ଇନଷ୍ଟାଗ୍ରାମ ସେନ୍ସେସନ ‘କକ୍ରୋଚ୍ ଜନତା ପାର୍ଟି’ (CJP) ଅନଲାଇନରେ ପ୍ରସିଦ୍ଧି ହାସଲ କରିଚାଲିଛି । ତଥାପି, ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ଦାବି କରିଛନ୍ତି ଯେ,’ଏହାର ବର୍ତ୍ତମାନ ନିଲମ୍ବିତ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୪୯% ଫଲୋଅର୍ସ ପାକିସ୍ତାନୀ ନାଗରିକ ଥିଲେ । CJPର ଇନଷ୍ଟାଗ୍ରାମ ପୃଷ୍ଠାକୁ ଫଲୋ କରୁଥିବା ଭାରତୀୟଙ୍କ ସଂଖ୍ୟା ୧୦% ରୁ ବି କମ୍ ଥିଲା।’
‘କକ୍ରୋଚ୍ ଜନତା ପାର୍ଟିର ୪୯% ଫଲୋଅର୍ସ ପାକିସ୍ତାନୀ ଥିଲେ’
![]()
ଉତ୍ତର-ପୂର୍ବ କ୍ଷେତ୍ରର ଶିକ୍ଷା ଓ ବିକାଶ ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ନେତା ସୁକାନ୍ତ ମଜୁମଦାର ରବିବାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୋଲକାତାରେ ଥିଲେ । ସେଠାରେ ଥିବା ସମୟରେ, CJPଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସଙ୍କୁ ଘେରି ରହିଥିବା ରାଜନୈତିକ ଝଡ଼ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ, ସେ ଦୃଢ଼ ଭାବରେ କହିଛନ୍ତି ଯେ ଆକାଉଣ୍ଟର ପ୍ରାୟ ଅଧା ଫଲୋଅର୍ସ ପାକିସ୍ତାନୀ ଥିଲେ ।
“…ବର୍ତ୍ତମାନ, କୋକରୋଚ୍ ଜନତା ପାର୍ଟି ଆଉ ଇନଷ୍ଟାଗ୍ରାମରେ ନାହିଁ । ସେମାନଙ୍କର ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ଇନଷ୍ଟାଗ୍ରାମ ଆକାଉଣ୍ଟର ୪୯% ଫଲୋଅର୍ସ ପାକିସ୍ତାନରୁ ଥିଲେ । କେବଳ ୯% ଫଲୋଅର୍ସ ଭାରତର ଥିଲେ । ତେଣୁ, ପରିସ୍ଥିତିର ବାସ୍ତବତା ଏହା କି ବାକି ଲୋକଙ୍କ ପାଇଁ, ଜନସାଧାରଣ ସବୁକିଛି ଜାଣନ୍ତି।”
— ସୁକାନ୍ତ ମଜୁମଦାର, କେନ୍ଦ୍ର ମନ୍ତ୍ରୀ
‘ଭାରତ ଏବଂ ମୋଦି ସରକାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ରର ବ୍ଲୁ-ପ୍ରିଣ୍ଟ’
ପୂର୍ବରୁ, କେରଳ ବିଜେପି ସଭାପତି ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଅଭିଯୋଗ କରିଥିଲେ ଯେ ‘କୋକରୋଚ୍ ଜନତା ପାର୍ଟି’ ଆଉ ଏକ ଚାଲ – ସୀମା ପାରରୁ ସଂଗଠିତ ଏକ ‘ପ୍ରଭାବ ଅଭିଯାନ’ ; ଯାହା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେ ଦାବି କରିଥିଲେ ଯେ ,’ଏହି ପଦକ୍ଷେପ ଭାରତକୁ ଅସ୍ଥିର କରିବା ପାଇଁ ନିହିତ ସ୍ୱାର୍ଥ ଥିବା ଉପାଦାନମାନଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା , ଆମର ନିଜସ୍ୱ ‘ବିରୋଧୀ’ ମଧ୍ୟରେ ଥିବା କିଛି ଉପାଦାନଙ୍କ ସହାୟତାରେ ।’
VIDEO | Kolkata: “49 per cent followers of ‘Cockroach Janta Party’ on social media from Pakistan, only 9 per cent from India”, says Union Minister Sukanta Majumdar (@DrSukantaBJP).
