ଓଡ଼ିଶା ରାଜନୀତିର ପଦା ସାମ୍ନାକୁ ଆସୁଥିବା ଚିତ୍ର ଏବେ ଦିନକୁ ଦିନ ନୂଆ ନୂଆ ମୋଡ଼ ନେଉଛି। ଯେଉଁ ଚେହେରା ଦିନେ ଓଡ଼ିଶା ଶାସନର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା, ଯାହାଙ୍କର ଗୋଟିଏ ନିର୍ଦ୍ଦେଶରେ ସାରା ରାଜ୍ୟର ଅଫିସରମାନେ ଥରୁଥିଲେ, ସେହି ବିଜେଡିର ସନ୍ୟାସୀ ନେତା, ତାମିଲନାଡ଼ୁ ନିବାସୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏବେ ବଡ଼ ଅଡ଼ୁଆ ପରିସ୍ଥିତିରେ ପଡ଼ିଯାଇଛନ୍ତି!
ହଁ, କ୍ଷମତା ଯିବା ପରେ ଯେଉଁ ଖେଳ ଆରମ୍ଭ ହୋଇଛି, ତାହା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ଶାସନ ଏବଂ ଆଇନଗତ ଭାବେ ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି।
ଆପଣମାନଙ୍କର ମନେଥିବ…
ପୂର୍ବରୁ ଓଡ଼ିଶା ରାଜନୈତିକ ଗଳିସୁନ୍ଦିରେ ଏକ ଚର୍ଚ୍ଛା ଜୋର୍ ଧରିଥିଲା। କୁହାଯାଉଥିଲା ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କର ଅତ୍ୟନ୍ତ ମଧୁର ଓ ଭଲ ସମ୍ପର୍କ ଥିଲା।
କୁହାଯାଉଥିଲା, ନିଜର ସବୁ ପ୍ରକାରର ସୁବିଧା ସୁଯୋଗ, ବ୍ୟକ୍ତିଗତ ଓ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ପାଣ୍ଡିଆନ ଭାୟା ଧର୍ମେନ୍ଦ୍ର ପ୍ରଧାନଙ୍କ ରାସ୍ତା ଆପଣାଉଥିଲେ। ସେହି ଗୁପ୍ତ ବୁଝାମଣା ଆଧାରରେ ହିଁ ସବୁକିଛି ଚାଲିଥିଲା।
କିନ୍ତୁ ଏବେ?
ଏବେ କାହାଣୀ ସମ୍ପୂର୍ଣ୍ଣ ବଦଳିଯାଇଛି! ସମ୍ପର୍କର ସମୀକରଣ ଓଲଟପାଲଟ ହୋଇଯାଇଛି।
ଘଟଣାଟି କ’ଣ? ଘଟଣାଟି ହେଉଛି ରାଜ୍ୟର ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଐତିହାସିକ ଘଟଣା— ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ ହୋଇଯିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ମାମଲାରେ ଭୁବନେଶ୍ୱର ପୋଲିସ ଏବେ ଆକ୍ସନ୍ ମୋଡ଼କୁ ଆସିଛି।
ପୋଲିସ ସାଧାରଣ ଲୋକଙ୍କ ଭଳି ନୁହେଁ, ସିଧାସଳଖ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ହାଜର ହେବା ପାଇଁ ସମନ୍ସ ବା ନୋଟିସ୍ ଜାରି କରିସାରିଛି!
କିନ୍ତୁ ପାଣ୍ଡିଆନ୍ ବାବୁ କ’ଣ କଲେ?
ନୋଟିସ ପାଇବା ପରେ ପୋଲିସ ସାମ୍ନାରେ ହାଜର ହୋଇ ନିଜର ପକ୍ଷ ରଖିବା ବଦଳରେ, ସେ ବିଭିନ୍ନ ପ୍ରକାରର ବାହାନା ଓ ଆଳ ଦେଖାଇ ହାଜର ହେବାରୁ ଓହରି ଯାଉଛନ୍ତି। କେତେବେଳେ କେଉଁ କାରଣ ତ କେତେବେଳେ ଆଉ କିଛି ଆଳ।
ପୋଲିସର ନୋଟିସକୁ ସାମ୍ନା କରିବାକୁ ତାଙ୍କ ପାଖରେ ସାହସ ନାହିଁ, ନା ଏହି ଗାଏବ ଫାଇଲ ପଛରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ପଦାକୁ ଆସିଲେ ପାଣ୍ଡିଆନଙ୍କ ନିଦ ହଜିଯିବ?
