ଭାରତୀୟ ଘରୋଇ କ୍ରିକେଟ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଡ୍-ବଲ୍ ଟୁର୍ଣ୍ଣାମେଣ୍ଟ ‘ଦିଲୀପ ଟ୍ରଫି’ ପାଇଁ ଇଷ୍ଟ ଜୋନ୍ ନିଜର ଦଳ ଘୋଷଣା କରିସାରିଛି। ଦଳର ଅଧିନାୟକ ଇଶାନ କିଶନ୍ଙ୍କୁ କରାଯାଇଥିବା ବେଳେ ଦଳରେ ମହମ୍ମଦ ଶାମୀ, ମୁକେଶ କୁମାର, ଶାହବାଜ ଅହମ୍ମଦ, ଏବଂ ଅଭିମନ୍ୟୁ ଈଶ୍ୱରନ୍ଙ୍କ ଭଳି ଅଭିଜ୍ଞ ଜାତୀୟ ଖେଳାଳିମାନେ ସାମିଲ ଅଛନ୍ତି।
କିନ୍ତୁ ସିଲେକ୍ଟରମାନଙ୍କର ଗୋଟିଏ ନିଷ୍ପତ୍ତି ସମଗ୍ର କ୍ରିକେଟ୍ ଜଗତକୁ ସ୍ତବ୍ଧ କରିଦେଇଛି!
ଇଷ୍ଟ ଜୋନ୍ ସିଲେକ୍ଟରମାନେ ମାତ୍ର ୧୫ ବର୍ଷୀୟ ଯୁବ ଖେଳାଳୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ସିନିୟର ଦଳର ଉପ-କପ୍ତାନ ଭାବେ ନିଯୁକ୍ତ କରିଛନ୍ତି!
ଯେଉଁ ଖେଳାଳି ସିକ୍କିମ୍, ବିହାର କିମ୍ବା ଇଷ୍ଟ ଜୋନ୍ର ସିନିୟର ଡ୍ରେସିଂ ରୁମ୍ରେ ନିଜର ପ୍ରଥମ ପାଦ ରଖୁଛନ୍ତି, ତାଙ୍କୁ ସିଧାସଳଖ ଉପ-କପ୍ତାନିର ଗୁରୁଦାୟିତ୍ୱ ଦିଆଯାଇଛି।
ଏହି ନିଷ୍ପତ୍ତି ପରେ କ୍ରିକେଟ୍ ପ୍ରେମୀ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ପ୍ରଚଣ୍ଡ ବିତର୍କ ଆରମ୍ଭ ହୋଇଯାଇଛି। ଭାରତର ସବୁଠାରୁ ଆଦରଣୀୟ ଏବଂ ‘ଭଏସ୍ ଅଫ୍ କ୍ରିକେଟ୍’ ଭାବେ ଜଣାଶୁଣା ଦିଗ୍ଗଜ କମେଣ୍ଟେଟର ହର୍ଷ ଭୋଗଲେ (Harsha Bhogle) ସେଲେକ୍ଟରମାନଙ୍କ ଏହି ନିଷ୍ପତ୍ତିକୁ ନେଇ କଠୋର ପ୍ରଶ୍ନ ଉଠାଇଛନ୍ତି।
ହର୍ଷ ଭୋଗଲେ ସୋସିଆଲ ମିଡିଆରେ ଲେଖିଛନ୍ତି— “ସିନିୟର ରେଡ୍-ବଲ୍ ଟିମ୍ରେ ବୈଭବଙ୍କୁ ଉପ-କପ୍ତାନ କରିବା ପଛରେ ସେଲେକ୍ଟରଙ୍କ ଭାବନା କ’ଣ, ମୁଁ ବୁଝିପାରୁନି! ତାଙ୍କ ପାଖରେ ଅସାଧାରଣ ପ୍ରତିଭା ଅଛି, ସତ କିନ୍ତୁ ରେଡ୍-ବଲ୍ କ୍ରିକେଟ୍ରେ ସେ ଆଜି ବି ଶିଖିବାର ସବୁଠାରୁ ତଳ ସ୍ତରରେ ଅଛନ୍ତି।”
ବୈଭବ ସୂର୍ଯ୍ୟବଂଶୀ କିଏ ଏବଂ କାହିଁକି ତାଙ୍କୁ ନେଇ ସାରା ଦେଶରେ ଏତେ ଚର୍ଚ୍ଚା?
ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ଭାରତୀୟ କ୍ରିକେଟ୍ରେ ଏକ ନୂଆ ଆଲୋଡ଼ନ ସୃଷ୍ଟି କରିଛନ୍ତି। IPL 2026 ସିଜନ୍ରେ ନିଜର ଦମଦାର ପ୍ରଦର୍ଶନ ବଳରେ ସେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରି ‘ଅରେଞ୍ଜ କ୍ୟାପ୍’ (Orange Cap) ନିଜ ନାମରେ କରିଥିଲେ।
ଏହାପରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିବା ଏବଂ ନିକଟରେ ଶେଷ ହୋଇଥିବା ଜିମ୍ବାୱେ ଗସ୍ତରେ ଭାରତୀୟ ଦଳ ପାଇଁ ‘ପ୍ଲେୟାର ଅଫ୍ ଦ ସିରିଜ୍’ ଭାବେ ବିବେଚିତ ହେବା—ଏହି ସବୁ ସଫଳତା ପ୍ରମାଣ କରେ ଯେ ତାଙ୍କ ପାଖରେ ଅସାଧାରଣ ପ୍ରତିଭା ରହିଛି। T20 ଏବଂ ହ୍ୱାଇଟ୍-ବଲ୍ କ୍ରିକେଟ୍ରେ ସେ ବଡ଼ ବଡ଼ ବୋଲରଙ୍କୁ ନିଜ ଛକା-ଚୌକା ରେ ନାକେଦମ କରି ସର୍ବାଧିକ ଲୋକପ୍ରିୟତା ହାସଲ କରିଛନ୍ତି।
ଏହି ଚମତ୍କାର ଫର୍ମ ଯୋଗୁଁ ହିଁ ସେଲେକ୍ଟରମାନେ ତାଙ୍କୁ “ଇଷ୍ଟ ଜୋନ୍ ଦିଲୀପ ଟ୍ରଫି ସ୍କ୍ୱାଡ୍”ରେ ସାମିଲ କରିଛନ୍ତି। ସ୍କ୍ୱାଡ୍ରେ ସ୍ଥାନ ପାଇବା ପର୍ଯ୍ୟନ୍ତ କାହାରି କିଛି ଆପତ୍ତି ନଥିଲା, କାରଣ ଏହି ଯୁବ ପ୍ରତିଭାଙ୍କୁ ରେଡ୍-ବଲ୍ରେ ମାପିବାର ଏହା ଏକ ଭଲ ସୁଯୋଗ ଥିଲା।
କିନ୍ତୁ ସମସ୍ୟା ଉପୁଜିଲା ଯେତେବେଳେ ତାଙ୍କୁ ସିଧାସଳଖ Vice-Captain ବନାଇ ଦିଆଗଲା!
