ବିଶ୍ୱ ରାଜନୀତିରେ ଏକ ବଡ଼ ଧମାକା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି ଇସ୍ରାଏଲ୍ରେ! କିନ୍ତୁ ଏହି ଗସ୍ତ କେବଳ ଏକ ସାଧାରଣ ବିଦେଶ ଗସ୍ତ ନୁହେଁ। ଏହା ଏମିତି ଏକ ଗସ୍ତ, ଯାହା ଶୁଣି ପାକିସ୍ତାନର ନିଦ ହଜିଗଲାଣି। ଇସ୍ରାଏଲ୍ ସଂସଦରେ ‘ମୋଦୀ-ମୋଦୀ’ ସ୍ଲୋଗାନ ଗୁଞ୍ଜରିତ ହେଉଛି। ଇରାନ ଉପରକୁ ଆମେରିକା ବନ୍ଧୁକ ଲକ୍ଷ୍ୟକରି ବସିଥିବାବେଳେ, ମୋଦୀଙ୍କ ଏହି ଇସ୍ରାଏଲ୍ ଗସ୍ତ ବିଶ୍ୱକୁ କି ସଙ୍କେତ ଦେଉଛି? ଆଉ ସବୁଠୁ ବଡ଼ କଥା – ଇସ୍ରାଏଲ୍ରୁ ମୋଦୀ ଏମିତି କି ‘ବ୍ରହ୍ମାସ୍ତ୍ର’ ଆଣୁଛନ୍ତି, ଯାହା ପାକିସ୍ତାନର ଡ୍ରୋନ୍କୁ ଖେଳନା ଭଳି ଆକାଶରେ ପୋଡ଼ି ପାଉଁଶ କରିଦେବ? ଆଜି ଏହି ସବୁ ରହସ୍ୟ ଉପରୁ ପରଦା ହଟାଇବା।

ଇସ୍ରାଏଲ୍ ସଂସଦରେ ମୋଦୀଙ୍କ ଜଲୱା
ସାଧାରଣତଃ ଭାରତର ସଂସଦରେ ଆପଣ ‘ମୋଦୀ-ମୋଦୀ’ ସ୍ଲୋଗାନ ଶୁଣିଥିବେ। କିନ୍ତୁ ଆଜି ଇସ୍ରାଏଲ୍ ସଂସଦ ବା ‘ନେସେଟ୍’ (Knesset)ର ଦୃଶ୍ୟ କିଛି ଅଲଗା ଥିଲା। ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ପହଞ୍ଚିବା ମାତ୍ରେ ସାଂସଦମାନେ ନିଜ ସିଟ୍ରୁ ଛିଡ଼ା ହୋଇ ତାଙ୍କୁ ସ୍ୱାଗତ କରିଥିଲେ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମୋଦୀଙ୍କୁ ‘ଜଣେ ମହାନ ବନ୍ଧୁ’ ଏବଂ ‘ବିଶ୍ୱର ଜଣେ ବଡ଼ ନେତା’ ବୋଲି ସମ୍ବୋଧିତ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ନେତନ୍ୟାହୁ ସମସ୍ତ ପ୍ରୋଟୋକଲ୍ ଭାଙ୍ଗି ନିଜେ ଏୟାରପୋର୍ଟ ପହଞ୍ଚି ଯାଇଥିଲେ। କେବଳ ସେତିକି ନୁହେଁ, ନେତନ୍ୟାହୁଙ୍କ ପତ୍ନୀ ସାରା ମଧ୍ୟ ମୋଦୀଙ୍କୁ ସ୍ୱାଗତ କରିବା ସହ ଭାରତକୁ ଏକ ‘ଅଦ୍ଭୁତ ଦେଶ’ ବୋଲି କହିଥିଲେ।
‘ଆଇରନ୍ ବିମ୍’ – ପାକିସ୍ତାନ ପାଇଁ କାଳ!
ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ସେହି ଅସଲି ପ୍ରସଙ୍ଗ ଉପରକୁ, ଯେଉଁଥିପାଇଁ ପାକିସ୍ତାନ ଥରୁଛି। ଚର୍ଚ୍ଚା ହେଉଛି କି ଭାରତ ଏବେ ଇସ୍ରାଏଲ୍ରୁ ‘ଆଇରନ୍ ବିମ୍’ (Iron Beam) ଟେକ୍ନୋଲୋଜି ଆଣିବାକୁ ଯାଉଛି।
ଏହା କ’ଣ ଏବଂ କେମିତି କାମ କରେ?
