Author: Purva Paksha

Insulting President: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆପଣ ଜାଣନ୍ତି କି ଏମିତି ଏକ ଦେଶ ଅଛି ଯେଉଁଠି ରାଷ୍ଟ୍ରପତିଙ୍କୁ ଅପମାନିତ କଲେ କୌଣସି ଦଣ୍ଡ ନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ପରେ ଏକ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ବିଜେପି ଏବଂ କଂଗ୍ରେସ ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପର ପର୍ଯ୍ୟାୟ ଆରମ୍ଭ ହୋଇଛି। ନିକଟରେ ସଂସଦରେ ରାଷ୍ଟ୍ରପତିଙ୍କ ବଜେଟ ଅଭିଭାଷଣ ଉପରେ ପ୍ରତିକ୍ରିୟା ରଖି ସୋନିଆ ଗାନ୍ଧୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ବିଚରା ମହିଳା ଏବଂ କ୍ଲାନ୍ତ’ ବୋଲି କହିଥିଲେ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ରାଷ୍ଟ୍ରପତିଙ୍କ ଭାଷଣକୁ ‘ବିରକ୍ତିକର’ ବୋଲି ବର୍ଣ୍ଣନା କରିଥିଲେ। ଯାହାକୁ ନେଇ ବିଜେପି କଂଗ୍ରେସ ବିରୋଧରେ ଆଦିବାସୀ ବିରୋଧିର ଅଭିଯୋଗ ଆଣିଛି। କିଛି ସ୍ଥାନରେ ସୋନିଆଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜ୍ଜ ହୋଇଛି। କିନ୍ତୁ…

Read More