ଦେଶର ଇତିହାସରେ ପ୍ରଥମଥର ପାଇଁ ଏଭଳି ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଲା, ଯେତେବେଳେ ଦେଶର ମୁଖ୍ୟ ବିରୋଧୀ ଦଳ ଏବଂ ସେମାନଙ୍କ ସହଯୋଗୀ ଦଳଗୁଡ଼ିକ ଏକ ବିରାଟ ଭିଡ଼ ଧରି ସିଧାସିଧା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କିମ୍ବା କହିବାକୁ ଗଲେ ସୁପ୍ରିମକୋର୍ଟଙ୍କୁ ଘେରାଉ କରିବାକୁ ପହଞ୍ଚିଗଲେ। କିନ୍ତୁ ପ୍ରଶ୍ନ ଆସୁଛି—ଏହାର ପୃଷ୍ଠଭୂମି କ’ଣ ଥିଲା? ଟିକେ ପଛକୁ ଫେରି ଦେଖିବା। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଥିଲେ ଯେ, ରାହୁଲ ଗାନ୍ଧି ଆପଣଙ୍କୁ ଭେଟିବାକୁ ଚାହାଁନ୍ତି। ଏହାର କିଛି ଘଣ୍ଟା ଭିତରେ, ସେହି ରାତିରେ ସିଜେଆଇଙ୍କ ପକ୍ଷରୁ ସ୍ପଷ୍ଟ ଜବାବ ଆସିଯାଇଥିଲା ଯେ, ଏଭଳି ଭେଟାଭେଟି ସମ୍ଭବ ନୁହେଁ। ଯଦି ଆପଣଙ୍କର କୌଣସି ଅଭିଯୋଗ ଅଛି, ତେବେ ଆପଣ ଆଇନଗତ ଭାବରେ, ନିୟମ ଅନୁଯାୟୀ ପିଟିସନ ଦାୟର କରନ୍ତୁ।

କିପରି କଥା ଥିଲା, ଏହା ପରେ କଂଗ୍ରେସ ଦଳର ନୀରବ ରହିବା କଥା ଏବଂ ଆଇନଗତ ପ୍ରକ୍ରିୟା ଆପଣାଇବା କଥା। କିନ୍ତୁ ଯେଉଁମାନେ ମିଛ ଉପରେ ମିଛ ଲୁଚାଇବାକୁ ଯାଇ ଶହେଟି ମିଛ କୁହନ୍ତି, ସେମାନେ ପୁଣିଥରେ ବେଶର୍ମୀର ସବୁ ସୀମା ଲଙ୍ଘିଗଲେ। ସେମାନେ ଘୋଷଣା କଲେ ଯେ ଆମେ ମାର୍ଚ୍ଚ କରି ସୁପ୍ରିମକୋର୍ଟ ଯିବୁ ଏବଂ ସେଠାରେ ପିଟିସନ ଦାୟର କରିବୁ।
ଆପଣମାନେ, ଜାଣିବା କଥା ଯେ ସୁପ୍ରିମକୋର୍ଟର ନିୟମ କ’ଣ? ସାଧାରଣତଃ ଅପରାହ୍ନ ସାଢ଼େ ତିନିଟାବେଳେ ସୁପ୍ରିମକୋର୍ଟର ସମସ୍ତ ବେଞ୍ଚ କାମ ସାରି ଉଠିଯାଆନ୍ତି। ସାଢ଼େ ଚାରିଟା ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ରେଜିଷ୍ଟ୍ରିରେ ଅଫଲାଇନ୍ ପିଟିସନ ଦାୟର କରାଯାଇପାରିବ। ଆଉ ଯଦି ସାଢ଼େ ଚାରିଟା ପରେ ପିଟିସନ ଦାୟର କରିବାର ଅଛି, ତେବେ ତାହା ଅନଲାଇନ୍ ମାଧ୍ୟମରେ କରିବାକୁ ପଡ଼େ।
କିନ୍ତୁ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ପକ୍ଷରୁ ଘୋଷଣା ହୋଇଥିଲା ଯେ ସେମାନେ ସାଢ଼େ ତିନିଟାରେ ସେଠାରେ ପହଞ୍ଚିବେ। ଆଉ ସେମାନେ ପହଞ୍ଚିଲେ କେତେବେଳେ? ସନ୍ଧ୍ୟା ଛଅଟା ପରେ! ଆଶ୍ଚର୍ଯ୍ୟର କଥା ଦେଖନ୍ତୁ, ରାହୁଲ ଗାନ୍ଧିଙ୍କ ଆଇନଜୀବୀ ତଥା ସାଂସଦ ଅଭିଷେକ ମନୁ ସିଂଘବୀ ଏବଂ ତାଙ୍କ ଟିମ୍ ଦିନ ତିନିଟାବେଳେ ହିଁ ସେହି ପିଟିସନକୁ ରେଜିଷ୍ଟ୍ରିରେ ଦାୟର କରିସାରିଥିଲେ। ତେବେ ପ୍ରଶ୍ନ ଉଠୁଛି—ଯଦି ପିଟିସନ ପୂର୍ବରୁ ଦାୟର ହୋଇସାରିଥିଲା, ତେବେ ରାହୁଲ ଗାନ୍ଧି ବସ୍ ଭର୍ତ୍ତି କରି ନେତା ଓ କର୍ମୀଙ୍କୁ ଧରି ସେଠାକୁ କାହିଁକି ଯାଇଥିଲେ? କ’ଣ କରିବାକୁ ଯାଇଥିଲେ?
