ଗୋଟିଏ ସମୟ ଥିଲା ଯେତେବେଳେ ଯୁଦ୍ଧର ଅର୍ଥ ଥିଲା—ବଡ଼ ବଡ଼ ଲଢ଼ାକୁ ବିମାନ, ଘଣ୍ଟା ପ୍ରତି ଶହ ଶହ ମାଇଲ୍ ବେଗରେ ଉଡ଼ୁଥିବା ଫାଇଟର୍ ଜେଟ୍, ପାଇଲଟମାନଙ୍କର ସାହସ ଏବଂ ମାଇଲ୍ ମାଇଲ୍ ଦୂର ପର୍ଯ୍ୟନ୍ତ ମାଡ଼ ହେଉଥିବା ମିସାଇଲ୍। କିନ୍ତୁ ଆଜି… ଆଜି ସମୟ ସମ୍ପୂର୍ଣ୍ଣ ବଦଳି ଯାଇଛି!
ଆଜିର ଯୁଦ୍ଧକ୍ଷେତ୍ରରେ କୌଣସି ପାଇଲଟ୍ ନାହିଁ, କିନ୍ତୁ ଆକାଶରେ ରାଜ୍ କରୁଛନ୍ତି ଛୋଟ, ଶସ୍ତା ଏବଂ ବିନା ପାଇଲଟରେ ଚାଲୁଥିବା ‘ଡ୍ରୋନ୍’। ଏପରି ଏକ ଡ୍ରୋନ୍, ଯାହା ଶତ୍ରୁ ଶିବିରରେ କୌଣସି ଶବ୍ଦ ନ କରି ପଶିଯାଏ ଏବଂ କିଛି ସେକେଣ୍ଡ ଭିତରେ ବଡ଼ ବଡ଼ ଟ୍ୟାଙ୍କ୍ ଏବଂ କ୍ୟାମ୍ପକୁ ପାଉଁଶ କରିଦିଏ। ଆମେରିକାର ପ୍ରଶିକ୍ଷଣ ସଂସ୍ଥା ଏବଂ ‘ସିମ୍ପଲ୍ ଫ୍ଲାଇଙ୍ଗ୍’ର ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ବିଶ୍ୱର ‘ଟପ୍ ୧୦’ ସବୁଠାରୁ ଶକ୍ତିଶାଳୀ ଡ୍ରୋନର ତାଲିକା ପ୍ରକାଶ ପାଇଛି।
କିନ୍ତୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା କ’ଣ ଜାଣିଛନ୍ତି? ଏହି ତାଲିକାରେ ବିଶ୍ୱର ଅନ୍ୟତମ ପ୍ରମୁଖ ସାମରିକ ଶକ୍ତି ଭାରତର ନାମ ନାହିଁ, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଆମର ପଡ଼ୋଶୀ ଦେଶ ପାକିସ୍ତାନ ଏହି ତାଲିକାରେ ସ୍ଥାନ ପାଇଛି!
