୁ। ଦିଲ୍ଲୀର ଜନସଂଖ୍ୟା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ଜେଏନୟୁ ପ୍ରସ୍ତୁତ କରିଥିବା ଏହି ରିପୋର୍ଟ ଉଣାଅଧିକେ ପୁରା ଭାରତ ପାଇଁ ପ୍ରଯୁଜ୍ୟ। ତେଣିକି ତାହା ଓଡ଼ିଶା ହେଉ କି ବିହାର କିମ୍ବା ଦିଲ୍ଲୀ। ସାମାଜିକ ଓ ରାଜନୈତିକ ସଂରଚନା ପ୍ରଭାବିତ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦିଲ୍ଲୀର ସାମାଜିକ-ଆର୍ଥିକ ଏବଂ ରାଜନୈତିକ ସଂରଚନାକୁ ମଧ୍ୟ କ୍ଷତି ପହଞ୍ଚାଉଛନ୍ତି। ଏହା ଯୋଗୁଁ ସ୍ଥାନୀୟ ଲୋକମାନେ ଚାକିରି ହରାଉଛନ୍ତି ଏବଂ ସରକାରୀ ସୁବିଧା ଉପରେ ମଧ୍ୟ ଚାପ ପଡ଼ୁଛି। ଏହି ଅନୁପ୍ରବେଶ ଯୋଗୁଁ, ଦିଲ୍ଲୀର ସୀଲମପୁର,…
