ପଶ୍ଚିମବଙ୍ଗର ରାଜନୈତିକ ଚକ୍ରବ୍ୟୁହରେ କ’ଣ ଏଥର ମମତା ବାନାର୍ଜୀ ଫସିଯାଇଛନ୍ତି? କ’ଣ ଭବାନୀପୁର ହେବାକୁ ଯାଉଛି ଦ୍ୱିତୀୟ ନନ୍ଦୀଗ୍ରାମ? ମମତାଙ୍କ ଗଡ଼ରେ ବିଜେପି କ’ଣ ପୁଣିଥରେ ପଦ୍ମ ଫୁଟାଇବାରେ ସଫଳ ହେବ? ମମତା ଏବଂ ଶୁଭେନ୍ଦୁଙ୍କ ଏହି ଲଢ଼େଇ କ’ଣ କୌଣସି ଚମକାଇବା ଭଳି ଫଳାଫଳ ଆଣିବ?
ଭବାନୀପୁର: ବଙ୍ଗଳା କୁରୁକ୍ଷେତ୍ରର ସବୁଠାରୁ ବଡ଼ କେନ୍ଦ୍ର

ବଙ୍ଗଳା ନିର୍ବାଚନର ସେକେଣ୍ଡ ରାଉଣ୍ଡ ଆରମ୍ଭ ହୋଇଯାଇଛି। ମମତା ବାନାର୍ଜୀ ନିଜେ ରାସ୍ତାକୁ ଓହ୍ଲାଇଛନ୍ତି। ଭବାନୀପୁରରେ ନିଜ ଗଡ଼କୁ ବଞ୍ଚାଇବା ପାଇଁ ସେ ଶକ୍ତି ପ୍ରଦର୍ଶନ କରୁଛନ୍ତି, ପଦଯାତ୍ରା କରୁଛନ୍ତି । ଅତୀତରେ ସେହି ସିଟ୍ରୁ ମମତା ତିନି ଥର ଜିତି ସାରିଛନ୍ତି, କିନ୍ତୁ ଚତୁର୍ଥ ଥର ଲଢ଼େଇ ଏତେ ସହଜ ମନେ ହେଉନାହିଁ । ଦକ୍ଷିଣ ବଙ୍ଗଳା, ଯାହା ଟିଏମସିର ସବୁଠାରୁ ଶକ୍ତିଶାଳୀ ଦୁର୍ଗ ବୋଲି କୁହାଯାଏ, ସେଠାରେ ଏଥର ବିରୋଧୀଙ୍କ ହାୱା ଜୋରରେ ବହୁଛି ।
ଫିରାଦ ହାକିମଙ୍କ ଦାବି ବନାମ ଅମିତ ଶାହଙ୍କ ଆକଳନ

ଟିଏମସିର ବଡ଼ ନେତା ତଥା ମମତାଙ୍କ ଅତି ନିକଟତର ଫିରାଦ ହାକିମ ଦାବି କରୁଛନ୍ତି ଯେ, ଏଥର ଟିଏମସି ୨୩୫ଟି ଆସନ ଜିତି ପୁଣି ସରକାର ଗଢ଼ିବ । ସେ କହୁଛନ୍ତି, “ମୁଁ ବଙ୍ଗଳାର ମାଟିରୁ ଜନ୍ମ ହୋଇଛି, ମୁଁ ଜାଣିଛି ମାଟି କ’ଣ କହୁଛି।” କିନ୍ତୁ ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହୁଛନ୍ତି ଯେ, ବଙ୍ଗଳାରେ ଏଥର ‘ଆଣ୍ଟି-ଇନକମ୍ବେନ୍ସି’ ବା ସରକାର ବିରୋଧୀ ମାହୋଲ ରହିଛି ଏବଂ ଲୋକେ ଏଥର ସ୍ୱାଧୀନ ଭାବେ ବିଜେପିକୁ ଭୋଟ ଦେଉଛନ୍ତି।
ଜନତାଙ୍କ ମନରେ କ’ଣ ଅଛି?
ଭବାନୀପୁରର ସାଧାରଣ ଲୋକଙ୍କ କଥାରୁ ସାମ୍ନାକୁ ଆସିଛି କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ । କିଛି ଲୋକ ଖୋଲାଖୋଲି ଭାବେ ଶୁଭେନ୍ଦୁ ଅଧିକାରୀ ଜିତିବେ ବୋଲି କହୁଥିବା ବେଳେ, ଅନ୍ୟ କିଛି ଲୋକ ପରିବର୍ତ୍ତନ ଦରକାର ବୋଲି କହୁଛନ୍ତି । ଏପରିକି ଜଣେ ବ୍ରାହ୍ମଣ ଭୋଟର କହିଛନ୍ତି ଯେ, ସେ ‘ଧର୍ମ’ ପକ୍ଷରେ ଭୋଟ୍ ଦେବେ । ମମତାଙ୍କ ନିଜ ଗଡ଼ରେ ଯଦି ଲୋକେ ଏପରି କହୁଛନ୍ତି, ତେବେ ବୁଝିବାକୁ ହେବ ଯେ ପରିସ୍ଥିତି ଅତ୍ୟନ୍ତ ଜଟିଳ ହେବାକୁ ଯାଉଛି ।
ଶୁଭେନ୍ଦୁଙ୍କ ରଣନୀତି ଏବଂ ମମତାଙ୍କ ଚେଷ୍ଟା