ହର୍ଷ ଭୋଗଲେ କାହିଁକି ସେଲେକ୍ଟରଙ୍କ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି
ହର୍ଷ ଭୋଗଲେ X (ପୂର୍ବରୁ ଟ୍ୱିଟର) ରେ ନିଜର ଆଶ୍ଚର୍ଯ୍ୟ ପ୍ରକାଶ କରି ଲେଖିଛନ୍ତି:
“ସିନିୟର ରେଡ୍-ବଲ୍ ଟିମ୍ରେ ସୂର୍ଯ୍ୟବଂଶୀଙ୍କୁ ଉପ-କପ୍ତାନ କରିବା ପଛରେ ସେଲେକ୍ଟରମାନଙ୍କ ଚିନ୍ତାଧାରା କ’ଣ ରହିଥିବ ଭାବି ମୁଁ ଆଶ୍ଚର୍ଯ୍ୟ ହେଉଛି ! ହଁ ସେ ରେଡ୍-ବଲ୍ କ୍ରିକେଟ୍ରେ ୧୨ ଟି ଇନିଂସରୁ ମାତ୍ର ୨୦୭ ରନ୍ କରିଛନ୍ତି, ଯାହାର ହାରାହାରି (Average) ମାତ୍ର ୧୭.୨୫ ହେବ। ତାଙ୍କ ପାଖରେ ଅସାଧାରଣ ପ୍ରତିଭା ଅଛି, କିନ୍ତୁ ଶିଖିବାର ଏକ ପ୍ରକ୍ରିୟା ଥାଏ ଏବଂ ରେଡ୍-ବଲ୍ କ୍ରିକେଟ୍ରେ ସେ ଏବେ ସବୁଠାରୁ ତଳ ସ୍ତରରେ ଅଛନ୍ତି।”
ଆସନ୍ତୁ ତଥ୍ୟକୁ ଟିକେ ସୂକ୍ଷ୍ମ ଭାବେ ବୁଝିବା। ହର୍ଷ ଭୋଗଲେ ଯେଉଁ କଥା କହିଛନ୍ତି, ତାହା ସମ୍ପୂର୍ଣ୍ଣ ସତ୍ୟ ଓ ତଥ୍ୟ ଉପରେ ଆଧାରିତ।
- ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ ୮ ଟି First-Class ବା Red-Ball ମ୍ୟାଚ୍ ଖେଳିଛନ୍ତି।
- ଏହି ୮ ଟି ମ୍ୟାଚ୍ର ୧୨ ଟି ଇନିଂସରେ ସେ ମାତ୍ର ୨୦୭ ରନ୍ କରିଛନ୍ତି।
- ତାଙ୍କର Average ବ୍ୟାଟିଂ ହେଉଛି ମାତ୍ର ୧୭.୨୫।
- ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୯୩ ରନ୍।
- ଅର୍ଥାତ୍, T20 ଏବଂ ODI ଫର୍ମାଟ୍ରେ ସେ ଜଣେ ସୁପରଷ୍ଟାର ହୋଇଥାଇପାରନ୍ତି, କିନ୍ତୁ ରେଡ୍-ବଲ୍ (ଲାଲ୍ ବଲ୍) କ୍ରିକେଟ୍ରେ, ଯେଉଁଠି ପାଞ୍ଚ ଦିନ ଧରି ଧୈର୍ଯ୍ୟର ପରୀକ୍ଷା ହୁଏ, ସେଠାରେ ସେ ଏପର୍ଯ୍ୟନ୍ତ ନିଜକୁ ପ୍ରମାଣିତ କରିପାରିନାହାଁନ୍ତି।
ହର୍ଷ ଭୋଗଲେଙ୍କର ଏହି ଅସନ୍ତୋଷ ପଛରେ ଅନ୍ୟ ଏକ ବଡ଼ କାରଣ ହେଉଛି ଇଷ୍ଟ ଜୋନ୍ ଦଳରେ ଥିବା ଅନ୍ୟ ଅନୁଭବୀ ଖେଳାଳିମାନଙ୍କ ଉପସ୍ଥିତି।
