ଗଣତନ୍ତ୍ରରେ ସଂସଦକୁ ଦେଶର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ କେନ୍ଦ୍ର କୁହାଯାଏ। ଏକ ସୁସ୍ଥ ଏବଂ ପରିପକ୍ୱ ଗଣତନ୍ତ୍ରରେ ଦେଶର ସମସ୍ତ ବର୍ଗ, ସମ୍ପ୍ରଦାୟ ଏବଂ ଜନସଂଖ୍ୟାର ଅନୁପାତ ଅନୁଯାୟୀ ପ୍ରତିନିଧିତ୍ୱ ରହିବା ଅତ୍ୟନ୍ତ ଜରୁରୀ। ସମ୍ପ୍ରତି ବିଶ୍ୱର ପ୍ରମୁଖ ୬ଟି ଦେଶର ସଂସଦରେ ମୁସଲମାନ ସାଂସଦଙ୍କ ପ୍ରତିନିଧିତ୍ୱକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଆଲୋଚନା କରିବା, ଭାରତ ସମେତ ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା ଏବଂ ଇସ୍ରାଏଲ୍ର ସଂସଦରେ ମୁସଲମାନ ସାଂସଦଙ୍କ ପ୍ରକୃତ ସ୍ଥିତି କ’ଣ ଏବଂ ଜନସଂଖ୍ୟା ତୁଳନାରେ ଏହି ଭାଗିରଥୀ କେତେ ପ୍ରଭାବଶାଳୀ?

ବିଶ୍ୱର ପ୍ରମୁଖ ଗଣତାନ୍ତ୍ରିକ ଦେଶଗୁଡ଼ିକର ସଂସଦରେ ମୁସଲମାନ ସାଂସଦମାନଙ୍କ ସଂଖ୍ୟା ଏବଂ ସେମାନଙ୍କର ପ୍ରତିଶତକୁ ନେଇ ଏକ ଚିତ୍ର ସ୍ପଷ୍ଟ ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ, ଭାରତ ଏବଂ ଇସ୍ରାଏଲ୍ ଭଳି ଦେଶରେ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଅପେକ୍ଷା ସଂସଦରେ ମୁସଲମାନ ସାଂସଦଙ୍କ ଅନୁପାତ ଅଧିକ ରହିଛି।
ଆସନ୍ତୁ ଜାଣିବା କେଉଁ ଦେଶରେ ସ୍ଥିତି କିପରି ରହିଛି:
୧. ଭାରତ: ଭାରତର ସଂସଦ (ଲୋକସଭା ଓ ରାଜ୍ୟସଭା) କଥା କହିବାକୁ ଗଲେ, ଲୋକସଭାର ୫୪୩୧ଟି ଆସନ ମଧ୍ୟରୁ ବର୍ତ୍ତମାନ ୨୪ ଜଣ ମୁସଲମାନ ସାଂସଦ ରହିଛନ୍ତି। ସେହିପରି ରାଜ୍ୟସଭାରେ ପ୍ରାୟ ୧୨ ଜଣ ମୁସଲମାନ ସାଂସଦ ଅଛନ୍ତି। ସମଗ୍ର ଭାରତୀୟ ସଂସଦରେ ମୁସଲମାନ ସାଂସଦଙ୍କ ଅଂଶୀଦାରିତା ପ୍ରାୟ ୪.୬ ପ୍ରତିଶତ ରହିଛି, ଯେଉଁଠାରେ ଦେଶରେ ମୁସଲମାନ ଜନସଂଖ୍ୟା ପ୍ରାୟ ୧୪ରୁ ୨୦ ପ୍ରତିଶତ ମଧ୍ୟରେ ଆକଳନ କରାଯାଏ।
୨.ଇସ୍ରାଏଲ୍ର ସଂସଦ ଯାହାକୁ ‘ନେସେଟ୍’ କୁହାଯାଏ, ସେଠାରେ ମୋଟ ୧୨୦ଟି ଆସନ ରହିଛି। ଏହି ସଂସଦରେ ୧୯ ଜଣ ମୁସଲମାନ ସାଂସଦ ବିଜୟୀ ହୋଇଛନ୍ତି। ଯାହାକି ମୋଟ ସଂଖ୍ୟାର ପ୍ରାୟ ୧୫ ପ୍ରତିଶତରୁ ଅଧିକ ଅଟେ। ଇସ୍ରାଏଲ୍ରେ ମୁସଲମାନ ଜନସଂଖ୍ୟା ପ୍ରାୟ ୧୮ ପ୍ରତିଶତ ଥିବାବେଳେ ସଂସଦରେ ସେମାନଙ୍କର ପ୍ରତିନିଧିତ୍ୱ ଅପେକ୍ଷାକୃତ ଭଲ ସ୍ଥିତିରେ ଅଛି।