ଶୁଭେନ୍ଦୁ ଅଧିକାରୀଙ୍କ ରଣନୀତି ଏଥର ଅତି ସ୍ପଷ୍ଟ। ସେ ଭୟ, ଦୁର୍ନୀତି, କଟ୍-ମନି ଏବଂ ମୁସଲିମ୍ ତୁଷ୍ଟୀକରଣକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି। ବିଜେପିର ଆକଳନ ହେଉଛି ଯେ, ଭବାନୀପୁରରେ ୭୦% ହିନ୍ଦୁ ଭୋଟର ରହିଛନ୍ତି। ଯଦି ସନାତନୀ ଭୋଟର ଏକାଠି ହୁଅନ୍ତି, ତେବେ ମମତାଙ୍କ ପାଇଁ ମୁସଲିମ୍ ଭୋଟରଙ୍କ ୩୦% ସମର୍ଥନ ଯଥେଷ୍ଟ ହୋଇନପାରେ। ଶୁଭେନ୍ଦୁଙ୍କ ଦାବି ଯେ, ଏଥର ୮୫% ରୁ ଅଧିକ ହିନ୍ଦୁ ଭୋଟ୍ ବିଜେପି ଖାତାକୁ ଯିବ।
ଜୟ ଶ୍ରୀରାମ ବନାମ ଜୟ ଜଗନ୍ନାଥ
ରାଜନୈତିକ ଲଢ଼େଇ ଏବେ ସ୍ଲୋଗାନର ଲଢ଼େଇରେ ପରିଣତ ହୋଇଛି। ବିଜେପିର ‘ଜୟ ଶ୍ରୀରାମ’ ନାରାକୁ କାଉଣ୍ଟର କରିବା ପାଇଁ ଟିଏମସି ଏଥର ଏକ ନୂଆ ପଦକ୍ଷେପ ନେଇଛି। ଭବାନୀପୁରର ରାସ୍ତାରେ ହଳଦିଆ ରଙ୍ଗର ପୋଷ୍ଟର ଦେଖିବାକୁ ମିଳିବ, ଯେଉଁଥିରେ ‘ଜୟ ଜଗନ୍ନାଥ’ ଏବଂ ‘ଜୟ ବାଂଲା’ ଲେଖାଯାଇଛି । ମମତା ବୁଝି ସାରିଛନ୍ତି ଯେ କେବଳ ଆଞ୍ଚଳିକ ସ୍ଲୋଗାନରେ କାମ ହେବ ନାହିଁ, ତେଣୁ ସେ ଭଗବାନ ଜଗନ୍ନାଥଙ୍କ ଶରଣ ପଶିଛନ୍ତି। ଏହା ଦର୍ଶାଉଛି ଯେ ମମତା ମଧ୍ୟ ନିଜକୁ ଧର୍ମ ସହ ଯୋଡ଼ି ରଖିବାକୁ ଚାହୁଁଛନ୍ତି ।
ଭବାନୀପୁରର ଗଣିତ: କାହିଁକି ଏହା ମମତାଙ୍କ ପାଇଁ କଷ୍ଟକର?

- ପୁରୁଣା ପରିସଂଖ୍ୟାନକୁ ଦେଖିବାକୁ ଗଲେ , ୨୦୧୧ରେ ମମତା ୫୪,୦୦୦ରୁ ଅଧିକ ଭୋଟରେ ଜିତିଥିଲେ । କିନ୍ତୁ ୨୦୧୬ରେ ଏହା ୨୫,୦୦୦କୁ ଖସି ଆସିଥିଲା । ୨୦୨୧ ଉପ-ନିର୍ବାଚନରେ ସେ ୫୮,୦୦୦ ଭୋଟରେ ଜିତିଥିଲେ ମଧ୍ୟ, ଏଥର ଅନେକ ସନ୍ଦେହଜନକ ଭୋଟରଙ୍କ ନାମ କଟାଯାଇଛି।
- ୨୦୨୪ ଲୋକସଭା ନିର୍ବାଚନ ସମୟରେ ବିଜେପି ଭବାନୀପୁରର ୮ଟି ୱାର୍ଡ ମଧ୍ୟରୁ ୫ଟିରେ ଆଗୁଆ ରହିଥିଲା। ଏହା ହିଁ ମମତାଙ୍କ ପାଇଁ ସବୁଠାରୁ ବଡ଼ ବିପଦର ସଙ୍କେତ।
- ଭବାନୀପୁରର ଦେବାଲରେ ଏବେ ମମତାଙ୍କ ପୋଷ୍ଟର ସହ ‘ବୟକଟ୍ ବିଜେପି’ (Boycott BJP) ଲେଖାଯାଇଛି । ଏହାର ଅର୍ଥ ହେଉଛି ମମତା ମଧ୍ୟ ଜାଣିଛନ୍ତି ଯେ ତାଙ୍କୁ ଯଦି କେହି କଡ଼ା ଟକ୍କର ଦେଇପାରେ, ସେ ହେଉଛି ବିଜେପି ।
- ତେବେ ପ୍ରଶ୍ନ ଉଠୁଛି – ଭବାନୀପୁର କ’ଣ ମମତାଙ୍କ ସମ୍ମାନ ରକ୍ଷା କରିବ? ନା ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ପରି ଏଠାରେ ମଧ୍ୟ ଇତିହାସ ଦୋହରାଇବେ? ଜନତାଙ୍କ ଅଦାଲତରେ ଏହାର ଫୈସଲା ବାକି ଅଛି ।
also read : https://purvapaksa.com/mamata-banerjee-from-ordinary-to-extraordinary/
ମମତା ବାନାର୍ଜୀ – ସାଧାରଣରୁ ଅସାଧାରଣ || Mamata Banerjee – From Ordinary to Extraordinary