ଜଣାପଡ଼ିଲା ଯେ ସେଠାରେ ରେଜିଷ୍ଟ୍ରି କାଉଣ୍ଟର ପାଖରେ ଠିଆ ହୋଇ ସମସ୍ତେ ଫଟୋ ଉଠାଉଥିଲେ। ଅଭିଷେକ ମନୁ ସିଂଘବୀ ବହୁସଂଖ୍ୟାରେ ଓକିଲମାନଙ୍କୁ ଡକାଇଥିଲେ, ରାହୁଲ ସେମାନଙ୍କ ସହ ଆଲୋଚନା କରୁଥିଲେ। ଓକିଲଙ୍କୁ ମିଳିବାରେ କାହାର କୌଣସି ଅସୁବିଧା ନାହିଁ, କିନ୍ତୁ ସୁପ୍ରିମକୋର୍ଟ କ’ଣ କୌଣସି ସର୍ବସାଧାରଣ ପାର୍କ କିମ୍ବା ଆଡ୍ଡା ଜାଗା ଯେ ସେଠାରେ ଏମିତି ଭିଡ଼ ଜମା କରାଯିବ? ବସରେ ଭର୍ତ୍ତି କରି ବିରୋଧୀ ନେତାମାନଙ୍କୁ ସୁପ୍ରିମକୋର୍ଟର ପରିସରକୁ ନେଇଯିବା—ଏହା କେବଳ ଏକ ରାଜନୈତିକ ଷ୍ଟଣ୍ଟ ନୁହେଁ, ବରଂ ଦେଶର ସର୍ବୋଚ୍ଚ ଅଦାଲତ ଉପରେ ଏକ ପ୍ରକାର ଚଢ଼ାଉ କିମ୍ବା ଚାପ ପକାଇବାର ପ୍ରୟାସ ଥିଲା।
ଆଉ ଏବେ ଶୁଣନ୍ତୁ ସେହି ପିଟିସନର ଅବସ୍ଥା କ’ଣ ହେଲା! ସୁପ୍ରିମକୋର୍ଟର ରେଜିଷ୍ଟ୍ରି ଯେତେବେଳେ ସେହି ପିଟିସନକୁ ଯାଞ୍ଚ କଲା, ସେତେବେଳେ ଜଣାପଡ଼ିଲା ଯେ ସେହି ଆବେଦନରେ ମୋଟ ୧୪ଟି ବଡ଼ ଭୁଲ୍ ରହିଛି! ଭାବିବା କଥା—ଯେଉଁ ଦଳ ପାଖରେ ସୁପ୍ରିମକୋର୍ଟର ବଡ଼ ବଡ଼ ଓକିଲଙ୍କ ଫୌଜ ଅଛି, ଯେଉଁମାନେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି, ସେମାନେ ଗୋଟିଏ ସାଧାରଣ ଆଇନଗତ ପିଟିସନ ମଧ୍ୟ ଠିକ୍ ଭାବରେ ଦାୟର କରାଇ ପାରିଲେ ନାହିଁ!
