Author: Purva Paksha

Swati Maliwal: ସ୍ୱାତୀ ମାଲିୱାଲ ସୋସିଆଲ ମିଡିଆରେ ଦ୍ରୌପଦୀ ବସ୍ତ୍ର ହରଣର ଚିତ୍ର ଛାଡ଼ି କେଜ୍ରିୱାଲଙ୍କୁ ଚିଡ଼ାଇଛନ୍ତି। ଯାହାର ମଜା ସୋସିଆଲ ମିଡିଆ ୟୁଜର ନେଉଛନ୍ତି। ଦିଲ୍ଲୀ ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ସ୍ୱାତୀ ନିର୍ବାଚନ ମୈଦାନକୁ ନଓହ୍ଲାଇ ବି ସବୁଠାରୁ ବଡ଼ ବିଜେତାଭାବେ ଉଭା ହୋଇଛନ୍ତି।  ଦିଲ୍ଲୀ ନିର୍ବାଚନ ଫଳାଫଳ ଚକିତ କଲା ଭଳି ହୋଇଛି। ଭୋଟ୍ ସରିବା ପରେ ପରେ ଆସିଥିବା ଏକଜିଟ୍ ପୋଲ୍ ବିଜେପି ବିଜୟ ଉପରେ ମୋହର ମାରିଥିଲା। କିନ୍ତୁ ଗତ କେଇବର୍ଷ ହେଲା ଫେଲ୍ ହୋଇ ଆସୁଥିବା ଏକଜିଟ୍ ପୋଲକୁ ଲୋକ ବିଶ୍ୱାସ କରୁନଥିଲେ। କିନ୍ତୁ ଶନିବାରର ଫଳାଫଳ ସମସ୍ତଙ୍କୁ ନହେଲେ ବି ଅତି କମରେ ଆପ୍ ଓ ଏହାର ସମର୍ଥକଙ୍କୁ ଚମକାଇ ଦେଇଛି। କଟର ଇମାନଦାର,ଅଲାଗ ରାଜନୀତି କଥା କହି ଗଲା ୧୦ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ମଣ୍ଡଳୀକୁ ଏହି ଫଳାଫଳ ତୃଣମୂଳସ୍ତରରେ ଲୋକଙ୍କ ମଧ୍ୟରେ…

Read More