୧. ଆଇରନ୍ ବିମ୍ ମିସାଇଲ୍ ବ୍ୟବହାର କରେ ନାହିଁ। ଏହା ଏକ ଶକ୍ତିଶାଳୀ ଲେଜର କିରଣ ଛାଡ଼େ।
୨.: ଏହା ଆଲୋକର ବେଗରେ (୩ ଲକ୍ଷ କିମି/ସେକେଣ୍ଡ) ଯାଇ ଶତ୍ରୁର ଡ୍ରୋନ୍ ବା ରକେଟ୍କୁ ଧ୍ୱଂସ କରେ।
୩. ବର୍ତ୍ତମାନ ପାକିସ୍ତାନର ଏକ ଶସ୍ତା ଡ୍ରୋନ୍କୁ ମାରିବା ପାଇଁ ଭାରତକୁ ଲକ୍ଷ ଲକ୍ଷ ଟଙ୍କାର ମିସାଇଲ୍ ଖର୍ଚ୍ଚ କରିବାକୁ ପଡ଼ୁଛି। କିନ୍ତୁ ଏହି ‘ଆଇରନ୍ ବିମ୍’ ରେ ମାତ୍ର ୧୦୦ ରୁ ୨୦୦ ଟଙ୍କା ଖର୍ଚ୍ଚରେ ଶତ୍ରୁର ଡ୍ରୋନ୍ ପାଉଁଶ ହୋଇଯିବ। ଅର୍ଥାତ୍ ଚା’ ଜଳଖିଆ ଖର୍ଚ୍ଚରେ ପାକିସ୍ତାନୀ ଡ୍ରୋନ୍ ଖତମ୍!
ଭାରତ ଏହାର ଟେକ୍ନୋଲୋଜି ଟ୍ରାନ୍ସଫର (Transfer of Technology) ପାଇଁ ଡିଲ୍ କରିପାରେ, ଯାହା ମୋଦୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ଆହୁରି ମଜବୁତ କରିବ।
ସୁପରସୋନିକ୍ ‘ଲୋରା’ ମିସାଇଲ୍ (LORA – Long Range Attack)

ଲୋରା ହେଉଛି ଏକ ବାଲିଷ୍ଟିକ୍ ମିସାଇଲ୍ ଯାହାର ଲକ୍ଷ୍ୟଭେଦ କରିବାର ସଠିକତା (Accuracy) ପ୍ରାୟ ୧୦ ମିଟର ମଧ୍ୟରେ ରହିଥାଏ। ଏହା ୨୮୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁର ଆଡ୍ଡାକୁ ଧ୍ୱଂସ କରିପାରେ।
ଏହାକୁ ସ୍ଥଳଭାଗରୁ କିମ୍ବା ସମୁଦ୍ର ମଧ୍ୟରୁ ଜାହାଜ ଜରିଆରେ ମଧ୍ୟ ଉତକ୍ଷେପଣ କରାଯାଇପାରିବ। ଏହାର ବିଶେଷତ୍ୱ ହେଉଛି ଏହା ‘ଟ୍ରାଜେକ୍ଟୋରୀ’ ପରିବର୍ତ୍ତନ କରିପାରେ, ଯାହାଫଳରେ ଶତ୍ରୁର ରାଡାର୍ ଏହାକୁ ଧରିବା ଅସମ୍ଭବ ହୋଇପଡ଼େ।
ହର୍ମିସ୍ ୯୦୦ ଡ୍ରୋନ୍ (Hermes 900 Multi-mission UAV)
ଏହା ଏକ ମିଡିୟମ ଅଲଟିଟ୍ୟୁଡ ଲଙ୍ଗ ଏଣ୍ଡୁରାନ୍ସ ଡ୍ରୋନ୍। ଏହା ଲଗାତାର ୩୦ରୁ ୩୬ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହି ନଜର ରଖିପାରେ।
ଏହା କେବଳ ନଜର ରଖେ ନାହିଁ, ବରଂ ଏଥିରେ ଚାରିଟି ଘାତକ ମିସାଇଲ୍ ମଧ୍ୟ ଲଗାଯାଇପାରିବ। ଭାରତରେ ଆଦାନୀ ଡିଫେନ୍ସ ସହ ମିଶି ଏହାର ନିର୍ମାଣ ହେଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଏହାର ବ୍ୟାପକ ଉତ୍ପାଦନ ଉପରେ ଚୁକ୍ତି ହୋଇପାରେ।
ସ୍ପାଇସ୍-୧୦୦୦ ଗାଇଡେନ୍ସ କିଟ୍ (SPICE-1000 Guidance Kit)
ବୈଷୟିକ ଦିଗ: ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ସମୟରେ ଭାରତ ‘ସ୍ପାଇସ୍-୨୦୦୦’ ବ୍ୟବହାର କରିଥିଲା। ଏବେ ‘ସ୍ପାଇସ୍-୧୦୦୦’ ଆସିଲେ ଏହା ସାଧାରଣ ବୋମାକୁ ଏକ ‘ସ୍ମାର୍ଟ ଗାଇଡେଡ୍ ମିସାଇଲ୍’ରେ ପରିଣତ କରିଦେବ।
ଏଥିରେ GPS ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ୍ ସେନ୍ସର ରହିଛି, ଯାହା ଖରାପ ପାଗରେ ମଧ୍ୟ ଶତ୍ରୁର ଠିକଣାକୁ ଚିହ୍ନଟ କରି ଧ୍ୱଂସ କରିପାରେ।
