ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ର, ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ପହଞ୍ଚିଛନ୍ତି । ତାଙ୍କ ଗସ୍ତ ସମୟରେ, ସେ ଆବୁଧାବିରେ ଅନୁଷ୍ଠିତ ଭାରତ-ୟୁଏଇ-ଫ୍ରାନ୍ସ ତ୍ରିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିକ୍ରମ ମିଶ୍ର UAE ର ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ ଅଲ ହାଶିମି , ଫ୍ରାନ୍ସର ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମହାସଚିବ ମାର୍ଟିନ୍ ବ୍ରିଏନ୍ସଙ୍କ ସହ ସାକ୍ଷାତ କରିଥିଲେ । MEA ମୁଖପାତ୍ର ରଣଧୀର ଜୟସୱାଲ ଏହି ତ୍ରିପାକ୍ଷିକ ବୈଠକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପ୍ରଦାନ କରିଥିଲେ । ସେ କହିଛନ୍ତି ଯେ ତ୍ରିପାକ୍ଷିକ ଆଲୋଚନା ସମୟରେ, କୃତ୍ରିମ ଶାସ୍ତ୍ର, ମହାକାଶ ଏବଂ ସାଂସ୍କୃତିକ ଐତିହ୍ୟ କ୍ଷେତ୍ରରେ ରଣନୈତିକ ସହଯୋଗ ଉପରେ ଆଲୋଚନା ହୋଇଥିଲା ।
ରିମ୍ ଅଲ୍ ହାସିମି ଓ ମାର୍ଟିନ୍ ବ୍ରିଏନ୍ସଙ୍କ ସହ ବିକ୍ରମ ମିଶ୍ରଙ୍କ ଆଲୋଚନା

‘X’ (ପୂର୍ବରୁ ଟ୍ୱିଟର୍) ରେ ଏକ ପୋଷ୍ଟରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି : “ବୈଦେଶିକ ସଚିବ ବିକ୍ରମ ମିଶ୍ର ୟୁଏଇର ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମି , ଫ୍ରାନ୍ସର ୟୁରୋପ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମହାସଚିବ ମାର୍ଟିନ୍ ବ୍ରିଏନ୍ସଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଂଶଗ୍ରହଣ କରିଥିଲେ। ସେ ଆବୁଧାବିରେ ଅନୁଷ୍ଠିତ ଭାରତ-ୟୁଏଇ-ଫ୍ରାନ୍ସ ତ୍ରିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ଏହି ଆଲୋଚନା ସମୟରେ, କୃତ୍ରିମ ବୁଦ୍ଧିମତ୍ତା (AI), ମହାକାଶ ଏବଂ ସାଂସ୍କୃତିକ ଐତିହ୍ୟ କ୍ଷେତ୍ରରେ ରଣନୈତିକ ସହଯୋଗ ଉପରେ ଆଲୋଚନା ହୋଇଥିଲା । ତ୍ରିପାକ୍ଷିକ ସହଯୋଗକୁ ଏକ ସଂଗଠିତ ଉପାୟରେ ଆଗକୁ ବଢ଼ାଇବା ପାଇଁ ଏକ ସହମତି ହୋଇଥିଲା।”
ୟୁଏଇ ଗସ୍ତରେ ବିକ୍ରମ ମିଶ୍ର ; ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ଗୁରୁବାର ଦିନ, ବୈଦେଶିକ ସଚିବ ବିକ୍ରମ ମିଶ୍ର ଆବୁଧାବିରେ ୟୁଏଇର ଆନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମ୍ ଅଲ୍ ହାସିମିଙ୍କ ସହ ସାକ୍ଷାତ କରିଥିଲେ । ଉଭୟ ପକ୍ଷ ଭାରତ ଏବଂ UAE ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀର ସମ୍ପୂର୍ଣ୍ଣ ପରିସର କୁ ସମୀକ୍ଷା କରିଛନ୍ତି । ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ନୂତନ ମାର୍ଗ ଉପରେ ଆଲୋଚନା ମଧ୍ୟ କରିଛନ୍ତି । MEA ଉଲ୍ଲେଖ କରିଛି ଯେ ସେମାନେ ଉଭୟ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ପରିସ୍ଥିତି ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି ।
ୟୁଏଇ ଏବେ ଭାରତ ନିକଟତର ହେଉଛି
ଏହି ସପ୍ତାହର ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୁଜୈରାହ (UAE) ରେ ହୋଇଥିବା ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ । ଯେଉଁଥିରେ ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଥିଲେ। ସେ କହିଥିଲେ ଯେ ନାଗରିକ ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରିବା “ଅଗ୍ରହଣୀୟ”। ପ୍ରଧାନମନ୍ତ୍ରୀ ମୋଦୀ UAE ସହିତ ଭାରତର ଏକତାକୁ ପ୍ରକାଶ କରିଥିଲେ । ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ସମାଧାନ କରାଯିବା ଉଚିତ ବୋଲି ଦୃଢ଼ ଭାବରେ କହିଥିଲେ।
Foreign Secretary Shri Vikram Misri along with H.E. Reem Al Hashimy, Minister of State for International Cooperation of UAE, and H.E. Martin Briens, Secretary General, Ministry for Europe & Foreign Affairs of France, participated in the India- UAE-France Trilateral Meeting on 7…
— Randhir Jaiswal (@MEAIndia) May 8, 2026
‘X’ ରେ ପୋଷ୍ଟ କରି, ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି : “ମୁଁ UAE ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ଭାବରେ ନିନ୍ଦା କରୁଛି, ଯେଉଁଥିରେ ତିନି ଜଣ ଭାରତୀୟ ନାଗରିକ ଆହତ ହୋଇଥିଲେ। ନାଗରିକ ଏବଂ ଭିତ୍ତିଭୂମିକୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ ଓ ଅଗ୍ରହଣୀୟ । ଭାରତ UAE ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତିକୁ ସମର୍ଥନ କରୁଛି । ଆଞ୍ଚଳିକ ଶାନ୍ତି, ସ୍ଥିରତା ଏବଂ ବିଶ୍ୱ ଶକ୍ତି ସୁରକ୍ଷା ପାଇଁ ହରମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଗତିବିଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଲଟିଛି ।”
Also read : https://purvapaksa.com/10546-farmers-committed-suicide-till-2024-what-does-the-report-say/