ସେହି ୧୪ଟି ଭୁଲ୍ ମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା, ଯେଉଁ ୭ରୁ ୯ ଜଣ ବ୍ୟକ୍ତି ବା ନେତା ଏହି ପିଟିସନରେ ସାମିଲ ଅଛନ୍ତି ବା ନିଜର ନାଁ ଯୋଡ଼ିଛନ୍ତି, ସେମାନଙ୍କର ‘ଓକିଲାତିନାମା’ ହିଁ ନାହିଁ! ମଲ୍ଲିକାର୍ଜୁନ ଖଡ଼ଗେଙ୍କର ଯେଉଁ ଆଇଡି କାର୍ଡ଼ ବା ପରିଚୟ ପତ୍ର ସଂଲଗ୍ନ କରାଯାଇଛି, ତାହାର ଫଟୋ କପି ଏତେ ଅସ୍ପଷ୍ଟ, ଝାପ୍ସା ଯେ ତାହା ଗ୍ରହଣଯୋଗ୍ୟ ନୁହେଁ।
ଏହାକୁ ନେଇ ଗତକାଲିଠାରୁ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ବଲିଉଡ୍ ଫିଲ୍ମ ‘ଜଲୀ ଏଲ୍ଏଲ୍ବି’ର ସେହି ପ୍ରସିଦ୍ଧ ଦୃଶ୍ୟଟି ମନକୁ ଆସିଯାଉଛି, ଯେଉଁଥିରେ ଜଜ୍ ସାହେବ ଓକିଲକୁ ପଚାରନ୍ତି—”ଏହା କିପରି ପିଟିସନ ଦାୟର କରିଛ, ଏଥିରେ ଏତେ ଭୁଲ୍?” ଏବଂ ଓକିଲ କୁହେ—”ଆମେ ସଂଶୋଧିତ ପିଟିସନ ଦାୟର କରିଦେବୁ।” ସେତେବେଳେ ଜଜ୍ କହିଥିଲେ—”ବକ୍ସିଂ ମ୍ୟାଚ୍ରେ ହାରିଯିବା ପରେ ଯଦି ତୁମକୁ ପଞ୍ଚ୍ କଥା ମନେ ପଡ଼େ, ତେବେ ତାହା କୌଣସି କାମରେ ଆସେ ନାହିଁ।” ଠିକ୍ ଏହି ଅବସ୍ଥା ଆଜି ରାହୁଲ ଗାନ୍ଧି ଏବଂ କଂଗ୍ରେସ ପାର୍ଟିର ହୋଇଛି।
• ପ୍ରଥମେ ସେମାନେ ଦେଶର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯେପରିକି ଇଡି, ସିବିଆଇ ଉପରେ ଅଙ୍ଗୁଳି ଉଠାଇଲେ।
• ତା’ପରେ ସଂସଦର କାର୍ଯ୍ୟକ୍ରମକୁ କ୍ରମାଗତ ଭାବେ ବାଧାପ୍ରାପ୍ତ କଲେ। ରାଜ୍ୟସଭାର ସଭାପତି, ଯିଏ କି ଦେଶର ଉପରାଷ୍ଟ୍ରପତି ମଧ୍ୟ ଅଟନ୍ତି, ତାଙ୍କ ବିରୋଧରେ ଅଭିଯାନ ଚଳାଇଲେ ଏବଂ ମହାଭିଯୋଗ ଆଣିବାକୁ ଚେଷ୍ଟା କଲେ।
• ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଚେଷ୍ଟା କଲେ।
• ନିର୍ବାଚନ କମିଶନଙ୍କ ବିରୋଧରେ ସେମାନଙ୍କର ଅଭିଯାନ ଆଜି ସବୁଠାରେ ଜଣାଶୁଣା।
• ଏବଂ ବର୍ତ୍ତମାନ, ସେମାନଙ୍କର ଟାର୍ଗେଟ୍ ସିଧାସିଧା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ!
