ଆସିବାକୁ ଯାଉଛି ରଙ୍ଗର ପର୍ବ ହୋଲି, ଯାହା ପ୍ରେମ, ମିତ୍ରତା ଓ ଭାଇଚାରର ପର୍ବ ଭାବରେ ପାଳନ କରାଯାଏ। ହୋଲି ପାଇଁ ଲୋକମାନେ ବିଶେଷ ଉତ୍ସାହରେ ରଙ୍ଗ ଖେଳିବାକୁ ପ୍ରସ୍ତୁତ ହୁଅନ୍ତି, କିନ୍ତୁ ବଜାରରେ ମିଳୁଥିବା କେମିକାଲ ରଙ୍ଗରେ ଥିବା ରାସାୟନିକ ପଦାର୍ଥ ଚର୍ମ ଓ କେଶକୁ କ୍ଷତି ପହଞ୍ଚାଇପାରେ। ଏହି ଦୃଷ୍ଟିରେ ହୋଲି ଉତ୍ସବରେ ସୁରକ୍ଷିତ ରହିବା ପାଇଁ କିଛି ଘରୋଇ ଉପଚାର ଅତ୍ୟନ୍ତ ଲାଭଦାୟକ ହୋଇପାରିବ ।

ନଡ଼ିଆ ତେଲ ହୋଲିରେ ଚର୍ମର ସୁରକ୍ଷା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ଚର୍ମକୁ ମଶ୍ଚରାଇଜ୍ ରଖି ଏକ ସୁରକ୍ଷା ସ୍ତର ସୃଷ୍ଟି କରେ। ହୋଲିରେ ରଙ୍ଗ ଖେଳିବା ପୂର୍ବରୁ ନଡ଼ିଆ ତେଲର ମାଲିସ୍ କରିବା ଦ୍ୱାରା ଚର୍ମକୁ କ୍ଷତିରୁ ରକ୍ଷା କରିବା ସହିତ ପିଗ୍ମେଣ୍ଟେସନ୍ ରୋକାଯାଇପାରିବ।

ଚଣା ଏବଂ ଦହି ଫେସ୍ ପ୍ୟାକ୍ ହୋଲି ପୂର୍ବରୁ ମୁହଁର ସ୍କିନ୍ ପାଇଁ ଏକ ଶକ୍ତିଶାଳୀ ଉପାୟ। ଏହା ଡେଡ୍ ସ୍କିନ୍ ସେଲସକୁ ଦୂର କରି ତ୍ୱଚାକୁ ଗ୍ଲୋଇଂ କରେ। ଚଣା ଏବଂ ଦହି ମିଶାଇ ତିଆରି କରାଯାଇଥିବା ପେଷ୍ଟକୁ ମୁହଁରେ ଲଗାଇ ୧୫-୨୦ ମିନିଟ୍ ପରେ ଧୋଇଦିଅନ୍ତୁ।

ଆଲୋଭେରା ଜେଲ୍ ଚର୍ମ ପାଇଁ ଖୁବ୍ ଫଳପ୍ରଦ। ହୋଲି ପୂର୍ବରୁ ଏହାକୁ ଲଗାଇ ରଙ୍ଗ ଖେଳିବା ସମୟରେ ଚର୍ମକୁ ରକ୍ଷା କରାଯାଇପାରେ। ଏହା ଚର୍ମରେ ହାଇଡ୍ରେସନ୍ ବଢ଼ାଇ ରଙ୍ଗକୁ ସହଜରେ ଧୋଇପାରିବାରେ ସାହାଯ୍ୟ କରେ।

ସୋରିଷ କିମ୍ବା ବାଦାମ ତେଲ ମୁହଁ, ହାତ ଓ ପାଦରେ ଲଗାଇବା ଅତ୍ୟନ୍ତ ଲାଭଦାୟକ। ଏହା ଚର୍ମକୁ ପ୍ରାକୃତିକ ଡାଫେଂସ ଦେଇ କ୍ଷତିରୁ ବଞ୍ଚାଇଥାଏ। ହାତ, ମୁହଁ ଓ ପାଦରେ ଲଗାଇ ହୋଲି ଖେଳିବା ସମୟରେ ରଙ୍ଗ ଏବଂ କେମିକାଲର ପ୍ରଭାବକୁ ହ୍ରାସ କରାଯାଇପାରେ।

ହୋଲି ପାଇଁ ଏହି ସହଜ ଘରୋଇ ଉପଚାର ଅନୁସରଣ କରି, ଆପଣ ଆପଣଙ୍କର ଚର୍ମକୁ କ୍ଷତିରୁ ରକ୍ଷା କରି ମଜା ମସ୍ତିର ସହିତ ଉତ୍ସବର ଆନନ୍ଦ ଉଠାଇପାରିବେ। ହୋଲିରେ ରଙ୍ଗ ଖେଳିବା ସମୟରେ ସତର୍କତା ନେବା ଓ ପ୍ରାକୃତିକ ଉପାୟ ଅନୁସରଣ କରି ଚର୍ମ ସୁରକ୍ଷିତ ରଖିପାରିବାରେ ଲାଭ ମିଳିବ।
also read https://purvapaksa.com/sahadevkhunta-police-station/


