ଇଣ୍ଡିଆନ୍ ମେଟାଲସ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ (ଇମ୍ପାକ୍ଟ) ଦ୍ୱାରା ଅକ୍ଟୋବର ୨୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୪୬ ତମ ଶାରଳା ପୁରସ୍କାର ଗ୍ରହଣ କରି ସୁବିଦିତ ଗୀତିକବି ଓ କଥାକାର ଦେବଦାସ ଛୋଟରାୟ କହିଲେ ଯେ, ସେ ବୁଝି ହେଉନଥିବା ଉପଭୋକ୍ତାଙ୍କ ପାଇଁ ଲେଖନ୍ତି ନାହିଁ, ଯାହାଙ୍କ ଉପରେ ତାଙ୍କର କୌଣସି ବିଶ୍ୱାସ ନାହିଁ। ବରଂ ସେ ନିଜ ପାଇଁ ଓ ସମୟ କାଟିବାର କ୍ଲେଶକୁ ଲାଘବ କରିବାପାଇଁ ଲେଖନ୍ତି । ତା’ଙ୍କ ଦ୍ୱାରା ରଚିତ ‘ମ୍ୟାଟିନି ସୋ’ ଗଳ୍ପ ସଂକଳନ ପାଇଁ ତା’ଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ପୁରସ୍କାର ବାବଦରେ ତା’ଙ୍କୁ ତାମ୍ର ଫଳକ ଉପାୟନ ସହିତ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।ଲେଖନ୍ତି। ତା’ଙ୍କ ଦ୍ୱାରା ରଚିତ ‘ମ୍ୟାଟିନି ସୋ’ ଗଳ୍ପ ସଂକଳନ ଜଳନ ପାଇଁ ତା’ଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ସଭାରେ ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ ବିଶିଷ୍ଟ ହିନ୍ଦୀ କବି ଓ ଲେଖିକା ସବିତା ସିଂହ କହିଲେ ଯେ ସାହିତ୍ୟ ମଣିଷ ଦ୍ୱାରା ନିଜସ୍ୱ ଖୁସି ଓ ସୌଭାଗ୍ୟ ପାଇଁ ସୃଷ୍ଟି ହୁଏ ଏବଂ ଏହି ବିଶ୍ୱର ସମସ୍ତଙ୍କ ପାଇଁ ସୌନ୍ଦର୍ଯ୍ୟ ଓ ସାମାଜିକ ନ୍ୟାୟ ଅନୁସନ୍ଧାନ କରେ। ଉତ୍ସବରେ ଅଧ୍ୟକ୍ଷତା କରି ‘ଇମ୍ପାକ୍ଟ’ର ଟ୍ରଷ୍ଟି ପାରମିତା ପଣ୍ଡା କହିଲେଯେ ଶାରଳା ପୁରସ୍କାର ବିଜେତା ଦେବଦାସ ଛୋଟରାୟ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ପାଇଁ ସବୁବେଳେ ପାଠକ ଓ ଶ୍ରୋତାଙ୍କର ଆଦର ଲାଭ କରିଆସିଛନ୍ତି। ଏହି ଅବସରରେ ବର୍ଷୀୟାନ ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ପ୍ରସିଦ୍ଧ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ର ଫଳକରେ ସମ୍ମାନିତ କରାଯାଇଥିଲା।
also read https://purvapaksa.com/prime-minister-narendra-modi-praises-koraput-coffee/