ଆଉ ଏହାର ସବୁଠାରୁ ବିଡ଼ମ୍ବନାର କଥା କ’ଣ ଜାଣିଛନ୍ତି? ଯେତେବେଳେ ଏହି ସବୁ ଘଟଣା ଘଟୁଥିଲା, ସେହି ସମୟରେ କେରଳର ଜଣେ କଂଗ୍ରେସ ନେତା ସୋସିଆଲ ମିଡ଼ିଆରେ (X ରେ) ଏକ ପୋଷ୍ଟ୍ କରି ଲେଖିଲେ— “ସୂର୍ଯ୍ୟକାନ୍ତ (CJIଙ୍କୁ ଉଦ୍ଦେଶ୍ୟ କରି), ଯଦି ଆପଣଙ୍କୁ ଆଇନଶୃଙ୍ଖଳା ସମ୍ଭାଳିବାକୁ ହେଉନି, ତେବେ ପଦରୁ ହଟିଯାଆନ୍ତୁ, ଆମେ ନୂଆ ନିଯୁକ୍ତି କରିଦେବୁ।” ଭାବି ଦେଖନ୍ତୁ! ଦେଶର ମୁଖ୍ୟ ବିଚାରପତିଙ୍କୁ ଏଭଳି ଭାଷାରେ ସମ୍ବୋଧନ କରାଗଲା! ଏହା କୌଣସି ସାଧାରଣ ରାଜନୈତିକ ବୟାନ ଥିଲା କି? ଏହା ଥିଲା ସିଧାସିଧା ଧମକ।
ଯେତେବେଳେ ଚାରିଆଡ଼ୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା ଏବଂ ଦେଶର ଜନସାଧାରଣ କ୍ରୋଧାନ୍ୱିତ ହେଲେ, ସେତେବେଳେ ସେହି ପୋଷ୍ଟକୁ ଡିଲିଟ୍ ବା ହଟାଇ ଦିଆଗଲା। ଆଉ ପରେ କୁହାଗଲା ଯେ ଯେଉଁ ନେତା ଏହା କରିଥିଲେ, ତାଙ୍କୁ ପଦରୁ ହଟାଇ ଦିଆଯାଇଛି। କିନ୍ତୁ ପ୍ରଶ୍ନ ଏହା ନୁହେଁ ଯେ ପଦରୁ ହଟାଗଲା କି ନାହିଁ; ପ୍ରଶ୍ନ ହେଉଛି—କ’ଣ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କିମ୍ବା ରାହୁଲ ଗାନ୍ଧି ଏଥିପାଇଁ ଦେଶବାସୀଙ୍କୁ ଏବଂ ସୁପ୍ରିମକୋର୍ଟଙ୍କୁ କ୍ଷମା ପ୍ରାର୍ଥନା କଲେ କି? ଆଜି ପର୍ଯ୍ୟନ୍ତ କୌଣସି କ୍ଷମାପ୍ରାର୍ଥନା କରାଯାଇ ନାହିଁ। ଆଉ ଭବିଷ୍ୟତରେ ମଧ୍ୟ କରାଯିବ ନାହିଁ, କାରଣ ରାହୁଲ ଗାନ୍ଧି ତ ନିଜେ ଗର୍ବର ସହ କୁହନ୍ତି ଯେ “ମୁଁ ସାବରକର ନୁହେଁ, ମୁଁ କେବେବି କ୍ଷମା ମାଗିବି ନାହିଁ।” କିନ୍ତୁ, ରାହୁଲ ଗାନ୍ଧି ହଜାର ଜନ୍ମ ନେଲେ ମଧ୍ୟ ବୀର ସାବରକରଙ୍କ ପାଦର ଧୂଳି ସହିତ ମଧ୍ୟ ତୁଳନା ହୋଇପାରିବେ ନାହିଁ। କିନ୍ତୁ ସୁପ୍ରିମକୋର୍ଟରୁ ପୂର୍ବରୁ ବିନା ସର୍ତ୍ତରେ ଲିଖିତ କ୍ଷମା ମାଗିଥିବା ଇତିହାସ ମଧ୍ୟ ଦେଶବାସୀ ଭୁଲିନାହାନ୍ତି!
୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭାଙ୍ଗିଥିଲା। ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ କଲ୍ୟାଣ ସିଂହ, ଯିଏ କି ବିଜେପିର ଜଣେ ବରିଷ୍ଠ ନେତା ଥିଲେ। ସେ ସୁପ୍ରିମକୋର୍ଟରେ ଏକ ଲିଖିତ ଅଣ୍ଡରଟେକିଂ ଦେଇଥିଲେ ଯେ ସେ ସେହି ଢାଞ୍ଚାର ସୁରକ୍ଷା କରିବେ ଏବଂ କୌଣସି କ୍ଷତି ପହଞ୍ଚାଇବାକୁ ଦେବେ ନାହିଁ। କିନ୍ତୁ ପରିସ୍ଥିତି ଯତେବେଳେ ହାତ ବାହାରକୁ ଗଲା, ସେ ସ୍ପଷ୍ଟ ଭାବରେ କହିଲେ ଯେ ମୁଁ ଢାଞ୍ଚା ରକ୍ଷା କରିବାକୁ ଯାଇ ନିରୀହ କରସେବକଙ୍କୁ ଉପରେ ଗୁଳି ଚଳାଇବି ନାହିଁ—ଯାହାକି ୧୯୯୦ରେ ମୁଲାୟମ ସିଂହ ଯାଦବ ଗୁଳି ଚଳାଇ କରସେବକମାନଙ୍କଚ ହତ୍ୟା କରିଥିଲେ।
ତା’ପରେ କଲ୍ୟାଣ ସିଂହ ନିଜେ ଇସ୍ତଫା ଦେଇଥିଲେ। କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। କାରଣ ଯେତେବେଳେ କଲ୍ୟାଣ ସିଂହଙ୍କର ସୁପ୍ରିମକୋର୍ଟରେ ହାଜର ହେବାର ଦିନ ଥିଲା, ସେତେବେଳେ ବିଜେପି ପକ୍ଷରୁ କୁହାଯାଇଥିଲା ଯେ ହଜାର ହଜାର ଲୋକ ତାଙ୍କ ସାଙ୍ଗରେ ସୁପ୍ରିମକୋର୍ଟ ଯିବେ। କିନ୍ତୁ ସେତେବେଳେ ସୁପ୍ରିମକୋର୍ଟ କ’ଣ କରିଥିଲେ? ସୁପ୍ରିମକୋର୍ଟ ଅତ୍ୟନ୍ତ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ। କୋର୍ଟ କହିଥିଲେ— “ଆପଣ ଜଣେ ଅପରାଧୀ ବା ଆସାମୀ ଭାବରେ ଆସୁଛନ୍ତି, ଆପଣ କ’ଣ ସୁପ୍ରିମକୋର୍ଟ ଉପରେ ଚଢ଼ାଉ କରିବାକୁ ଆସୁଛନ୍ତି କି? କେହି ମଧ୍ୟ ସାଙ୍ଗରେ ଆସିବେ ନାହିଁ।” ଫଳସ୍ୱରୂପ, କଲ୍ୟାଣ ସିଂହ କେବଳ ନିଜର ଓକିଲ ଏବଂ ଜଣେ-ଦୁଇଜଣ ସହଯୋଗୀଙ୍କ ସହ ଯାଇଥିଲେ ଏବଂ ସୁପ୍ରିମକୋର୍ଟ ତାଙ୍କୁ ଅଦାଲତ ଉଠିବା ପର୍ଯ୍ୟନ୍ତ ପ୍ରତୀକାତ୍ମକ କାରାବାସ ବା ସଜ୍ଜା ମଧ୍ୟ ଶୁଣାଇଥିଲେ।
ଗତ ସୋମବାର ଯେଉଁ ଘଟଣା ଘଟିଲା, ସେଥିପାଇଁ ରାହୁଲ ଗାନ୍ଧି ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ସୁପ୍ରିମକୋର୍ଟ ସେହିପରି କୌଣସି ଦୃଢ଼ ପଦକ୍ଷେପ କାହିଁକି ଉଠାଇଲେ ନାହିଁ? କାହିଁକି ଏଭଳି ଏକ ନୀରବତା ଦେଖିବାକୁ ମିଳିଲା? ଆମ ଦେଶର ନ୍ୟାୟ ବ୍ୟବସ୍ଥାର ଏହି ଦ୍ୱୈତ ନୀତି ହିଁ ସାଧାରଣ ଜନତାଙ୍କ ମନରେ ଏକ ବଡ଼ ସନ୍ଦେହ ସୃଷ୍ଟି କରୁଛି। ଲୋକମାନେ ଭାବୁଛନ୍ତି—କ’ଣ ଏ ଦେଶରେ ସମସ୍ତଙ୍କ ପାଇଁ ଆଇନ ସମାନ ନୁହେଁ? ସମ୍ବିଧାନର ନଜରରେ ଯଦି ସମସ୍ତେ ସମାନ, ତେବେ କଲ୍ୟାଣ ସିଂହଙ୍କ ବେଳେ ଅବମାନନା ମାମଲା ଏବଂ ସଜ୍ଜା ହୋଇପାରିବ, କିନ୍ତୁ ରାହୁଲ ଗାନ୍ଧି ଓ ତାଙ୍କ ସହଯୋଗୀମାନେ ଯେତେବେଳେ ବସ୍ ଭର୍ତ୍ତି କରି ସୁପ୍ରିମକୋର୍ଟର ଦ୍ୱାରରେ ହୋହଲ୍ଲା କରିବେ, ସେତେବେଳେ କୋର୍ଟର ଚୁପ୍ ରହିବା କେତେଦୂର ଯୁକ୍ତିଯୁକ୍ତ?
