Author: Purva Paksha

Baijayant Panda: ଦିଲ୍ଲୀ ନିର୍ବାଚନରେ ପ୍ରଭାରୀ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିଥିବା ବୈଜୟନ୍ତ ପଣ୍ଡା ଏବେ ଭାରତୀୟ ଜନତା ପାର୍ଟିରେ ଅଧିକ ଗୁରୁତ୍ୱ ପାଇପାରନ୍ତି। ହେଲେ ଏହା ଚିରାଚରିତଭାବେ ଓଡ଼ିଶାରେ ବିଜେପି ରାଜନୀତିରୁ ‘ରେବଡ଼ି’ ଖାଉଥିବା ନେତାଙ୍କୁ ହଜମ ହୋଇନପାରେ।  ଦିଲ୍ଲୀ ନିର୍ବାଚନରେ ବିଜେପିର ଅପ୍ରତ୍ୟାଶିତ ବିଜୟ ଆଜି ରାଜନୀତିକ ଓ ଗଣମାଧ୍ୟମର ଚର୍ଚ୍ଚାରେ ରହିଛି। ନିର୍ବାଚନ କମିଶନଙ୍କ ତଥ୍ୟକୁ ବିଚାରକୁ ନେଲେ ବିଜେପି ୭୦ ଆସନ ବିଶିଷ୍ଟ ବିଧାନସଭାର ୪୮ଟି ଆସନରେ ନିଜର ବିଜୟ ହାସଲ କରିଛି। ଅର୍ଥାତ୍‍ ୧୯୯୩ ନିର୍ବାଚନରେ ବିଜେପି ହାସଲ କରିଥିବା ଆସନ ସଂଖ୍ୟାଠାରୁ ୧ କମ୍‍। କିନ୍ତୁ ବିଜିତ ସଂଖ୍ୟା ଦିଲ୍ଲୀ ବିଧାନସଭାରେ ସମୁଦାୟ ଆସନର ଦୁଇ ତୃତୀୟାଂଶଠୁ ଅଧିକ ଅର୍ଥାତ୍‍ ଯେ କୌଣସି ବିଧେୟକ ଉପରେ ମୋହର ଲଗାଇବା ଲାଗି ବିଜେପି ସମର୍ଥ ହେବ। ୨୭ ବର୍ଷ ପରେ ଏହି ସଂଖ୍ୟା ହାସଲ ନିଶ୍ଚିତଭାବେ ବିଜେପି ଲାଗି ଏକ ବିପୁଳ ସଫଳତା।…

Read More