ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି କିମ୍ବା ଗହଣା କିଣିବା ପାଇଁ ଭାବୁଛନ୍ତି, ତେବେ କିଣିବା ପୂର୍ବରୁ ଦେଶର ବିଭିନ୍ନ ସହରର ସୁନା ଦର ଉପରେ ନଜର ପକାଇବା ଅତ୍ୟନ୍ତ ଆବଶ୍ୟକ । ଆଜି ଭାରତୀୟ ବଜାରରେ ସୁନା ଦର ଉଚ୍ଚ ସ୍ତରରେ ରହିଥିବା ଦେଖିବାକୁ ମିଳିଛି । ଆଜି ଦେଶସ୍ତରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୮୪୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୪୫,୬୦୦ ଟଙ୍କାକୁ ପହଞ୍ଚିଛି। ବଜାରରେ ସୁନା ଦର ବୃଦ୍ଧି ପାଇବାରୁ ଗ୍ରାହକମାନେ କିଣାକଟା ପୂର୍ବରୁ ଭଲଭାବେ ଭାବିଚିନ୍ତା କରୁଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦର ଦେଶସ୍ତର ସହ ସମାନ ରହିଛି। ଏଠାରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୮୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୪୫,୬୦୦ ଟଙ୍କା ରହିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ସୁନା ଦରରେ କୌଣସି ଭିନ୍ନତା ନାହିଁ । ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧,୫୮,୮୪୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୫,୬୦୦ ଟଙ୍କାରେ ବିକ୍ରି ହେଉଛି।
ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ସୁନା ଦର ସାମାନ୍ୟ ଅଧିକ ରହିଛି । ଏଠାରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୯୯୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧,୪୫,୭୫୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦର ସବୁଠାରୁ ଅଧିକ ରହିଛି। ଏଠାରେ ୨୪ କ୍ୟାରେଟ୍ ସୁନା ୧,୫୯,୮୨୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୬,୫୦୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନାର ମୂଲ୍ୟ କ୍ରମେ ୧,୫୮,୮୪୦ ଓ ୧,୪୫,୬୦୦ ଟଙ୍କା ରହିଛି।ଅନ୍ୟପଟେ, ରୁପା ଦରରେ ମଧ୍ୟ ବଡ଼ ବୃଦ୍ଧି ଦେଖାଯାଇଛି। ଆଜି ବଜାରରେ ରୁପାର ମୂଲ୍ୟ କିଲୋ ପିଛା ୩,୦୦,୦୦୦ ଟଙ୍କାକୁ ପହଞ୍ଚିଛି।
ସୁନାର ଶୁଦ୍ଧତା କେମିତି ଯାଞ୍ଚ କରିବେ?
ଗ୍ରାହକମାନେ ସୁନା କିଣିବା ସମୟରେ ତାହାର ଶୁଦ୍ଧତା ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ। ଏହି ପାଇଁ ‘BIS Care App’ ମାଧ୍ୟମରେ ସୁନାର ହଲମାର୍କ, ଲାଇସେନ୍ସ ନମ୍ବର ଓ ପଞ୍ଜୀକରଣ ସଂଖ୍ୟା ଯାଞ୍ଚ କରିପାରିବେ। କୌଣସି ତ୍ରୁଟି ଥିଲେ ଗ୍ରାହକ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।
also read https://purvapaksa.com/haroscope-18/
ଶନିଙ୍କ ପ୍ରବେଶ , ଏହି ୪ ରାଶିଙ୍କର ରହିବନି ଟଙ୍କାର ଅଭାବ ।। Haroscope