ଏହା କୌଣସି ସାଧାରଣ କଥା ନୁହେଁ । କଂଗ୍ରେସ ପାର୍ଟି ପାଇଁ ଏହା ଏକ ରାଜନୈତିକ ଷ୍ଟଣ୍ଟ ହୋଇପାରେ, ସେମାନେ ହୁଏତ ସୁପ୍ରିମକୋର୍ଟ ଏବଂ ସିଜେଆଇଙ୍କୁ ସର୍ବସାଧାରଣରେ ଅପମାନିତ କରିବାକୁ ଚାହୁଁଥିଲେ ଏବଂ ସେଥିରେ ସେମାନେ ସଫଳ ମଧ୍ୟ ହୋଇଛନ୍ତି। କିନ୍ତୁ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି—ଯଦି ଆଜି ଏ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହିଁ ସୁରକ୍ଷିତ ନୁହେଁ, ଯଦି ସେଠାକୁ ମଧ୍ୟ ଭିଡ଼ ଆଣି ଚାପ ପକାଯିବ, ତେବେ ଏ ଦେଶର ସାଧାରଣ ନାଗରିକ କେଉଁଠାକୁ ଯିବ?

ଉତ୍ତରପ୍ରଦେଶରେ ଯେତେବେଳେ ମୁଲାୟମ ସିଂହ ଯାଦବ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ‘ହଲା ବୋଲ୍’ ଆନ୍ଦୋଳନ ସମୟରେ ରାଜ୍ୟର ଦୁଇଟି ପ୍ରମୁଖ ଖବରକାଗଜ—‘ଦୈନିକ ଜାଗରଣ’ ଏବଂ ‘ଅମର ଉଜାଲା’ର କପିଗୁଡ଼ିକୁ ପୋଡ଼ି ଦିଆଯାଇଥିଲା, ହକରମାନଙ୍କୁ ମାଡ଼ ମରାଯାଇଥିଲା। ଏପରିକି ସମାଜବାଦୀ ପାର୍ଟିର ଗୁଣ୍ଡାମାନେ ସିଧାସିଧା ଆଲହାବାଦ ହାଇକୋର୍ଟ ଭିତରେ ପଶିଯାଇଥିଲେ! ସେତେବେଳେ ସେଠାକାର ମୁଖ୍ୟ ବିଚାରପତି ଭୟଭୀତ ହୋଇ ସିଜେଆଇ ଏବଂ ରାଜ୍ୟର ରାଜ୍ୟପାଳ, ଗୃହମନ୍ତ୍ରୀଙ୍କୁ ଜରୁରୀକାଳୀନ ଫୋନ୍ କରି ସୁରକ୍ଷା ମାଗିଥିଲେ। ସେତେବେଳେ ସେଠାରେ ସି.ଆର୍.ପି.ଏଫ୍ ମୁତୟନ ହେବା ପରେ ବିଚାରପତିଙ୍କ ଜୀବନ ବଞ୍ଚିଥିଲା। ଆଜି ମଧ୍ୟ ଆଲହାବାଦ ହାଇକୋର୍ଟରେ ସିଆର୍ପିଏଫ୍ ମୁତୟନ ଅଛନ୍ତି।
ଯଦି ନ୍ୟାୟାଳୟଗୁଡ଼ିକ ନିଜର ପ୍ରତିଷ୍ଠା ଏବଂ ସୁରକ୍ଷା ପ୍ରତି ନିଜେ ସଚେତନ ନ ହେବେ, ତେବେ ଅନ୍ୟ କିଏ କରିବ? ଆଜି ଦେଶର ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛି—କ’ଣ ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କୁ ଏପରି ଜଣେ ‘ଏଣ୍ଟାଇଟଲ୍ଡୁ ଡାଇନେଷ୍ଟ୍’ ବା ବିଶେଷାଧିକାରପ୍ରାପ୍ତ ବଂଶଜ ବୋଲି