![]()
ସବୁଠାରୁ ପ୍ରଥମେ ଆସନ୍ତୁ ଜାଣିବା ଯେ ଏହି ତାଲିକାରେ ଶୀର୍ଷରେ କେଉଁ ଦେଶ ରହିଛି। ଆପଣ ଅନୁମାନ କରି ପାରୁଥିବେ—ହଁ, ଆମେରିକା।
ଏହି ରିପୋର୍ଟ ଅନୁଯାୟୀ, ଆମେରିକା ପାଖରେ ସବୁଠାରୁ ବିଶାଳ ଏବଂ ଶକ୍ତିଶାଳୀ ଡ୍ରୋନ୍ କମାଣ୍ଡ ରହିଛି। ଆମେରିକା ପାଖରେ ପ୍ରାୟ ୪୪୪ଟି ଉନ୍ନତମାନର ଯୁଦ୍ଧାପୋତ ତଥା ମାର୍ଲା ଡ୍ରୋନ୍ ରହିଛି। ସେମାନଙ୍କ ମଧ୍ୟରୁ ଏମକ୍ୟୁ-୯ଏ ରିଆପିଅର (‘MQ-9A Reaper’) ଏବଂ ଏମକ୍ୟୁ-୧ସି ଗ୍ରେ ଇଗଲ (‘MQ-1C Gray Eagle’) ଭଳି ବିଶ୍ୱବିଖ୍ୟାତ ଡ୍ରୋନ୍ ରହିଛି, ଯାହା କିଛି କିଲୋମିଟର ଦୂରରୁ ଟାର୍ଗେଟକୁ ଠିକ୍ ଭାବରେ ଚିହ୍ନଟ କରି ଧ୍ୱଂସ କରିପାରେ।
କିନ୍ତୁ ଆମେରିକା ପରେ ଯେଉଁ ଦେଶର ନାମ ଆସେ, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ସେ ଦେଶଟି ହେଉଛି—ତୁର୍କୀ। ଆଜି ତୁର୍କୀ ନିଜର ଦମଦାର୍ ଡ୍ରୋନ୍ ଟେକ୍ନୋଲୋଜି ବଳରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ଡ୍ରୋନ୍ ଶକ୍ତି ଭାବରେ ଉଭା ହୋଇଛି। ତୁର୍କୀ ପାଖରେ ପ୍ରାୟ ୪୪୩ଟି ଶକ୍ତିଶାଳୀ ଡ୍ରୋନ୍ ରହିଛି। ଆପଣ ସମସ୍ତେ ‘ବାଇରାକ୍ଟର ଟିବି୨’, ‘ବାଇରାକ୍ଟର ଠିବି୩’, ‘ଆକିନି’ ଏବଂ ‘ଆକସୁଙ୍ଗୁର | ଭଳି ଡ୍ରୋନ୍ ନାମ ନିଶ୍ଚିତ ଭାବରେ ଶୁଣିଥିବେ। ଏହି ଡ୍ରୋନଗୁଡ଼ିକ ବିଭିନ୍ନ ଆନ୍ତର୍ଜାତିକ ଯୁଦ୍ଧରେ ନିଜର କ୍ଷମତା ପ୍ରମାଣିତ କରିସାରିଛନ୍ତି।
ଏହାପରେ ଆସୁଛି ତୃତୀୟ ସ୍ଥାନରେ—ଇରାନ। ଇରାନ ପାଖରେ ପ୍ରାୟ ୩୨୮ଟି ଡ୍ରୋନ୍ ରହିଛି। ଇରାନର ସହିଦ-୧୨୯ ଏବଂ ମୋହାଜେର-୬ ଭଳି ଡ୍ରୋନ୍ ଆଜି ମଧ୍ୟପ୍ରାଚ୍ୟର ରାଜନୀତି ଏବଂ ଯୁଦ୍ଧର ସମୀକରଣକୁ ବଦଳାଇ ଦେଇଛି। ଇରାନର ସବୁଠାରୁ ବଡ଼ ଶକ୍ତି ହେଲା ଏହାର କମ୍ ଖର୍ଚ୍ଚରେ ବହୁସଂଖ୍ୟାରେ ଡ୍ରୋନ୍ ତିଆରି କରିବାର କ୍ଷମତା।
ଆସନ୍ତୁ ନଜର ପକାଇବା ସେହି ପୂରା ଟପ୍ ୧୦ ତାଲିକା ଉପରେ, ଯାହା ଏହି ରିପୋର୍ଟରେ ପ୍ରକାଶ ପାଇଛି:
1. ସଂଯୁକ୍ତ ଆମେରିକା (USA): ୪୪୪ଟି ଡ୍ରୋନ୍ (ପ୍ରମୁଖ: ଏମକ୍ୟୁ-୯ଏ ରିଆପିଅର (‘MQ-9A Reaper’) ଏବଂ ଏମକ୍ୟୁ-୧ସି ଗ୍ରେ ଇଗଲ)
