ରାଜନୀତିରେ କୌଣସି ଶବ୍ଦ ବା ଫଟୋ ଅକାରଣରେ ବ୍ୟବହାର ହୁଏନାହିଁ, ବିଶେଷ କରି ଯେତେବେଳେ ସେହି ବ୍ୟକ୍ତିଜଣକ ଦିଗବିଜୟ ସିଂହଙ୍କ ଭଳି ଜଣେ ଚାଣକ୍ୟ ନେତା ହୋଇଥାନ୍ତି। ନିକଟରେ ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୁରୁଣା ଫଟୋ ସେୟାର କରି ବିଜେପି ଓ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରିବା, କେବଳ ଏକ ଫଟୋ ପୋଷ୍ଟ ନୁହେଁ, ବରଂ କଂଗ୍ରେସର ଆଭ୍ୟନ୍ତରୀଣ ସ୍ଥିତି ଉପରେ ଏକ ବଡ଼ କଟାକ୍ଷ ବୋଲି ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରି ଜଣେ ସାଧାରଣ କର୍ମୀ କିପରି ଶୀର୍ଷ ପଦବୀରେ ପହଞ୍ଚିଲେ, ତାହାକୁ ‘ସଂଗଠନର ଶକ୍ତି’ ବୋଲି ଦର୍ଶାଇ ଦିଗବିଜୟ କଂଗ୍ରେସ ହାଇକମାଣ୍ଡଙ୍କୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।

ତୃଣମୂଳ ଶକ୍ତି ଓ ଦିଗବିଜୟଙ୍କ ଦର୍ଶନ
ଦିଗବିଜୟ ସିଂହ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ସାଧାରଣ କର୍ମୀଭାବେ ତଳେ ବସିଥିବାର ଦେଖାଯାଉଛି। ଏହାକୁ ନେଇ ସେ ଲେଖିଛନ୍ତି, “ଏହା ହେଉଛି ସଂଗଠନର ଶକ୍ତି।” ଜଣେ କଠୋର ଆରଏସଏସ ବିରୋଧୀ ନେତା ଭାବେ ଜଣାଶୁଣା ଦିଗବିଜୟ, ସଂଘର କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ପଛରେ ଦୁଇଟି କାରଣ ଥାଇପାରେ। ପ୍ରଥମତଃ, ସେ କଂଗ୍ରେସର ବର୍ତ୍ତମାନର ଦୁର୍ବଳ ସାଂଗଠନିକ ଢାଞ୍ଚାକୁ ନେଇ ଅସନ୍ତୁଷ୍ଟ ଏବଂ ଦ୍ୱିତୀୟତଃ, ସେ ରାହୁଲ ଗାନ୍ଧୀଙ୍କୁ ବୁଝାଇବାକୁ ଚାହୁଁଛନ୍ତି ଯେ କେବଳ ବୌଦ୍ଧିକ ଭାଷଣ ନୁହେଁ, ବରଂ ତୃଣମୂଳ ସ୍ତରର ସଙ୍ଗଠନ ହିଁ ନିର୍ବାଚନ ଜିତିବାରେ ସାହାଯ୍ୟ କରିଥାଏ।
ରାହୁଲଙ୍କୁ ‘ଫୁଲ୍ ମାର୍କ’ କିନ୍ତୁ ସଂଗଠନରେ ‘ଜିରୋ’?
ଦିଗବିଜୟ ସିଂହ ରାହୁଲ ଗାନ୍ଧୀଙ୍କୁ ସାମାଜିକ ଓ ଅର୍ଥନୈତିକ ପ୍ରସଙ୍ଗରେ ବୁଝାମଣା ପାଇଁ ‘ପୂର୍ଣ୍ଣ ମାର୍କ’ ଦେଇଥିଲେ ହେଁ, ଦଳର ସାଂରଚନିକ ପରିବର୍ତ୍ତନ ଉପରେ ଜୋର ଦେଇଛନ୍ତି। ତାଙ୍କ ମତରେ, ଯେପରି ନିର୍ବାଚନ କମିଶନଙ୍କୁ ସଂସ୍କାରର ଆବଶ୍ୟକତା ଅଛି, କଂଗ୍ରେସକୁ ମଧ୍ୟ ସେହିଭଳି ଏକ ‘ପ୍ରାକ୍ଟିକାଲ୍’ ଏବଂ ବିକେନ୍ଦ୍ରୀକରଣ ପଦ୍ଧତିର ଆବଶ୍ୟକତା ରହିଛି। ଏହା ପରୋକ୍ଷରେ ୧୦ ଜନପଥର ‘ଚାଟୁକାର’ ସଂସ୍କୃତି ଏବଂ ଦଳର କେନ୍ଦ୍ରୀଭୂତ କ୍ଷମତା ଉପରେ ଏକ ବଡ଼ ଆକ୍ରମଣ। ଯେତେବେଳେ ଦିଗବିଜୟ କୁହନ୍ତି ଯେ ରାହୁଲଙ୍କୁ ଏବେ ସଂଗଠନ ଉପରେ ଧ୍ୟାନ ଦେବାକୁ ହେବ, ସେ ସୂଚାଇବାକୁ ଚାହୁଁଛନ୍ତି ଯେ ଦଳ ଭିତରେ କର୍ମୀଙ୍କ ଅପେକ୍ଷା ନେତାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଦିଗବିଜୟଙ୍କ ପୋଷ୍ଟ: ଶବ୍ଦ ନୁହେଁ, ସନ୍ଦେଶ

ଦିଗବିଜୟ ସିଂହ ଯେଉଁ ଫଟୋ ପୋଷ୍ଟ କଲେ, ସେଥିରେ ଦେଖାଯାଉଛି-
ଏକ ସାଧାରଣ ଆରଏସଏସ କର୍ମୀ, ଜଣେ ଜନସଂଘ କାର୍ଯ୍ୟକର୍ତ୍ତା, ନେତୃତ୍ୱର ପାଦତଳେ ବସିଛନ୍ତି।
ସେଇ ସାଧାରଣ କର୍ମୀ ପରେ ହେଲେ—ରାଜ୍ୟର ମୁଖ୍ୟମନ୍ତ୍ରୀ, ଦେଶର ପ୍ରଧାନମନ୍ତ୍ରୀ।
ଦିଗବିଜୟ ଏହାକୁ କହିଲେ—
“ଏହା ହେଉଛି ସଂଗଠନର ଶକ୍ତି।”
ଏହି ଗୋଟିଏ ଲାଇନ୍ଟି କଂଗ୍ରେସ ପାଇଁ ଅସହ୍ୟ ହୋଇଛି।
କିନ୍ତୁ କାହିଁକି?
• କାରଣ କଂଗ୍ରେସରେ ଏବେ ସଂଗଠନ ନୁହେଁ,ଲବି ଚାଲେ।
• କ୍ୟାଡର ନୁହେଁ, କୋଟେରି ଚାଲେ।
• ତ୍ୟାଗ ନୁହେଁ, ଚାଟୁକାରିତା ଚାଲେ।
also read https://purvapaksa.com/pilgrims-throng-srimandir-elaborate-security-in-place/


