ଯାକବପୁରାର ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣି ଲଜ୍ୟା । ପିଲାଙ୍କ ପାଇଁ ଆଉ ସୁରକ୍ଷିତ ନାହିଁ ଏବେ ସ୍କୁଲ । ‘ବିଦ୍ୟାଳୟ’ ଯାହାକୁ ଆମେ ଶିକ୍ଷାର ମନ୍ଦିର ବୋଲି କହୁ ସେଠି ଏବେ ଚାଲୁଚି ନରଭକ୍ଷୀ ମାନଙ୍କ ରାଜୁତି । ତେବେ ଘଟଣାଟି କିଛି ଏପରି କି ଅନେକ ଦିନ ତଳୁ ବହୁତ ଛାତ୍ରୀ ଜଣେ ଶିକ୍ଷକଙ୍କ ଶୋଷଣର ଶିକାର ହେଉଥିଲେ । ଏନେଇ କାହାକୁ ଖବର ଦେଲେ ତାଙ୍କୁ ଶ୍ରେଣୀରେ ଠିକ ସେ ବସେଇ ନ ଦେବା , ପରୀକ୍ଷା ରେ ଉଚିତ ନମ୍ବର ନ ମିଳିବା , ଏମିତିକି ସେମାନଙ୍କ ନିତିଦିନିଆ ସ୍କୁଲ ଦିନକୁ ବି ନଷ୍ଟ କରିବାକୁ ଦିଆ ଯାଉଥିଲା ଧମକ । ତେବେ ଏହି ପୀଡିତ ନବମ ଶ୍ରେଣୀର ଛାତ୍ରୀ ମାନେ ବହୁ ସାହସ କରି ଏକତ୍ରିତ ହୋଇଥିଲେ । ଏକାଠି ସେହି ଶିକ୍ଷକଙ୍କ ବିରୋଧରେ ଗଣଦୁଷ୍କର୍ମ ଏବଂ ଅନୁପଯୁକ୍ତ ମନ୍ତବ୍ୟ ଦେବାର ଅଭିଯୋଗ ଆଣିଥିଲେ । ଏହା ପରେ ଏକ ମାମଲା ରୁଜୁ କରି ଅଧିକାରୀମାନେ ଅଭିଯୁକ୍ତ ଶିକ୍ଷକଙ୍କୁ ତାଙ୍କ ହେପାଜତକୁ ନେଇଥିବା ସୂଚନା ଦେଇଛନ୍ତି ।
![]()
ହରିୟାଣା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ଏହି ଘଟଣାର ସ୍ୱତଃ ତଦନ୍ତ କରିଛି । ଏଥି ସହ ୧୪ ମଇରେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇ ନୋଟିସ ଜାରି କରିଥିବା , ସେମାନେ କହିଛନ୍ତି ।
ଗୁରୁଗ୍ରାମ ପୋଲିସ ମୁଖପାତ୍ର କହିଛନ୍ତି ଯେ , “ତଦନ୍ତକାରୀମାନେ ତଦନ୍ତର ଅଂଶ ଭାବରେ ଛାତ୍ରୀମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ବାଳିକା କଲ୍ୟାଣ କମିଟି ସମ୍ମୁଖରେ ଛାତ୍ରୀମାନଙ୍କୁ ପରାମର୍ଶ ଦିଆଯିବ ଏବଂ ନ୍ୟାୟିକ ଅଧିକାରୀଙ୍କ ସମ୍ମୁଖରେ ସେମାନଙ୍କର ବୟାନ ରେକର୍ଡ କରାଯିବ । ପ୍ରକ୍ରିୟା ସମୟରେ ଦେଖାଯାଉଥିବା ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,।”

ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ,”ଅଭିଯୁକ୍ତ ଶିକ୍ଷକଙ୍କୁ ସ୍କୁଲରୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ଏବଂ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସ୍କୁଲ ପରିସରରେ ପ୍ରବେଶ କରିବାକୁ ବାରଣ କରାଯାଇଛି।
ଏନେଇ ନଗର ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି ଓ ଅଧିକ ତଦନ୍ତ ଚାଲିଥିବା ନେଇ କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କେତେ ଦୂର ସୁଧୁରିଛି ଦେଶରେ ମହିଳା ସୁରକ୍ଷା ସ୍ତର ? ଘରେ , ବାହାରେ , ଅଫିସରେ , ସ୍କୁଲ୍ ରେ ; କେଉଁଠି ସୁରକ୍ଷିତ ହୋଇ ପାରିବ ମହିଳା ! ଆଉ କେତେ ଦିନ ଶାନ୍ତିରେ ବଞ୍ଚିବା ପାଇଁ ସଂଘର୍ଷ କରି ଅଣନିଶ୍ୱାସୀ ହୋଇ ବଞ୍ଚୁଥିବ ଏ ନାରୀ ସମାଜ ?