2. ତୁର୍କୀ (Türkiye): ୪୪୩ଟି ଡ୍ରୋନ୍ (ପ୍ରମୁଖ: ‘ବାଇରାକ୍ଟର ଟିବି୨’, ‘ବାଇରାକ୍ଟର ଠିବି୩’, ‘ଆକିନି’ ଏବଂ ‘ଆକସୁଙ୍ଗୁର)
3. ଇରାନ (Iran): ୩୨୮ଟି ଡ୍ରୋନ୍ (ପ୍ରମୁଖ: ସହିଦ ୧୨୯, ମୋହାଜେର-୬)
4. ସାଉଦି ଆରବ (Saudi Arabia): ୩୦୬ଟି ଡ୍ରୋନ୍ (ପ୍ରମୁଖ: ସିଏଚ-୪, ସିଏଚ-୫, ୱିଙ୍ଗ ଲୁଙ୍ଗ-୨)
5. ଚୀନ୍ (China): ୧୬୦ଟି ଡ୍ରୋନ୍ (ପ୍ରମୁଖ: ୱିଙ୍ଗ ଲୁଙ୍ଗ-୨, ଜିଜେ-୧୧ ସାର୍ପ ସୋର୍ଡ)
6. ରୁଷ (Russia): ୧୦୫ଟି ଡ୍ରୋନ୍ (ପ୍ରମୁଖ: ଓରିଅନ, ଏସ-୭୦ ଓଖୋଟୋନିକ-ବି, ଜେରାନ)
7. ପାକିସ୍ତାନ (Pakistan): ୯୫ଟି ଡ୍ରୋନ୍ (ପ୍ରମୁଖ: ୱିଙ୍ଗ ଲୁଙ୍ଗ -୨, ସିଲଚ-୪, ସାହାପର-୨)
8. ମିଶର (Egypt): ୩୨ଟି ଡ୍ରୋନ୍ (ପ୍ରମୁଖ: ୱିଙ୍ଗ ଲୁଙ୍ଗ ୧/୨, ସିଏଚ-୪)
9. ପୋଲାଣ୍ଡ (Poland): ୨୪ଟି ଡ୍ରୋନ୍ (ପ୍ରମୁଖ: ବାଇରାକ୍ଟର ଟିବି-୨, ଫ୍ଲାଇ ଆଇ)
10. ଫ୍ରାନ୍ସ (France): ୧୬ଟି ଡ୍ରୋନ୍ (ପ୍ରମୁଖ: ଏମକ୍ୟୁ-୯ ରିଆପିଅର, ସାଫ୍ରୋନ ପାଟ୍ରୋଲର)
–
ଏହି ତାଲିକାକୁ ଦେଖିଲା ପରେ ଯେକେହି ବି ଆଶ୍ଚର୍ଯ୍ୟ ହେବ। ଚୀନ୍ ପରି ଏକ ବିଶାଳ ଦେଶ ଯାହା ପାଖରେ ପ୍ରଚୁର ପ୍ରତିରକ୍ଷା ବଜେଟ୍ ଅଛି, ତାହା ଏହି ତାଲିକାରେ ୫ମ ସ୍ଥାନରେ ରହିଛି (୧୬୦ଟି ଡ୍ରୋନ୍)। ଏପରିକି ରୁଷ ମଧ୍ୟ ୧୦୫ଟି ଡ୍ରୋନ୍ ସହିତ ଷଷ୍ଠ ସ୍ଥାନରେ ଅଛି।
ଆଉ ସବୁଠାରୁ ଚାଞ୍ଚଲ୍ୟକର କଥା ହେଲା—ଆମର ପଡ଼ୋଶୀ ପାକିସ୍ତାନ ଏହି ତାଲିକାରେ ୯୫ଟି ଡ୍ରୋନ୍ ସହିତ ସପ୍ତମ ସ୍ଥାନ ଅଧିକାର କରିଛି! ପାକିସ୍ତାନ ପାଖରେ ଚାଇନା ଏବଂ ଅନ୍ୟ ଦେଶରୁ ଆମଦାନୀ ହୋଇଥିବା ୱିଙ୍ଗ ଲୁଙ୍ଗ-୨ ଏବଂ ସିଏଚ-୪ ଭଳି ଡ୍ରୋନ୍ ରହିଛି।
![]()
ବର୍ତ୍ତମାନ ସବୁଠାରୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଆସୁଛି—ଯେଉଁ ଭାରତ ଆଜି ମହାକାଶରୁ ଆରମ୍ଭ କରି ସମୁଦ୍ର ପର୍ଯ୍ୟନ୍ତ ନିଜର ସାମରିକ ଶକ୍ତିର ଡିଣ୍ଡିମ ପିଟୁଛି, ଯେଉଁ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ସାମରିକ ଶକ୍ତି, ସେହି ଭାରତର ନାମ ଏହି ଡ୍ରୋନ୍ ତାଲିକାରେ କାହିଁକି ନାହିଁ? କ’ଣ ଭାରତ ପାଖରେ ଡ୍ରୋନ୍ ନାହିଁ? କ’ଣ ଭାରତୀୟ ସେନା ପଛରେ ପଡ଼ିଯାଇଛି?