NEET ପୁନଃପରୀକ୍ଷାକୁ ନେଇ ଚାଲିଥିବା ରାଜନୈତିକ ବୟାନବାଜି ମଧ୍ୟରେ, RJD ସାଂସଦ ଏବଂ ଜାତୀୟ ମୁଖପାତ୍ର ମନୋଜ ଝା ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ସେ ଲେଖିଛନ୍ତି, “ଏବେ ଏହାକୁ ଆପଣ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍ କହୁଛନ୍ତି । ଆପଣ ଇସ୍ତଫା ଚାହୁଁଥିଲେ, ଏବଂ ଦେଖନ୍ତୁ ଶ୍ରୀ ଟେଲିଗ୍ରାମ ପ୍ରାୟ ୧୫୦ ଘଣ୍ଟା ପାଇଁ ପ୍ରଭାବଶାଳୀ ଭାବେ ଅସ୍ଥାୟୀ ଇସ୍ତଫା ଦେଇଛନ୍ତି । ଜୟ ହିନ୍ଦ।”
इसे कहते हैं ज़बरदस्त वाला मास्टरस्ट्रोक। आपको इस्तीफ़ा चाहिए था और देखिए तक़रीबन 150 घंटे के लिए #श्रीमान_टेलीग्राम साहब का अस्थायी इस्तीफ़ा हो गया।
जय हिंद— Manoj Kumar Jha (@manojkjhadu) June 16, 2026
ପରୀକ୍ଷା ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ଟେଲିଗ୍ରାମ ଭଳି ମେସେଜିଂ ପ୍ଲାଟଫର୍ମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇବା ସମ୍ପର୍କରେ ଆଲୋଚନା ପରିପ୍ରେକ୍ଷୀରେ ମନୋଜ ଝା ଦେଇଛନ୍ତି ବୟାନ। ତାଙ୍କର ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ରାଜନୈତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଉଲ୍ଲେଖନୀୟ ଯେ NEET ଏବଂ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଏବଂ ପେପର ଲିକ୍ ଅଭିଯୋଗ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଦାବି ଉଠାଯାଉଛି । ଏହି ଦାବି ଉଠାଇଥିବା ଲୋକଙ୍କ ମଧ୍ୟରେ ବିରୋଧୀ ଦଳ, ଛାତ୍ର ଏବଂ ଯୁବ ସଂଗଠନ ଏବଂ ‘କକ୍ରୋଚ୍ ଜନତା ପାର୍ଟି’ର ସଦସ୍ୟମାନେ ସାମିଲ ଅଛନ୍ତି।
ପରୀକ୍ଷା ସରିବା ପର୍ଯ୍ୟନ୍ତ ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ
![]()
ଏହି ସମୟରେ, କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (NTA) NEET (UG) ୨୦୨୬ ପୁନଃପରୀକ୍ଷା ସୁରକ୍ଷିତ ଏବଂ ସ୍ୱଚ୍ଛ ଭାବରେ ପରିଚାଳନା କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି । ନକଲି ପେପର ଲିକ୍ ଏବଂ ଗୁଜବକୁ ରୋକିବା ପାଇଁ ଭାରତରେ ଟେଲିଗ୍ରାମ ଆପ୍ ସେବାକୁ ଅସ୍ଥାୟୀ ଭାବରେ ପ୍ରତିବନ୍ଧିତ କରାଯାଇଛି । NTA ଦ୍ୱାରା ଜାରି ଏକ ନୋଟିସ୍ ଅନୁଯାୟୀ, ଭାରତରେ ଟେଲିଗ୍ରାମ ପ୍ଲାଟଫର୍ମକୁ ପ୍ରବେଶ ଜୁନ୍ ୨୨, ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରହିବ । NEET ପୁନଃପରୀକ୍ଷାର ଦିନ ଏବଂ ତା’ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସରକାର ବିଶ୍ୱାସ କରନ୍ତି ଯେ ,ଏହି ପଦକ୍ଷେପ ପରୀକ୍ଷା ସହିତ ଜଡିତ ଭୁଲ ସୂଚନା ଏବଂ ସମ୍ଭାବ୍ୟ ଅନିୟମିତତାକୁ ରୋକିବାରେ ସାହାଯ୍ୟ କରିବ।


