Author: Purva Paksha

୧୯୮୯ ମସିହା ଆରମ୍ଭବେଳକୁ ଅବିଭକ୍ତ ପୁରୀଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଆୟାତ୍ତାଧୀନ ଥାଏ; ମାତ୍ର ଶେଷଆଡ଼କୁ ରାଜ୍ୟସଭା ନିର୍ବାଚନ ଆସିଯିବା ନେଇ ସବୁଆଡ଼େ ଦଳଗତ ପ୍ରତିଦ୍ୱନ୍ଦ୍ଵିତା ଆରମ୍ଭ ହୋଇଯାଇଥାଏ। ସେତେବେଳକୁ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକ ୯ବର୍ଷ କାଳ ଶାସନ କରିସାରିଥାନ୍ତି। ରାଜୀବ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀତ୍ୱରୁ ବିଦାୟ ନେଲାପରେ ଜନତା ଦଳ ‘United Front’ ଗଠନ ଦେଶର ରାଜନୀତିରେ ସରଗରମ ହାୱା ବହୁଥାଏ। ଓଡ଼ିଶାରେ ମଧ୍ୟ ସେଇ ଅବସ୍ଥା। କଂଗ୍ରେସ ସରକାର ବିଭିନ୍ନ କାରଣରୁ ଲୋକପ୍ରିୟତା ହରାଇ ବସିଥାଏ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମରେ ନାନାପ୍ରକାର ଅଭିଯୋଗ। ପୂର୍ବରୁ ବମ୍ବେରୁ ପ୍ରକାଶ ପାଉଥିବା ଇଲଷ୍ଟ୍ରେଟଡ୍‍ ଉଇକଲି ମାଗାଜିନରେ ଯାହାସବୁ ସାମ୍ବାଦିକ ଆବଦି ବାହାର କରିଥିଲେ, ସାରାଭାରତ ବର୍ଷରେ ତାଙ୍କ ନାମକୁ କଳଙ୍କିତ କରିଥିଲା। ଅବଶ୍ୟ ପରବର୍ତ୍ତୀକାଳରେ ସେ ଉଇକ୍ଲିର ଏଡ଼ିଟର ପ୍ରୀତିଶ୍ ନନ୍ଦୀ ଓ ସାମ୍ବାଦିକ ଆବଦିଙ୍କ ନାମରେ ଜାନକୀ ବଲ୍ଲଭ ପଟ୍ଟନାୟକ ମାନହାନୀ ମକଦ୍ଦମା କରି ସଫଳ ହୋଇଥିଲେ…

Read More