ଏଠାରେ ଆପଣଙ୍କୁ ଗୋଟିଏ ବହୁତ ବଡ଼ କଥା ବୁଝିବାକୁ ପଡ଼ିବ। ଏହିପରି ଆନ୍ତର୍ଜାତିକ ରିପୋର୍ଟ କେବଳ କାଗଜ କଲମର ଆକଳନ ଏବଂ ସୀମିତ ତଥ୍ୟ ଉପରେ ଆଧାରିତ ହୋଇଥାଏ।
ପ୍ରଥମ କଥା ହେଲା, ଏହି ରିପୋର୍ଟଗୁଡ଼ିକ କେବଳ ସେହି ଡ୍ରୋନ୍ ଗୁଡ଼ିକୁ ଗଣନା କରିଥାଏ, ଯାହା ବିଦେଶୀ ବଜାରରୁ କିମ୍ବା ସର୍ବସାଧାରଣରେ ପ୍ରକାଶିତ ତଥ୍ୟ ଅନୁସାରେ ସାମ୍ନାକୁ ଆସିଥାଏ। ଭାରତ ବର୍ତ୍ତମାନ ନିଜର ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ ଅଧୀନରେ ବହୁତ ବଡ଼ ପଦକ୍ଷେପ ନେଉଛି। ଆମେ କେବଳ ବାହାରୁ ଡ୍ରୋନ୍ କିଣୁନାହୁଁ, ବରଂ ‘ଘାତକ’, ‘ରୁସ୍’ ଏବଂ ସ୍ୱଦେଶୀ ଟେକ୍ନୋଲୋଜିରେ ଅନେକ ଅତ୍ୟାଧୁନିକ କମାଣ୍ଡ ଡ୍ରୋନ୍ ଏବଂ ଲୋଟରିଂ ମ୍ୟୁନିସନ୍ ନିଜେ ତିଆରି କରୁଛୁ। ଭାରତର ଅନେକ ଗୁପ୍ତ ଏବଂ ଅତି-ଆଧୁନିକ ଡ୍ରୋନ୍ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥାଏ, ଯାହା ଏହି ଖୋଲା ତାଲିକାରେ ସ୍ଥାନ ପାଏ ନାହିଁ।
ଦ୍ୱିତୀୟ କଥା, ଅନ୍ତର୍ଜାତୀୟ ପ୍ରତିରକ୍ଷା ବିଶ୍ଳେଷକମାନେ ନିଜେ ଏହି ତାଲିକାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନେକ ଦେଶ ସେମାନଙ୍କର ପ୍ରକୃତ ସାମରିକ କ୍ଷମତା କେବେବି ସର୍ବସାଧାରଣରେ ପ୍ରକାଶ କରନ୍ତି ନାହିଁ। ତେଣୁ, ଏହି ତାଲିକାରେ ଭାରତର ନାମ ନ ରହିବାର ଅର୍ଥ ଏହା ନୁହେଁ ଯେ ଭାରତ ଦୁର୍ବଳ। ବରଂ ଭାରତୀୟ ବାୟୁସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଏବଂ ଅଭିଜ୍ଞ ବାୟୁସେନା ଅଟେ।
ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା ପାକିସ୍ତାନ ବିଷୟରେ। ତାଲିକାରେ ପାକିସ୍ତାନକୁ ୯୫ଟି ଡ୍ରୋନ୍ ସହିତ ୭ମ ସ୍ଥାନରେ ଦେଖାଯାଇଛି। କିନ୍ତୁ ପ୍ରଶ୍ନ ହେଉଛି—ଏହି ଡ୍ରୋନଗୁଡ଼ିକ କେଉଁଠୁ ଆସିଛି? ପାକିସ୍ତାନ ନିଜେ କିଛି ତିଆରି କରିଛି କି?