୩.ଆମେରିକାରେ ନିକଟରେ ସମ୍ପନ୍ନ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ କଂଗ୍ରେସ ମୋଟ ୫୩୫ଟି ଆସନ ରହିଛି। ଏଥିରୁ ମାତ୍ର ୭ ଜଣ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ପ୍ରତିଶତ ହିସାବରେ ଆମେରିକାର ସଂସଦରେ ମୁସଲମାନ ସାଂସଦଙ୍କ ଅଂଶୀଦାରିତା ମାତ୍ର ୧.୩ ପ୍ରତିଶତ, ଯେତେବେଳେ ସେଠାରେ ମୁସଲମାନ ଜନସଂଖ୍ୟା ପ୍ରାୟ ୧.୯ ପ୍ରତିଶତ।
୪.ବ୍ରିଟେନର ହାଉସ୍ ଅଫ୍ କମନ୍ସରେ ମୋଟ ୬୫୦ଟି ଆସନ ରହିଛି। ସେଠାକାର ନିର୍ବାଚନରେ ୨୫ ଜଣ ମୁସଲମାନ ସାଂସଦ ନିର୍ବାଚିତ ହୋଇଛନ୍ତି, ଯାହାକି ମୋଟ ସଂଖ୍ୟାର ପ୍ରାୟ ୩.୮୯ ପ୍ରତିଶତ ଅଟେ। ବ୍ରିଟେନରେ ମୁସଲମାନ ଜନସଂଖ୍ୟା ପ୍ରାୟ ୬ ପ୍ରତିଶତ ରହିଛି।
୫. ଫ୍ରାନ୍ସର ସଂସଦର ନିମ୍ନ ସଦନରେ ମୋଟ ୫୭୭ଟି ଆସନ ଥିବାବେଳେ ସେଠାରେ ୧୯ ଜଣ ମୁସଲମାନ ସାଂସଦ ଅଛନ୍ତି। ଏହା ମୋଟ ସଂଖ୍ୟାର ପ୍ରାୟ ୩.୩୦ ପ୍ରତିଶତ ଅଟେ, ଯେତେବେଳେ ଫ୍ରାନ୍ସରେ ମୁସଲମାନ ଜନସଂଖ୍ୟା ପ୍ରାୟ ୯ ପ୍ରତିଶତ ଅଟେ।
୬. କାନାଡାର ହାଉସ୍ ଅଫ୍ କମନ୍ସରେ ୩୪୩ଟି ଆସନ ରହିଛି, ଯେଉଁଠାରେ ୧୩ ଜଣ ମୁସଲମାନ ସାଂସଦ ପ୍ରତିନିଧିତ୍ୱ କରୁଛନ୍ତି। କାନାଡାରେ ମୁସଲମାନ ଜନସଂଖ୍ୟା ପ୍ରାୟ ୪.୬ ପ୍ରତିଶତ ଅଟେ।
ଦର୍ଶକବନ୍ଧୁ, ଏହି ତଥ୍ୟଗୁଡ଼ିକୁ ଗଭୀର ଭାବେ ଅନୁଧ୍ୟାନ କଲେ ଜଣାପଡ଼େ ଯେ ପ୍ରାୟ ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶରେ ସଂସଦ ଭିତରେ ସଂଖ୍ୟାଲଘୁ ବା ମୁସଲମାନ ସମ୍ପ୍ରଦାୟର ପ୍ରତିନିଧିତ୍ୱ ସେମାନଙ୍କର ପ୍ରକୃତ ଜନସଂଖ୍ୟା ଅନୁପାତଠାରୁ କମ୍ ରହିଛି।
ଭାରତରେ ମୁସଲମାନ ଜନସଂଖ୍ୟା ପ୍ରାୟ ୧୪-୨୦% ହୋଇଥିବାବେଳେ ସଂସଦରେ ସେମାନଙ୍କର ପ୍ରତିନିଧିତ୍ୱ ପ୍ରାୟ ୪.୬% ରହିଛି। ଠିକ୍ ସେହିପରି ଫ୍ରାନ୍ସ ଏବଂ ବ୍ରିଟେନରେ ମଧ୍ୟ ଜନସଂଖ୍ୟା ତୁଳନାରେ ସଂସଦରେ ସାଂସଦଙ୍କ ସଂଖ୍ୟା କମ ରହିଛି। ଏହି ଅସନ୍ତୁଳନ କାହିଁକି ଘଟୁଛି? ଏହାର କାରଣ ଖୋଜିବା ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ସଂସ୍ଥା ପକ୍ଷରୁ ଅଧ୍ୟୟନ କରାଯାଇଛି।
କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ଗବେଷଣା ପେପର ଅନୁଯାୟୀ, ବିଶ୍ୱର ବିଭିନ୍ନ ଗଣତାନ୍ତ୍ରିକ ଦେଶର ସଂସଦମାନଙ୍କରେ ମୁସଲମାନମାନଙ୍କର ପ୍ରତିନିଧିତ୍ୱ ହ୍ରାସ ପାଇବା କିମ୍ବା ଆଶାନୁରୂପକ ନହେବା ପଛରେ ମୁଖ୍ୟତଃ ତିନୋଟି ପ୍ରମୁଖ କାରଣ ରହିଛି :