ଭାବୁଛନ୍ତି, ଯାହାଙ୍କ ଉପରେ ଏ ଦେଶର ସମ୍ବିଧାନ ଏବଂ ଆଇନ ଲାଗୁ ହୁଏ ନାହିଁ? ଯଦି ଏହା ନୁହେଁ, ତେବେ କଳ୍ପନା କରନ୍ତୁ—ଯଦି ଅନ୍ୟ କୌଣସି ସାଧାରଣ ବ୍ୟକ୍ତି, କୌଣସି ଆଞ୍ଚଳିକ ଦଳର ସାଧାରଣ ନେତା ଏଭଳି କାମ କରିଥା’ନ୍ତେ, ତେବେ କ’ଣ ସୁପ୍ରିମକୋର୍ଟ ଏଭଳି ଚୁପ୍ ରହିଥା’ନ୍ତେ? କ’ଣ କୋର୍ଟରୁ କୌଣସି ପ୍ରତିକ୍ରିୟା ଆସିନଥା’ନ୍ତା? ଏହି ପ୍ରଶ୍ନ ଆଜି ପ୍ରତ୍ୟେକ ଭାରତୀୟଙ୍କ ମନରେ କୁହୁଳୁଛି।
ଇତିହାସରେ ଏଭଳି ତିନିଟି ମୁଖ୍ୟ ଅବସର ଆସିଛି, ଯେତେବେଳେ ସୁପ୍ରିମକୋର୍ଟଙ୍କ ଚୁପ୍ରହିବା କାରଣରୁ ସୁପ୍ରିମକୋର୍ଟଙ୍କ ପ୍ରତିଷ୍ଠା ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଛି:
1. ପ୍ରଥମେ ଜରୁରୀକାଳୀନ ପରିସ୍ଥିତିର ସମୟ, ଯେତେବେଳେ ଦେଶର ଅଧିକାଂଶ ବିଚାରପତି ସରକାରଙ୍କ ଆଗରେ ଆତ୍ମସମର୍ପଣ କରିଦେଇଥିଲେ।
2. ଦ୍ୱିତୀୟରେ୧୯୮୪ ଶିଖ୍ ହତ୍ୟାକାଣ୍ଡ, ଯେତେବେଳେ ଦିଲ୍ଲୀର ରାଜରାସ୍ତାରେ ନରସଂହାର ଚାଲିଥିଲା କିନ୍ତୁ ସୁପ୍ରିମକୋର୍ଟ ନିଜଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।
3. ତୃତୀୟରେ ୧୯୯୦ ମସିହାରେ କଶ୍ମୀରରେ ହିନ୍ଦୁମାନଙ୍କର ଏଥନିକ୍ କ୍ଲିନିଂ ବା ବଂଶୋଚ୍ଛେଦ ସମୟ, ଯେତେବେଳେ ସେହି ଘଟଣାର କୌଣସି ସ୍ୱତଃପ୍ରବୃତ୍ତ ସଂଜ୍ଞାନ କୋର୍ଟ ନେଇ ନ ଥିଲେ ଏବଂ ବର୍ଷ ପରେ ବର୍ଷ ବିତିଗଲା ପରେ ଯେତେବେଳେ ଆବେଦନ ହେଲା, ସୁପ୍ରିମକୋର୍ଟ ଏହା କହି ଖାରଜ କରିଦେଲେ ଯେ “ବର୍ତ୍ତମାନ ବହୁତ ଡ଼େରି ହୋଇଯାଇଛି!”
ତେବେ ୧୯୯୦ର ଘଟଣା ପାଇଁ ଯଦି ଡେରି ହୋଇଯାଇପାରେ, ଏବଂ ୮୪ ପାଇଁ ଦୀର୍ଘ ଦିନ ଲାଗିପାରେ, ତେବେ ଆଜି ଏଭଳି ବେଆଇନ ଭାବେ ସୁପ୍ରିମକୋର୍ଟ ପରିସରକୁ ଘେରିବା ଏବଂ ଅଦାଲତକୁ ଚାପ ପକାଇବା ଘଟଣାକୁ ଯଦି ଅଣଦେଖା କରାଯାଏ, ତେବେ ଏହା ଭବିଷ୍ୟତ ପାଇଁ ଏକ ଅତ୍ୟନ୍ତ ବିପଜ୍ଜନକ ପରମ୍ପରା ସୃଷ୍ଟି କରିବ।
also read