ଏହି ପ୍ରଶ୍ନ ଆଜି ସାରା ଓଡ଼ିଶାର ଜନସାଧାରଣଙ୍କ ମନରେ ଗୁଞ୍ଜରିତ ହେଉଛି। ଫାଇଲ୍ CMOରୁ ଗାଏବ ହେଲା କିପରି? କାହାର ନିର୍ଦ୍ଦେଶରେ ଏହି କାମ ହୋଇଥିଲା? ଏସବୁର ସିଧାସଳଖ ଆଙ୍ଗୁଠି ଏବେ ପାଣ୍ଡିଆନଙ୍କ ଆଡ଼କୁ ଉଠୁଛି।
ଜୋରଦାର ଚାପ ଏବଂ ଆଇନଗତ ଗାଣ୍ଡି ଗୋଡ଼ି ଭିତରେ ଛନ୍ଦି ହୋଇଯିବା ପରେ, ଏବେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏକ ନୂଆ ଗେମ୍ ପ୍ଲାନ୍ ରଚନା କରୁଥିବା ଦେଖିବାକୁ ମିଳୁଛି।
ଯେତେବେଳେ ଦେଖିଲେ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଥିବା ପୁରୁଣା ସମ୍ପର୍କର କାର୍ଡ ଆଉ କାମ କରୁନାହିଁ, ସେତେବେଳେ ସେ ନିଜ ପତ୍ନୀଙ୍କୁ ଆଗକୁ ଆଣି ନୂଆ ଗୋଟି ଚାଳନା ଆରମ୍ଭ କରିଛନ୍ତି।
ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଖୁସି କରିବା ପାଇଁ, ସେମାନଙ୍କ ଆସ୍ଥା ଭାଜନ ହେବା ପାଇଁ ପାଣ୍ଡିଆନ ଏବେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ— “ସେ ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପରେ ନାହାନ୍ତି!”
ରାଜନୀତିର ଏହି ରଙ୍ଗ ଦେଖନ୍ତୁ!
କାଲି ଯାହାଙ୍କ ହାତ ଧରି ସବୁ ସୁବିଧା ହାସଲ କରୁଥିଲେ, ଆଜି ନିଜ ଚମଡ଼ା ବଞ୍ଚାଇବା ପାଇଁ, ଆଜି ଆଇନର ଜାଲରୁ ଗଳିଯିବା ପାଇଁ ସେହି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୂରେଇ ଦେବାର ନାଟକ କରାଯାଉଛି।
ଏଥିପାଇଁ ସେ ବିଜେଡି ନେତାମାନଙ୍କୁ ଦାବିଦାର ବନାଇଛନ୍ତି। ବିଜେଡି ନେତାମାନଙ୍କୁ ବ୍ୟବହାର କରି ଧର୍ମେନ୍ଦ୍ର ପ୍ରଧାନ, ତାଙ୍କର ଅନୁଗତ ନେତା ଏବଂ ମନ୍ତ୍ରୀମାନଙ୍କ ବିରୋଧରେ ବିକ୍ଷୋଭ ଓ ପ୍ରଦର୍ଶନ କରାଯାଉଛି।
ମୋହନ ମାଝୀ ଓ ମନମୋହନ ସାମଲଙ୍କ ଆଗରେ ନିଜକୁ ‘ଧର୍ମେନ୍ଦ୍ର-ବିରୋଧୀ’ ଭାବେ ଉପସ୍ଥାପିତ କରି, ପୋଲିସ ନୋଟିସରୁ ଏବଂ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ଏହି ସମ୍ପୂର୍ଣ୍ଣ ଗେମ୍ ପ୍ଲାନ୍ ତିଆରି ହୋଇଛି।
ଏହି ପୂରା ନାଟକର ସବୁଠାରୁ ରୋଚକ ଆଧାର ହେଉଛନ୍ତି ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ!
ଇତିମଧ୍ୟରେ ସୁଜାତା ରାଉତ ସିଧାସଳଖ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିସାରିଛନ୍ତି। ସେଠାରେ ବୁଲି ବୁଲି ସେ ଧର୍ମେନ୍ଦ୍ର-ବିରୋଧୀ ଶକ୍ତି ପ୍ରଦର୍ଶନ କରିଛନ୍ତି।
ସର୍ବସାଧାରଣରେ ଦେଖାଇବାକୁ ଚେଷ୍ଟା କରାଯାଉଛି ଯେ, ପାଣ୍ଡିଆନ ପରିବାର ଏବେ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢ଼େଇ କରୁଛି।
କିନ୍ତୁ ପ୍ରଶ୍ନ ହେଉଛି— ଓଡ଼ିଶାର ଜନସାଧାରଣ ଏବଂ ଶାସକ ଦଳର ଶୀର୍ଷ ନେତୃତ୍ୱ କ’ଣ ଏତେ ଅବୁଝା?
