Author: Purva Paksha

Baphimali Mines: ଉତ୍କଳ ଆଲୁମିନାକୁ ଲିଜରେ ଦିଆଯାଇଥିବା ବାପଲିମାଲି ଖଣି ବ୍ଲକଉଭୟ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବିସ୍ତାରିତ ହୋଇଥିବାବେଳେ ଏଥିରେ ୧୯୫.୭୩ ନିୟୁତ ଟନ୍ ବକ୍ସାଇଟ୍ ଜମା ରହିଛି। ପ୍ରତିରୋଧ ପରେ କମ୍ପାନୀ ପକ୍ଷରୁ ବ୍ଲାଷ୍ଟିଂ କାର୍ଯ୍ୟ ବନ୍ଦ କରାଯିବା ସହ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହ ମିଶି ସମାଧାନର ବାଟ ବାହାର କରୁଛି। ଉତ୍କଳ ଆଲୁମିନା ବାଫଲିମାଳି ଖଣିର କଳାହାଣ୍ଡି ପାର୍ଶ୍ୱରେ ବିସ୍ଫୋରଣ କାର୍ଯ୍ୟ ଆରମ୍ଭ କରିବା ପରେ ପର୍ଯ୍ୟାପ୍ତ ଥଇଥାନ ଓ ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ଅଣ୍ଟା ଭିଡ଼ି ଗ୍ରାମଗୁଡ଼ିକରେ ବିରୋଧ ପ୍ରକାଶ ପାଇଛି। ପର୍ଯ୍ୟାପ୍ତ କ୍ଷତିପୂରଣ, ସ୍ବାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ, ବାସଗୃହ ଓ କମ୍ପାନିରେ ଚାକିରି ଓ କର୍ପୋରେଟ୍ ସାମାଜିକ ଦାୟିତ୍ବ (ସିଏସ୍ଆର୍) ଅଧୀନରେ ସହାୟତା ଦାବିରେ କଳାହାଣ୍ଡିର ସୂର୍ଯ୍ୟଗଡ଼, ଦୁର୍ମୁଷି ଓ କନାରପାସ୍ ଗ୍ରାମବାସୀ ଗତ ୫ ଦିନ ହେଲା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଉତ୍କଳ ଆଲୁମିନାକୁ ଲିଜରେ ଦିଆଯାଇଥିବା ବାପଲିମାଲି ଖଣି…

Read More