ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଗୋଚର ମାନବ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଏହି କ୍ରମରେ ୩ ଜୁନ୍ ୨୦୨୭ ତାରିଖରେ ଶନି ଦେବ ମେଷ ରାଶିରେ ପ୍ରବେଶ କରିବେ, ଯାହା ପ୍ରାୟ ୩୦ ବର୍ଷ ପରେ ଘଟୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ପରିବର୍ତ୍ତନ । ମେଷ ଶନିଙ୍କର ନିମ୍ନ ରାଶି ହେଉଥିବାରୁ ଏହି ଗୋଚର ଅନେକ ରାଶି ପାଇଁ ସମସ୍ୟା ନେଇଆସିପାରେ। ତେବେ ଜ୍ୟୋତିଷୀମାନଙ୍କ ମତାନୁସାରେ, ଏହି ପରିବର୍ତ୍ତନ ୪ଟି ରାଶି ପାଇଁ ବେଶ୍ ଶୁଭ ଫଳ ନେଇଆସିବ।

କର୍କଟ ରାଶି
ଶନିଙ୍କ ମେଷ ଗୋଚର କର୍କଟ ରାଶିଜାତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଦୀର୍ଘ ସମୟ ଧରି ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ। ହଠାତ୍ ଧନଲାଭ ହେବା ସହିତ ଆର୍ଥିକ ସ୍ଥିତିରେ ସୁଧାର ଦେଖାଯିବ। ବେକାର ଯୁବକ-ଯୁବତୀଙ୍କୁ ଇଚ୍ଛାଅନୁଯାୟୀ ଚାକିରି ମିଳିବାର ସମ୍ଭାବନା ରହିଛି।
ସିଂହ ରାଶି
ସିଂହ ରାଶି ପାଇଁ ଏହି ଗୋଚର ଏକ ନୂଆ ଆରମ୍ଭ ନେଇଆସିବ। ଶନି ସାଢେସାତୀରୁ ମୁକ୍ତି ମିଳିବା ସହିତ ମାନସିକ ଚାପ କମିବ। ସ୍ଥଗିତ ପ୍ରକଳ୍ପ ଓ କାମ ଆଗକୁ ବଢ଼ିବ। ନୂଆ ବ୍ୟବସାୟ କିମ୍ବା ଉଦ୍ୟମ ଆରମ୍ଭ କରିବାର ଯୋଗ ରହିଛି। ଚାକିରିଜୀବୀଙ୍କ ପାଇଁ ଦରମା ବୃଦ୍ଧି ଓ ନିବେଶ ପାଇଁ ଏହା ଏକ ସୁବର୍ଣ୍ଣ ସମୟ ହେବ।
ଧନୁ ରାଶି
ଧନୁ ରାଶିଜାତଙ୍କ ପାଇଁ ଶନି ଭାଗ୍ୟର ଦ୍ୱାର ଖୋଲିଦେବେ। ବିଦେଶ ଯାତ୍ରା କିମ୍ବା ଦୂରସ୍ଥ ଭ୍ରମଣର ଯୋଗ ରହିଛି। ଆୟ ବୃଦ୍ଧି ସହିତ ବ୍ୟାଙ୍କ ବାଲାନ୍ସ ମଜବୁତ ହେବ। କୋର୍ଟ କଚେରୀ ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିପାରେ।
କୁମ୍ଭ ରାଶି
କୁମ୍ଭ ରାଶି ପାଇଁ ଏହି ଗୋଚର ରାହାତ ନେଇଆସିବ। ଶନି ସାଢେସାତୀର ସମାପ୍ତି ସହିତ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପୁରୁଣା ରୋଗରୁ ମୁକ୍ତି, ଋଣ ଶୋଧ ଏବଂ ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି। ଘର କିମ୍ବା ଯାନବାହାନ କିଣିବାର ଯୋଗ ମଧ୍ୟ ରହିଛି। ଜ୍ୟୋତିଷ ଅନୁସାରେ, ଶନିଙ୍କ ଏହି ଗୋଚର କେବଳ ସମସ୍ୟା ନୁହେଁ, ବରଂ ଶ୍ରମ, ଧୈର୍ଯ୍ୟ ଓ ସଠିକ୍ ପରିଶ୍ରମ କରୁଥିବା ଲୋକଙ୍କ ପାଇଁ ବଡ଼ ସୁଯୋଗ ମଧ୍ୟ ନେଇଆସିବ।
also read https://purvapaksa.com/queen-of-mewar/


