Author: Purva Paksha

ବିଗତ କିଛି ଦିନ ହେବ ଓଡ଼ିଶା ରାଜନୀତିରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟର ତିନିଟି ଯାକ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସର ନିର୍ବାଚିତ ସଭାପତି କେହି ନାହାଁନ୍ତି। ନୂଆ ସଭାପତି କିଏ ହେବେ ସେ ନେଇ ଦୀର୍ଘ ଦିନ ଧରି ଦଳୀୟ ନେତାମାନଙ୍କ ମଧ୍ୟରେ ଦଳୀୟ କନ୍ଦଳ ଏପରି ଉଗ୍ର ରୂପ ଧାରଣ କରିଛି ଯାହା ଫଳରେ ଅନିଶ୍ଚିତତା ଲାଗି ରହିଛି। ଭାରତୀୟ ଜାତୀୟ କଂଗ୍ରେସ ପିସିସି ପଦ ଦୀର୍ଘ ସାତମାସ ଧରି ଖାଲି ପଡ଼ିଛି। ବିଧାନସଭାରେ ଦଳର ବିପର୍ଯ୍ୟୟ ପରେ ଶରତ ପଟ୍ଟନାୟକ ଦଳୀୟ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଦିଲ୍ଲୀ ନିର୍ବାଚନ ଫଳ ଘୋଷିତ ହୋଇଯାଇଥିବାରୁ ଏବେ ଦଳର ହାଇକମାଣ୍ଡ ପିସିସି ସଭାପତି ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ। ରିପୋର୍ଟ ଅନୁସାରେ ଦଳର ବରିଷ୍ଠ ନେତାମାନେ ସୋମବାର ଦିନ ଦିଲ୍ଲୀ ଯିବେ ଓ କେନ୍ଦ୍ର ନେତୃତ୍ୱ ସହିତ ସାକ୍ଷାତ୍‍ କରିବେ। ଉଲ୍ଲେଖ କରାଯାଇପାରେ ଯେ…

Read More