୧.ପ୍ରାୟ ସମସ୍ତ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଟିକେଟ୍ ବଣ୍ଟନ ସମୟରେ ବିବିଧତା (Diversity) କିମ୍ବା ସାମାଜିକ ଅନୁପାତକୁ ପ୍ରାଥମିକତା ଦେବା ପରିବର୍ତ୍ତେ ‘ଜିତାଉ ପ୍ରାର୍ଥୀ’ (Winnable Candidate) ଉପରେ ଅଧିକ ଫୋକସ୍ କରନ୍ତି। ଏହାଦ୍ୱାରା ଅନେକ ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଯଥର୍ଥ ପ୍ରାର୍ଥୀ ମନୋନୀତ ହୋଇପାରନ୍ତି ନାହିଁ।
୨.ଅନେକ ଦେଶର ସାମ୍ବିଧାନିକ କିମ୍ବା ନିର୍ବାଚନୀ ବ୍ୟବସ୍ଥାରେ ସଂଖ୍ୟାଲଘୁମାନଙ୍କର ସ୍ଥାୟୀ ପ୍ରତିନିଧିତ୍ୱ କିମ୍ବା ସେମାନଙ୍କ ଭାଗିରଥୀକୁ ସ୍ୱୀକୃତି ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥାଏ। ସାଧାରଣ ନିର୍ବାଚନୀ ପ୍ରକ୍ରିୟାରେ ସେମାନଙ୍କୁ ସଂଖ୍ୟାଗରିଷ୍ଠତା ସହିତ ପ୍ରତିଯୋଗିତା କରିବାକୁ ପଡ଼େ।
୩.ସାମ୍ପ୍ରତିକ ବର୍ଷଗୁଡ଼ିକରେ ବିଶ୍ୱବ୍ୟାପୀ ଦକ୍ଷିଣପନ୍ଥୀ ଏବଂ ଜାତୀୟତାବାଦୀ ରାଜନୀତିର ପ୍ରଭାବ ବୃଦ୍ଧି ପାଇଛି। ଏହି କାରଣରୁ ମଧ୍ୟ ବିଭିନ୍ନ ଦେଶର ରାଜନୈତିକ ଦଳଗୁଡ଼ିକ ସଂଖ୍ୟାଲଘୁ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବାକୁ ପଛାଉଛନ୍ତି, ଯାହା ସେମାନଙ୍କର ସଂସଦୀୟ ପ୍ରତିନିଧିତ୍ୱ ଉପରେ ସିଧାସଳଖ ପ୍ରଭାବ ପକାଉଛି।
ସଂସଦର ମୂଳ କାର୍ଯ୍ୟ ହେଲା ସମାଜର ପ୍ରତ୍ୟେକ ବର୍ଗର କଲ୍ୟାଣ ପାଇଁ ଆଇନ ପ୍ରଣୟନ କରିବା। ଯଦି ସଂସଦରେ ସମାଜର କୌଣସି ପ୍ରମୁଖ ବର୍ଗ କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟର ଉଚିତ ପ୍ରତିନିଧିତ୍ୱ ନରହେ, ତେବେ ସେମାନଙ୍କର ସମସ୍ୟା, ସେମାନଙ୍କର ଆଶା-ଆକାଂକ୍ଷା ଏବଂ ସେମାନଙ୍କର ବିକାଶ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ନୀତି ନିର୍ଦ୍ଧାରଣ ସମୟରେ ଅଣଦେଖା ହେବାର ସମ୍ଭାବନା ରହିଥାଏ।
ବିଶ୍ୱର ବିଭିନ୍ନ ଗଣତାନ୍ତ୍ରିକ ଦେଶରେ ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ବିତର୍କ ହୋଇଆସୁଛି। ଏହା କେବଳ ସଂଖ୍ୟାର ଖେଳ ନୁହେଁ, ବରଂ ଏହା ଗଣତନ୍ତ୍ରର ସମାବେଶୀ ସ୍ୱର ବଜାୟ ରଖିବାର ଏକ ବଡ଼ ପ୍ରଶ୍ନ ଅଟେ। ବିଶ୍ୱର ଏହି ୬ଟି ପ୍ରମୁଖ ଦେଶର ସଂସଦୀୟ ରିପୋର୍ଟ ଏହା ସ୍ପଷ୍ଟ କରୁଛି ଯେ ଯଦିଓ ବିଶ୍ୱରେ ଗଣତନ୍ତ୍ରର ବହୁ ପ୍ରଚାର ହେଉଛି, କିନ୍ତୁ ସଂସଦ ଭିତରେ ସାମାଜିକ ବିବିଧତା ଏବଂ ପ୍ରତିନିଧିତ୍ୱର ସନ୍ତୁଳନ ଏବେ ମଧ୍ୟ ଏକ ବଡ଼ ଆହ୍ୱାନ ହୋଇ ରହିଛି।
also read
https://purvapaksa.com/the-drunkard-papu-issue-in-punjab-politics/