ଆସନ୍ତୁ ଥରେ ଇଷ୍ଟ ଜୋନ୍ର ଦିଲୀପ ଟ୍ରଫି ସ୍କ୍ୱାଡ୍ ଉପରେ ନଜର ପକାଇବା:
- ଇଶାନ କିଶନ୍ , ଯେକି ଏହି ଦଳର captain ଅଛନ୍ତି ସେ ଜଣେ ଜାତୀୟ ଦଳର ଅନୁଭବୀ ୱିକେଟକିପର-ବ୍ୟାଟ୍ସମ୍ୟାନ୍।
- ଅଭିମନ୍ୟୁ ଈଶ୍ୱରନ୍ ବଙ୍ଗଳାର ଅନୁଭବୀ ଓପନର, ଯିଏ ବର୍ଷ ବର୍ଷ ଧରି ଫାଷ୍ଟ-କ୍ଲାସ୍ କ୍ରିକେଟ୍ରେ ହଜାର ହଜାର ରନ୍ କରିଛନ୍ତି ଏବଂ ଇଣ୍ଡିଆ-ଏ ଦଳର captaincy ମଧ୍ୟ କରିସାରିଛନ୍ତି।
- ମହମ୍ମଦ ଶାମୀ: ଭାରତର ଜଣେ ଦିଗ୍ଗଜ ଦ୍ରୁତ ବୋଲର।
- ମୁକେଶ କୁମାର: ଭାରତୀୟ ଟେଷ୍ଟ ଦଳର ଜଣେ ନିୟମିତ ବୋଲର।
- ଆଉ ଶାହବାଜ ଅହମ୍ମଦ, ସୁଦୀପ କୁମାର ଘରାମୀ, ବିରାଟ ସିଂହ, ଏବଂ ଶୁଭ୍ରାଂଶୁ ସେନାପତି ଙ୍କ ପାଖରେ ବର୍ଷ ବର୍ଷର red ball କ୍ରିକେଟ୍ର ଅନୁଭବ ରହିଛି।
ଏତେ ସବୁ ଜାତୀୟ ଓ ରଣଜୀ ଅନୁଭବୀ ଖେଳାଳି ଥାଉ ଥାଉ, ମାତ୍ର ୮ ଟି ଫାଷ୍ଟ-କ୍ଲାସ୍ ମ୍ୟାଚ୍ ଖେଳିଥିବା ଏବଂ ୧୭.୨୫ ହାରାହାରି ଥିବା ୧୫ ବର୍ଷର ବାଳକକୁ vice captaincy ଦେବା କେତେଦୂର ଯୁକ୍ତିଯୁକ୍ତ?
ଏହା କ’ଣ ଅନ୍ୟ ସିନିୟର ଖେଳାଳିମାନଙ୍କ ପ୍ରତି ଅବିଚାର ନୁହେଁ? ଏବଂ ସବୁଠାରୁ ବଡ଼ କଥା ହେଉଛି, ଏହା ବୈଭବଙ୍କ ନିଜ ଖେଳ ଉପରେ ଚାପ ପକାଇବ ନାହିଁ ତ?
କ୍ରିକେଟ୍ ଇତିହାସ ଗୋଟିଏ କଥା ସ୍ପଷ୍ଟ ଭାବେ ଶିଖାଇଛି—”ଅତ୍ୟାଧିକ Hype ଏବଂ ଅସମୟରେ ବଡ଼ ଦାୟିତ୍ୱ କେବେ କେବେ ବଡ଼ ବଡ଼ ପ୍ରତିଭାଙ୍କୁ
ନଷ୍ଟ କରିଦିଏ।”
ହର୍ଷ ଭୋଗଲେଙ୍କ ପ୍ରଶ୍ନ କେବଳ ଆଙ୍କଡ଼ାକୁ ନେଇ ନୁହେଁ, ବରଂ ଜଣେ ୧୫ ବର୍ଷର କ୍ରିକେଟରଙ୍କ ମାନସିକ ବିକାଶକୁ ନେଇ। ଏହି ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କର ପ୍ରାଥମିକ ଲକ୍ଷ୍ୟ ହେବା କଥା—
୧. ରେଡ୍-ବଲ୍ରେ ନିଜର ବ୍ୟାଟିଂ ଟେକ୍ନିକ୍କୁ ସୁଧାରିବା।
୨. କ୍ରିଜ୍ରେ ଦୀର୍ଘ ସମୟ ଧରି ଠିଆ ହେବାର ଧୈର୍ଯ୍ୟ ଶିଖିବା।
