Author: Purva Paksha

Asaduddin Owaisi on Waqf Bill: ଲୋକସଭାରେ ନିଜ ଅଭିଭାଷଣରେ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ସେ ଏହି ସରକାରଙ୍କୁ ଚେତାବନୀ ଦେଉଛନ୍ତି- ଯଦି ଆପଣ ୱାକଫ୍ ବିଲ୍‍କୁ ସଂସଦକୁ ବର୍ତ୍ତମାନର ରୂପରେ ଆଣନ୍ତି ଏବଂ ଏହାକୁ ଆଇନରେ ପରିଣତ କରନ୍ତି, ତେବେ ଏହା ଦେଶରେ ସାମାଜିକ ଅସ୍ଥିରତା ସୃଷ୍ଟି କରିବ। ଏହାକୁ ସମଗ୍ର ମୁସଲମାନ ସମ୍ପ୍ରଦାୟ ପ୍ରତ୍ୟାଖ୍ୟାନ କରିଛନ୍ତି। ନିଜ ଗରମାଗରମ ବୟାନ ପାଇଁ ଜଣାଶୁଣ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କେନ୍ଦ୍ର ସରକାରଙ୍କୁ ଚେତାନବୀନ ଦେଇଛନ୍ତି। ମୁସଲମାନ ଇଞ୍ଚେ ମଧ୍ୟ ୱାକଫ୍‍ ଜମି ଛାଡ଼ିବେ ନାହିଁ ବୋଲି ସେ କହିଛନ୍ତି। ୱାକଫ୍‍ ବିଲକୁ ନେଇ ଆସିଛି ଓୱେସିଙ୍କ ଏହି ବୟାନ। ୱାକଫ୍‍ ବିଲ୍ ଗୃହିତ ହେଲେ ଏହା ଦେଶରେ ସାମାଜିକ ଅସ୍ଥିରତା ସୃଷ୍ଟି କରିବ ବୋଲି ଚେତାବନୀ ଦେଇଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ। ଲୋକସଭାରେ ଜେପିସି ବୈଠକ ଅବସରରେ ୱାକଫ୍‍ ବିଲ୍‍କୁ ବିରୋଧ କରି ଏହା କହିଛନ୍ତି…

Read More