(Full video available on PTI Videos – https://t.co/n147TvrpG7) pic.twitter.com/054V72NEgE
— Press Trust of India (@PTI_News) May 23, 2026
‘ନକଲି କାହାଣୀକୁ ପ୍ରକୃତ ଭାବରେ ଚିତ୍ରଣ କରିବାର ଭୟଙ୍କର ପ୍ଲାନ’
- ବିଜେପି ନେତା ଆହୁରି ମନ୍ତବ୍ୟ ଦେଇଛନ୍ତି, “ସୋସିଆଲ ମିଡିଆର ଏହି ଯୁଗରେ – ବଟ୍ସ, ଏଆଇ ଏବଂ ସେମାନଙ୍କର ସମ୍ଭାବ୍ୟ ଅପବ୍ୟବହାର ଦ୍ୱାରା ପ୍ରାଧାନ୍ୟିତ ଏକ ଯୁଗ – ଏପରି ପ୍ରଭାବଶାଳୀ କାର୍ଯ୍ୟକଳାପ ବିପଦପୂର୍ଣ୍ଣ, କାରଣ ସେମାନେ ଅସ୍ଥିରତା ବୁଣିବା ପାଇଁ ନକଲି କାହାଣୀକୁ ବାସ୍ତବତା ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରନ୍ତି।”
- ତଥାପି, ଚନ୍ଦ୍ରଶେଖର କହିଛନ୍ତି ଯେ “କୌଣସି କୋକୁଆ, କୌଣସି କ୍ଷୁଦ୍ର ଭାରତୀୟ ବିରୋଧୀ ନେତା, କୌଣସି ମୋଦି ବିରୋଧୀ ଜୋକର କିମ୍ବା କୌଣସି ନିହିତ ସ୍ୱାର୍ଥ ଥିବା ବିଦେଶୀ ଉପାଦାନ ଏକ ବିକଶିତ ଭାରତ ଗଠନର ସାମୂହିକ ସଂକଳ୍ପକୁ ପଥଭ୍ରଷ୍ଟ କରିପାରିବ ନାହିଁ ।”
“ଅସରପା କେବେ ମରନ୍ତି ନାହିଁ” :- କକ୍ରୋଚ ଜନତା ପାର୍ଟି
The government has taken down our iconic website – https://t.co/l6i6Ry8h5S.
10 Lakh cockroaches had signed up on our website has members.
6 Lakh cockroaches had signed a petition to demand the resignation of Dharmendra Pradhan.
Why is the government so scared of cockroaches?…
— Abhijeet Dipke (@abhijeet_dipke) May 23, 2026
- ଏହି ସମୟରେ ଅଭିଜିତ ଦୀପକେ , ଯିଏ ନିଜକୁ ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଓ ସଭାପତି ଭାବରେ ପରିଚୟ ଦିଅନ୍ତି ସେ Xରେ ଅଭିଯୋଗ କରିଛନ୍ତି ଯେ ସରକାର ତାଙ୍କ ୱେବସାଇଟ୍ ଅବରୋଧ କରିଦେଇଛନ୍ତି।
- ସେ ଦାବି କରିଛନ୍ତି ଯେ ୧୦ଲକ୍ଷ “କକ୍ରୋଚ” ପୂର୍ବରୁ ସଦସ୍ୟ ଭାବରେ ୱେବସାଇଟ୍ରେ ଯୋଗ ଦେଇ ସାରିଥିଲେ।
- ଏହା ମଧ୍ୟରୁ ୬ ଲକ୍ଷ କକ୍ରୋଚ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ବି ଦାବି କରିଥିଲେ ।
- ସେ ପ୍ରଶ୍ନ କରିଥିଲେ ଯେ ସରକାର କକ୍ରୋଚକୁ ନେଇ ଏତେ ଚିନ୍ତା ଓ ଭୟରେ କାହିଁକି ?
- ସେ ଅଭିଯୋଗ କରିଥିଲେ ଯେ , ଏହି ଏକଛତ୍ରବାଦୀ ମନୋଭାବ ଭାରତର ଯୁବପିଢ଼ିଙ୍କ ଆଖି ଖୋଲିଦେବାରେ କାମ କରୁଛି ।
- “ଆମର ଏକମାତ୍ର ଅପରାଧ ହେଉଛି ଯେ, ଆମେ ନିଜ ପାଇଁ ଏକ ଭଲ ଭବିଷ୍ୟତ ଦାବି କରୁଥିଲୁ ।”
- “ତୁମେ ଆମଠୁ ଏତେ ସହଜରେ ମୁକ୍ତି ପାଇ ପାରିବ ନାହିଁ।”
- “ଆମେ ବର୍ତ୍ତମାନ ଏକ ନୂତନ ଘର ତିଆରି କାମରେ ଲାଗିଛୁ ।”
- ପୋଷ୍ଟଟି ଶେଷରେ ଏତିକି କହିଥିଲେ ଯେ : “କକ୍ରୋଚ କେବେ ମରେ ନାହିଁ।”


