ଆସିଯାଇଛି ଶୀତ । ଏହି ଋତୁରେ ପରିବେଶ ସୁନ୍ଦର ଦେଖାଯିବା ସହ ଶରୀର ମଧ୍ୟ ଫିଟ୍ ରହିଥାଏ । ଶୀତଋତୁ ଯେତିକି ଭଲ ସେତିକି ଖରାପ ।
ଶୀତଋତୁ ଆରମ୍ଭରୁ ହିଁ ଶରୀରରେ ଅନେକ ସମସ୍ୟା ଦେଖାଇଥାଏ । ଯେମିତିକି ଫେସ୍ ଡ୍ରାଏ ହୋଇଯାଏ, ସ୍କିନ୍ ଖରାପ ଦେଖାଯିବା ସହ ଗୋଡ଼ ମଧ୍ୟ ଫାଟିଥାଏ । ଏହାସହ ଥଣ୍ଡା, ଜର, ତଣ୍ଟି ବିନ୍ଧା ସହ ଅନେକ ସମସ୍ୟା ଦେଖା ଦେଇଥାଏ । ଏହାକୁ ଦୂର କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ । ଏହାକୁ ଦୂର କରିବାର ସହଜ ଉପାୟ ହେଉଛି କାଢ଼ା ଏବଂ ଚା’ । ଯାହାର ସାମଗ୍ରୀ ଆମ ସମସ୍ତଙ୍କ ରୋଷେଇ ଘରେ ରହିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ ଏବଂ ଥଣ୍ଡା, କାଶ ଭଳି ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଏହା ବ୍ୟତୀତ, ଏହି ପାନୀୟଗୁଡ଼ିକ ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ, ଯେଉଁ କାରଣରୁ ହଜମ ସଠିକ୍ ରହିଥାଏ ।
ଶୀତଦିନେ ସୁସ୍ଥ ରହିବା ପାଇଁ ଡ୍ରିଙ୍କ…
ଗ୍ରୀନ୍ ଟି
ଗ୍ରୀନ୍ ଟି ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର ହୋଇଥାଏ। ଗ୍ରୀନ୍ ଟି ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ଏବଂ ଥଣ୍ଡା ପ୍ରଭାବରୁ ମୁକ୍ତି ଦେଇଥାଏ । ଏହାକୁ ଉଷୁମ ପାଣିରେ ପକେଇ ପିଇବା ଦ୍ୱାରା ଅନେକ ଉପକାର ମିଳିଥାଏ । ଏହା ଶରୀରକୁ ହାଇଡ୍ରେଟ୍ ମଧ୍ୟ ରଖେ।
କାଢ଼ା
କାଢ଼ାରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଯାହାକୁ ପିଇବା ଦ୍ୱାରା ଆମର ଏମ୍ୟୁନିଟି ଶକ୍ତି ବଢ଼ିଥାଏ । ଏହାକୁ ତିଆରି କରିବା ପାଇଁ ତୁଳସୀ ପତ୍ର , ଗୋଲମରିଚ ଗୁଣ୍ଡ , ଅଦା, ଏବଂ ମହୁକୁ ଗରମ ପାଣିରେ କିଛି ସମୟ ଭଲ ଭାବରେ ଫୁଟାନ୍ତୁ । ଉଷୁମ ଗରମ ଥିବାବେଳେ ଏହାକୁ ଧୀରେ ଧୀରେ ପିଅନ୍ତୁ । ଏହା ଗଳା ଯନ୍ତ୍ରଣା ଏବଂ ଥଣ୍ଡାଠାରୁ ତୁରନ୍ତ ଆରାମ ପ୍ରଦାନ କରିଥାଏ ।
ଅଦା ଏବଂ ହଳଦୀ ଚା’
ଅଦା ଏବଂ ହଳଦୀ ଚା’ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣରେ ପରିପୂର୍ଣ୍ଣ । ଅଦା ଏବଂ ହଳଦୀ ଶରୀରକୁ ଭିତରୁ ଗରମ ରଖେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯାହା ଥଣ୍ଡା ଏବଂ କାଶକୁ ଭଲ କରିଥାଏ ।
ଗୁଡ଼ ଏବଂ ଜିରା ପାଣି
ଗୁଡ଼ ଏବଂ ଜିରା ପାଣି ଆମର ମେଟାବୋଲିଜିମ୍ ବଢ଼ାଇଥାଏ ଏବଂ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ । ଏହା ଆଇରନ ଏବଂ ମିନରଲସର ଏକ ଉତ୍ତମ ଉତ୍ସ, ଯାହା ଶୀତରେ ଶରୀରର ଶକ୍ତି ବଜାୟ ରଖେ । ପାଣିରେ ଗୋଟିଏ ଚାମଚ ଜିରା ସହ ଅଳ୍ପ ଗୁଡ଼ ମିଶାଇ ଫୁଟାନ୍ତୁ । ଉଷୁମ ଗରମ ଥିବାବେଳେ ଏହାକୁ ଧୀରେ ଧୀରେ ପିଅନ୍ତୁ । ଏହା ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ, ଯେଉଁ କାରଣରୁ ହଜମ ସଠିକ୍ ରହିଥାଏ ।
ବାଦାମ ଏବଂ କ୍ଷୀର
ବାଦାମ ଏବଂ କ୍ଷୀର ପ୍ରୋଟିନ୍ ଏବଂ କ୍ୟାଲସିୟମର ଏକ ଉତ୍କୃଷ୍ଟ ଉତ୍ସ। ଶୋଇବା ପୂର୍ବରୁ ଉଷୁମ କ୍ଷୀରରେ ବାଦାମ ମିଶାଇ ପିଇବା ଦ୍ୱାରା ଏହା ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ ଏବଂ ହାଡକୁ ମଜବୁତ କରିଥାଏ ।
ମସାଲା ଚା’
ମସାଲା ଚା’ ପିଇବା ଦ୍ୱାରା ଥଣ୍ଡା ତଥା କାଶ ଏବଂ ମୁଣ୍ଡ ବିନ୍ଧାରୁ ଆରମ୍ଭ ମିଳିଥାଏ। କ୍ଷୀରରେ ଡାଲଚିନି, ଲବଙ୍ଗ, ଅଳେଇଚ ଏବଂ ଅଦା ପକେଇ ଭଲ ଭାବରେ ଫୁଟାନ୍ତୁ। ଅଳ୍ପ ଥଣ୍ଡା ହୋଇଯିବା ପରେ ତୁରନ୍ତ ପିଅନ୍ତୁ । ଏଥିରୁ ପ୍ରସ୍ତୁତ ଚା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଏହା ଶରୀରକୁ ଭିତରୁ ଗରମ ରଖିବାରେ ଏବଂ ଶକ୍ତି ଦେବାରେ ମଧ୍ୟ ସାହାଯ୍ୟ କରିଥାଏ।