ନେତନ୍ୟାହୁଙ୍କ ‘ହେକ୍ସାଗନ’ ମେଣ୍ଟ ଓ ପାକିସ୍ତାନର ଡର

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଏକ ନୂଆ ମେଣ୍ଟର ପ୍ରସ୍ତାବ ରଖିଛନ୍ତି, ଯାହାର ନାଁ ହେଉଛି ‘ହେକ୍ସାଗନ’ (Hexagon Alliance)। ଏଥିରେ ଭାରତ, ଇସ୍ରାଏଲ୍, ଗ୍ରୀସ୍ ଏବଂ ସାଇପ୍ରସ୍ ମୁଖ୍ୟ ସଦସ୍ୟ ରହିବେ। ଏହା କୁଆଡ଼େ କଟ୍ଟରପନ୍ଥୀ ସିଆ ଓ ସୁନ୍ନି ସଂଗଠନଗୁଡ଼ିକୁ ରୋକିବା ପାଇଁ ତିଆରି ହେବ।
ଏହି ଖବର ପ୍ରସାରିତ ହେବା ପରେ ପାକିସ୍ତାନ ସଂସଦରେ ଏହା ବିରୁଦ୍ଧରେ ପ୍ରସ୍ତାବ ପାରିତ ହୋଇଛି।
ପାକିସ୍ତାନ ଭାବୁଛି କି ଭାରତ ଓ ଇସ୍ରାଏଲ୍ ମିଶି ମୁସଲମାନ ଦେଶଗୁଡ଼ିକୁ ଟାର୍ଗେଟ୍ କରିବେ। ପାକିସ୍ତାନୀ ମିଡିଆ ତ ପାଗଳ ହୋଇଗଲାଣି। ‘ଜିଓ ନ୍ୟୁଜ୍’ ଭଳି ଚ୍ୟାନେଲ୍ କହୁଛନ୍ତି କି ଏହା ପାକିସ୍ତାନ ପାଇଁ ବିପଦ ଘଣ୍ଟି।
୯୦ ହଜାର କୋଟିର ପ୍ରତିରକ୍ଷା ଡିଲ୍?
କେବଳ ‘ଆଇରନ୍ ବିମ୍’ ନୁହେଁ, ‘ଜେରୁଜେଲେମ୍ ପୋଷ୍ଟ’ ଅନୁଯାୟୀ ଭାରତ ଓ ଇସ୍ରାଏଲ୍ ମଧ୍ୟରେ ପ୍ରାୟ ୯୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ହୋଇପାରେ। ଏଥିରେ ହର୍ମିସ୍ ଡ୍ରୋନ୍, ସୁପରସୋନିକ୍ ଲୋରା ମିସାଇଲ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆଧାରିତ ଯୁଦ୍ଧ ସରଞ୍ଜାମ ସାମିଲ ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ଏବେ ସୁଦର୍ଶନ ଚକ୍ର ମିଶନ ଅଧୀନରେ ଭାରତର ଆକାଶକୁ ଅଭେଦ୍ୟ କରିବାରେ ଲାଗିଛନ୍ତି। ଯଦି ଏହି ଡିଲ୍ ଫାଇନାଲ୍ ହୁଏ, ତେବେ ଗୋଟିଏ ପଟେ ‘ଆକାଶ’ ମିସାଇଲ୍ ସିଷ୍ଟମ ଓ ଅନ୍ୟପଟେ ‘ଆଇରନ୍ ବିମ୍’ ଭାରତର ସୀମାକୁ ଏମିତି ସୁରକ୍ଷା ଦେବେ ଯେ ପକ୍ଷୀଟିଏ ବି ବିନା ଅନୁମତିରେ ପଶିପାରିବ ନାହିଁ।
ଦର୍ଶକ ବନ୍ଧୁ, ଇସ୍ରାଏଲ୍ରେ ମୋଦୀଙ୍କ ଏହି ଭବ୍ୟ ସ୍ୱାଗତ କେବଳ ଜଣେ ବ୍ୟକ୍ତିର ସ୍ୱାଗତ ନୁହେଁ, ବରଂ ଏହା ହେଉଛି ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ମୋଦୀ ସେଠାରେ ‘ସଲାମ୍’ ଓ ‘ନମସ୍ତେ’ କହି ନିଜର ଭାଷଣ ଆରମ୍ଭ କରିଛନ୍ତି ଏବଂ ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି କି ଭାରତ ଏବେ କାହାକୁ ଡରିବାର ନାହିଁ।
ଆପଣଙ୍କୁ କ’ଣ ଲାଗୁଛି? ଭାରତ ଓ ଇସ୍ରାଏଲ୍ ମେଣ୍ଟ କ’ଣ ସତରେ ପାକିସ୍ତାନକୁ ଧ୍ୱଂସ କରିଦେବ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଏହି ଭିଡିଓକୁ ଲାଇକ୍ ଓ ଶେୟାର କରନ୍ତୁ ଏବଂ ଆଗକୁ ଏମିତି ଖବର ପାଇଁ ପୂର୍ବପକ୍ଷକୁ ସବସ୍କ୍ରାଇବ୍ କରନ୍ତୁ।
also read https://purvapaksa.com/two-brothers-two-destroyers/


