ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରେ କଠୋର ଗ୍ରୀଷ୍ମ ପ୍ରବାହର ଅନୁମାନ | ଏନେଇ ଓଡ଼ିଶା କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଗରମ ପ୍ରବାହ ଜାରି ହୋଇଛି SOP |
ସୋମବାର ଜାରି ଏକ ବିବୃତ୍ତିରେ, ଉଚ୍ଚଶିକ୍ଷା ବିଭାଗ ଏନେଇ ପଦକ୍ଷେପଗୁଡ଼ିକର ପ୍ରସ୍ତୁତି ସୁନିଶ୍ଚିତ କରିବା , ଗରମ ପ୍ରବାହକୁ କମ୍ କରିବା ଏବଂ ଛାତ୍ର, ଅଧ୍ୟାପକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସୁରକ୍ଷା ଦେବା ପ୍ରଥମ ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ।
ଶ୍ରେଣୀକକ୍ଷ ର ସମୟ ଓ କାର୍ଯ୍ୟକଳାପର ସମୟ ପୁନଃନିର୍ଦ୍ଧାରିଣ
ଶ୍ରେଣୀ ଓ ବିଦ୍ୟାଳୟର କାର୍ଯ୍ୟକୁ ପୁନଃନିର୍ଦ୍ଧାରିତ କରିବା , ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସହିତ ପରୀକ୍ଷାଗୁଡ଼ିକୁ ସକାଳ ସମୟରେ ଧାର୍ଯ୍ୟ କରିବା କୁ ପ୍ରାଧାନ୍ୟ ଦିଆଯାଇଛି | ଏଥି ସହିତ ଅପରାହ୍ନ ସମୟରେ ବାହ୍ୟ ଶୈକ୍ଷିକ କାର୍ଯ୍ୟ, କ୍ରୀଡା ଏବଂ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପକୁ ଏଡ଼ାଇ ଦିଆଯିବା ଉଚିତ | ଯଦିଓ ଏପରି କାର୍ଯ୍ୟକଳାପ ଅନିବାର୍ଯ୍ୟ ତେଣୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଦିନର ଥଣ୍ଡା ସମୟରେ ଏଗୁଡ଼ିକୁ ପରିଚାଳନା କରାଯିବା ହିଁ ଉଚିତ ବୋଲି କହିଛି ଉଚ୍ଚଶିକ୍ଷା ବିଭାଗ ।।
ପାଣି, ORS ଏବଂ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା

କ୍ୟାମ୍ପସରେ ବିଭିନ୍ନ ସ୍ଥାନରେ ବିଶୁଦ୍ଧ ପାନୀୟ ଜଳର ଯୋଗାଣ ପାଇଁ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରେଣୀଗୃହ, ଛାତ୍ରାବାସ, ପରୀକ୍ଷା କେନ୍ଦ୍ର ଏବଂ ସାଧାରଣ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ORS ମହଜୁଦ ରଖିବାକୁ ଚେଷ୍ଟା ଆରମ୍ଭ ହୋଇଛି । ଗ୍ରୀଷ୍ମ ମାସରେ ପାଣି ସମସ୍ୟାକୁ ରୋକିବା ପାଇଁ ନଳକୂପ, ହ୍ୟାଣ୍ଡପମ୍ପ ଏବଂ ଅନ୍ୟାନ୍ୟ ପାନୀୟ ଜଳ ଯୋଗାଣ ସବୁକୁ ଯାଞ୍ଚ କରିବା ସହ ଆବଶ୍ୟକୀୟ ମରାମତି ପାଇଁ ଡାକରା ଦେଇଛି SOP। ଡିହାଇଡ୍ରେସନ, ମୁଣ୍ଡ ବୁଲାଇବା ଏବଂ ଅଂଶୁଘାତ ଭଳି ଜରୁରୀକାଳୀନ ଚିକିତ୍ସା ପାଇଁ ମୌଳିକ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ପଡିବ ଓ ଆବଶ୍ୟକ ହେଲେ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଭାରପ୍ରାପ୍ତ କତ୍ତୃପକ୍ଷ ତୁରନ୍ତ ନିଯୁକ୍ତ ହେବେ ବୋଲି କହିଛି ସ୍ଵାସ୍ଥବିଭାଗ |
ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ସଭିଁଙ୍କୁ ସତର୍କତାମୂଳକ ପଦକ୍ଷେପ ବିଷୟରେ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ଯେଉଁଠି ଜଳୀୟ ଅଂଶ କମ୍ ରହିବା, ଗରମ ଯୋଗୁଁ ଥକ୍କା ଲାଗିବା ଭଳି ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ଏବଂ ଅତି ପ୍ରବଳ ପାଗ ସମୟରେ ଉପଯୁକ୍ତ କ’ଣ ଏବଂ କ’ଣ ନୁହେଁ ତାହା ପାଳନ କରିବା ଅନ୍ତର୍ଭୁକ୍ତ । ଶ୍ରେଣୀ କିମ୍ବା ପରୀକ୍ଷାରେ ଯୋଗଦେବା ସମୟରେ ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ନିଜ ପାନୀୟ ଜଳ ବହନ କରିବା ନେଇ ଅଭିଭାବକମାନଙ୍କୁ ମଧ୍ୟ ଦିଆଯିବ ପରାମର୍ଶ ।
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡ଼ିକୁ ଏହି ନିୟମର କଠୋର ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଆଇଏମଡି ଅନୁଯାୟୀ, ମାର୍ଚ୍ଚ ୬ ରୁ ୧୨ ମଧ୍ୟରେ ତାତିର ପାରଦ ବଢିବାର ସମ୍ଭାବନା ରହିଛି | ଏଥିସହିତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ୩୬ ରୁ ୩୮ ଡିଗ୍ରୀ ସେଲସିୟସ୍ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ୩୪ ରୁ ୩୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ଆଗୁଆ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ |
also read : https://purvapaksa.com/wasted-congress/