ଜମା ନୁହେଁ! ପାକିସ୍ତାନର ଏହି ସମସ୍ତ ଡ୍ରୋନ୍ ମୁଖ୍ୟତଃ ଚୀନ୍ ଏବଂ ଅନ୍ୟ ଦେଶରୁ ଆମଦାନୀ କରାଯାଇଛି। ଯେପରିକି ଚୀନର ୱିଙ୍ଗ ଲୁଙ୍ଗ-୨ କିମ୍ବା ସିଏଚ-୪। ଆପଣମାନେ ଜାଣିଛନ୍ତି ଯେ ଆର୍ଥିକ ଦିଗରୁ ପାକିସ୍ତାନର ଅବସ୍ଥା କିପରି? ଯେଉଁ ଦେଶରେ ଲୋକଙ୍କୁ ମୌଳିକ ଆବଶ୍ୟକତା ମିଳୁନାହିଁ, ସେହି ଦେଶ କେବଳ ଚୀନ୍ ଆଗରେ ହାତ ପାତି ଏହି ସାମରିକ ସରଞ୍ଜାମ ଆଣିଥାଏ। କାଗଜରେ ଏହାକୁ ୯୫ଟି ଡ୍ରୋନ୍ ବୋଲି ଦେଖାଯାଇପାରେ, କିନ୍ତୁ ଯୁଦ୍ଧକ୍ଷେତ୍ରରେ ଏହାର ରକ୍ଷାବେକ୍ଷଣ, ଇଞ୍ଜିନିୟରିଂ ଏବଂ ପ୍ରକୃତ କ୍ଷମତା କେତେ ସ୍ଥାୟୀ, ତାହା ସମସ୍ତଙ୍କୁ ଜଣା।
ଅନ୍ୟପଟେ, ଭାରତ କେବଳ ଡ୍ରୋନ୍ କିଣିବାରେ ବିଶ୍ୱାସ କରେ ନାହିଁ, ବରଂ ଆଜି ଭାରତର ଯୁବ ବୈଜ୍ଞାନିକମାନେ ଷ୍ଟାର୍ଟଅପ୍ ମାଧ୍ୟମରେ ସ୍ୱଦେଶୀ ‘ସ୍ୱାର୍ମ ଡ୍ରୋନ୍’ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁକ୍ତ ଡ୍ରୋନ୍ ତିଆରି କରୁଛନ୍ତି, ଯାହା ଶତ୍ରୁର ରାଡାରକୁ ମଧ୍ୟ ଚକମା ଦେଇପାରିବ।
ଶେଷରେ ମୁଁ ଏତିକି କହିବି—ଏହିପରି ରିପୋର୍ଟ ଏବଂ ତାଲିକା ଆସୁଥିବ, ଯାଉଥିବ। କିନ୍ତୁ ବାସ୍ତବତା ଏହାଠାରୁ ବହୁତ ଅଲଗା। ଭାରତର ପ୍ରତିରକ୍ଷା ଶକ୍ତି, ଭାରତୀୟ ବାୟୁସେନାର ବୀରତ୍ୱ ଏବଂ ଆମର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଆଜି ଯେଉଁଭଳି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ତାହା ଆମକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଏବଂ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନ ଦେଇଛି।
also
Why is the BJP unpopular in Odisha? II ଓଡ଼ିଶାରେ ବିଜେପି ବଦନାମ କାହିଁକି?
https://purvapaksa.com/why-is-the-bjp-unpopular-in-odisha/