୩. ଅଭିମନ୍ୟୁ ଈଶ୍ୱରନ୍, ଇଶାନ କିଶନ୍ଙ୍କ ଭଳି ସିନିୟର ଖେଳାଳିଙ୍କଠାରୁ ଫାଷ୍ଟ-କ୍ଲାସ୍ କ୍ରିକେଟ୍ର କଳା ଶିଖିବା।
ଯଦି ଏହି ଶିଖିବା ବୟସରେ (Learning Phase) ତାଙ୍କ ଉପରେ ‘ଉପ-କପ୍ତାନ’ର ଟ୍ୟାଗ୍ ଲଗାଇ ଦିଆଯିବ, ତେବେ ଗୋଟିଏ ପଟେ ଗଣମାଧ୍ୟମ ଓ ଦର୍ଶକଙ୍କ ପ୍ରଚଣ୍ଡ ଚାପ ରହିବ। ଯଦି ସେ ଦିଲୀପ ଟ୍ରଫିର ୨-୩ ଟି ଇନିଂସରେ ଫ୍ଲପ୍ ହୁଅନ୍ତି, ତେବେ ସେହି ସମାଲୋଚନାର ଭାର ସମ୍ଭାଳିବା ଏହି ୧୫ ବର୍ଷର କୁନି ପୁଅ ପାଇଁ କଠିନ ହୋଇପାରେ।
ଇଷ୍ଟ ଜୋନ୍ ସେଲେକ୍ଟରମାନେ ହୁଏତ Long-term investment ଭାବି ବୈଭବଙ୍କୁ ଭବିଷ୍ୟତର ନେତା ଭାବେ ଗଢ଼ିବାକୁ ଚାହୁଁଥାଇପାରନ୍ତି। କିନ୍ତୁ କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ, ଫର୍ମାଟ୍-ସ୍ପେସିଫିକ୍ ସଫଳତାକୁ ଦେଖି ରେଡ୍-ବଲ୍ରେ ନେତୃତ୍ୱ ଦେବା ସେତେଟା ବୁଦ୍ଧିମାନର କାମ ନୁହେଁ।
ଏହି ସ୍କ୍ୱାଡ୍ରେ ଓଡ଼ିଶାର ଶୁଭ୍ରାଂଶୁ ସେନାପତିଙ୍କ ସମେତ ଅନେକ ଦକ୍ଷ ଖେଳାଳି ଅଛନ୍ତି, ଯାହାଙ୍କ ଉପସ୍ଥିତି ଇଷ୍ଟ ଜୋନ୍କୁ ଏକ ମଜବୁତ୍ ସ୍ଥିତିରେ ରଖୁଛି।
ତେବେ ଦର୍ଶକବନ୍ଧୁ, ଏହା ଥିଲା ଦିଲୀପ ଟ୍ରଫିରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପ-କପ୍ତାନି ଏବଂ ହର୍ଷ ଭୋଗଲେଙ୍କ ସମାଲୋଚନାକୁ ନେଇ ଆମର ବିଶେଷ ବିଶ୍ଳେଷଣ।
ଗୋଟିଏ ପଟେ ବୈଭବଙ୍କ ଅସାଧାରଣ ପ୍ରତିଭା ଓ ହ୍ୱାଇଟ୍-ବଲ୍ରେ ଚମତ୍କାର ଫର୍ମ ରହିଛି, ତ’ ଅନ୍ୟପଟେ ରେଡ୍-ବଲ୍ରେ ତାଙ୍କର ଅପରିପକ୍ୱ ଆଙ୍କଡ଼ା ଏବଂ ଶିଖିବାର ବୟସ ରହିଛି।
ତେବେ ସେଲେକ୍ଟରମାନେ ବୈଭବଙ୍କୁ ଉପ-କପ୍ତାନ କରି ସଠିକ୍ ନିଷ୍ପତ୍ତି ନେଇଛନ୍ତି ନା ହର୍ଷ ଭୋଗଲେଙ୍କ ପ୍ରଶ୍ନ ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ? କ’ଣ ୧୫ ବର୍ଷ ବୟସରେ ଏତେ ବଡ଼ ଦାୟିତ୍ୱ ବୈଭବଙ୍କ ଖେଳ ଉପରେ ଚାପ ପକାଇବ? ତାହା ଏବେ ଦେଖିବାକୁ ବାକି