ଏହିପରି ଶସ୍ତା ରାଜନୈତିକ ଷ୍ଟଣ୍ଟ ବା ସ୍ୱାମୀ-ସ୍ତ୍ରୀଙ୍କ ଏହି ଗୋଟି ଚାଳନାକୁ କ’ଣ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିମ୍ବା ବିଜେପି ସଭାପତି ମନମୋହନ ସାମଲ ବୁଝିପାରୁନାହାନ୍ତି?
ସେପଟେ ଧର୍ମେନ୍ଦ୍ର ପ୍ରଧାନ ବି କଉ ଛାଡିବା ନେତା , ସେ ସିଧା ଏମାନଙ୍କ ବସ ଅର୍ଥାତ ନବୀନବାବୁ ସିଧା ସିଧା ଟାର୍ଗେଟ କରିଛନ୍ତି ?
ବାଇଟ – ଧର୍ମେନ୍ଦ୍ର ପ୍ରଧାନ
ଦିନେ ବିଜେଡି ଶାସନ କାଳରେ ଯେଉଁ ପାଣ୍ଡିଆନ ନିଜକୁ ସର୍ବେସର୍ବା ଭାବୁଥିଲେ, ଆଜି ନିଜ ସ୍ୱାର୍ଥ ଓ ନିଜକୁ ଆଇନର ହାତରୁ ବଞ୍ଚାଇବା ପାଇଁ କେବେ ଏହି କ୍ୟାମ୍ପ ତ କେବେ ସେହି କ୍ୟାମ୍ପର ଗୋଡ଼ ଛୁଇଁବାକୁ ପ୍ରସ୍ତୁତ ହେଉଛନ୍ତି।
ଫାଇଲ ଗାଏବ ମାମଲା ଗୋଟିଏ ସାଧାରଣ ଘଟଣା ନୁହେଁ। ଏହା ସହିତ ଓଡ଼ିଶାର ଆସ୍ଥା, ଇତିହାସ ଏବଂ ନ୍ୟାୟ ଯୋଡ଼ି ହୋଇରହିଛି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ସତ୍ୟତା ସାମ୍ନାକୁ ଆସିବା ଆବଶ୍ୟକ। ଆଉ ସେହି ସଂକ୍ରାନ୍ତୀୟ ଫାଇଲ ଯଦି ସରକାରୀ ଦପ୍ତରରୁ ଗାଏବ ହୋଇଛି, ତେବେ ତାହାର ନିରପେକ୍ଷ ତଦନ୍ତ ହେବା ନିହାତି ଜରୁରୀ।
ଆଜି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଯେତେ ବି ଆଳ ଦେଖାନ୍ତୁ, ଯେତେ ବି ବାହାନା କରନ୍ତୁ, କିନ୍ତୁ ଆଇନର ହାତ ବହୁତ ଲମ୍ବା।
ନୋଟିସ ପାଇବା ପରେ ପୋଲିସ ସାମ୍ନାରୁ ଖସିଯିବା ପାଇଁ ରାଜନୈତିକ ଗୋଟି ଚାଳନା କରିବା, ନିଜ ପତ୍ନୀଙ୍କୁ ମୈଦାନକୁ ଓହ୍ଲାଇ ଶକ୍ତି ପ୍ରଦର୍ଶନ କରିବା, କୌଣସି ଆଇନଗତ ପ୍ରକ୍ରିୟାକୁ ରୋକିପାରିବ ନାହିଁ।
ଅତୀତରେ ଯେଉଁମାନେ ଭାବୁଥିଲେ ସେମାନେ ଆଇନଠାରୁ ଉପରେ, ସମୟ ସେମାନଙ୍କୁ ଉଚିତ ଜବାବ ଦେଇଛି। ଆଜି ପାଣ୍ଡିଆନଙ୍କର ଏହି ବିକଳ ଅବସ୍ଥା ଓଡ଼ିଶା ରାଜନୀତିର ଏକ ବଡ଼ ଶିକ୍ଷା।
AlsoRead; https://purvapaksa.com/drowning-in-pride-2/

