Author: Purva Paksha

Manipur: କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଓ ଫ୍ଲୋର ଟେଷ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏଭଳି ପଦକ୍ଷେପ ନିଆଯାଇଛି ମଣିପୁର ବିଧାନସଭାରେ ବିଜେପିର ସଂଖ୍ୟାଗରିଷ୍ଠତା, କଂଗ୍ରେସର ୫ ଟି ଆସନ ମଣିପୁରରେ ଜାତିଗତ ହିଂସା କାଣ୍ଡ ଘଟିବାର ପ୍ରାୟ ଦୁଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ ରବିବାର ଇସ୍ତଫା ଦେଇଛନ୍ତି। ମଣିପୁରରେ କ୍ଷମତାସୀନ ବିଜେପି ସରକାର ଅନାସ୍ଥା ପ୍ରସ୍ତାବ ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀଙ୍କ ଦ୍ୱାରା ଫ୍ଲୋର ଟେଷ୍ଟ ହେବାର ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ହସ୍ତାନ୍ତର କରିଛନ୍ତି। ଏପର୍ଯ୍ୟନ୍ତ ମଣିପୁରବାସୀଙ୍କ ସେବା କରିବା ଗୌରବର ବିଷୟ। ପ୍ରତ୍ୟେକ ମଣିପୁରର ସ୍ୱାର୍ଥ ରକ୍ଷା ପାଇଁ ସମୟୋପଯୋଗୀ ପଦକ୍ଷେପ, ହସ୍ତକ୍ଷେପ, ଉନ୍ନୟନମୂଳକ କାର୍ଯ୍ୟ…

Read More