Author: Purva Paksha

Delhi Countdown Begins, BJP stands ahead: ଦିଲ୍ଲୀରେ କିଏ ଗଢ଼ିବେ ସରକାର? ଯୋଗ୍ୟ ଜନସାଧାରଣଙ୍କ ଭୋଟ ତଥା ମତକୁ ଏଥିଲାଗି ଗଣିବା ଆରମ୍ଭ କରିଛନ୍ତି ନିର୍ବାଚନ ଆୟୁକ୍ତ। ଏଥିଲାଗି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରାରମ୍ଭିକ ହିସାବରେ ଏଥର ଭାରତୀୟ ଜନତା ପାର୍ଟି ଅଧିକ ଜନମତ ପାଇଥିବା ଜଣାପଡ଼ିଛି। ସେହିପରି ଆମ୍‍ ଆଦମୀ ପାର୍ଟିର ଅନେକ ପ୍ରାର୍ଥୀ ପଛୁଆ ଚାଲିଛନ୍ତି। ସକାଳ ୮ଟାରୁ ଏହି ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ନିର୍ବାଚନ କମିଶନଙ୍କ ପକ୍ଷରୁ ୧୯ଟି ଗଣତି କେନ୍ଦ୍ର ଖୋଲାଯାଇଛି। ଏଠାରେ କଡ଼ା ସୁରକ୍ଷା ଭିତରେ ପ୍ରଥମେ ପୋଷ୍ଟାଲ୍‍ ବ୍ୟାଲଟ ଗଣତି ଆରମ୍ଭ କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଇଭିଏମ୍‍ରେ ରେକର୍ଡ ହୋଇଥିବା ଭୋଟ୍‍। ଜାତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବା ଦିଲ୍ଲୀ ରାଜନୀତି ଉଭୟ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ଆଞ୍ଚଳିକ ଦଳ ଆପ୍‍ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମ୍‍ ଆଦ୍‍ମୀ ପାର୍ଟି ଏହି…

Read More