୧୯୪୭ ରେ ଭାରତର ସ୍ୱାଧୀନତା ପରଠାରୁ ଭାରତ-ଆମେରିକା ସମ୍ପର୍କ ଉଲ୍ଲେଖନୀୟ ଭାବରେ ବିକଶିତ ହୋଇଛି। କେତେବେଳେ ଏହା ଭଲ ତ କେତେବେଳେ ଖରାପ। ଶୀତଳ ଯୁଦ୍ଧ ମେଣ୍ଟରୁ ଆମେରିକା ସହିତ ପ୍ରାରମ୍ଭିକ ବିବାଦ ସୃଷ୍ଟି ହୋଇଥିଲା। ସୋଭିଏତ୍ ପ୍ରଭାବର ମୁକାବିଲା ପାଇଁ ଆମେରିକା ପାକିସ୍ତାନ ଆଡକୁ ଢଳିଥିଲା। ଯେତେବେଳେ କି ଭାରତ ଗୋଷ୍ଠୀ ନିରପେକ୍ଷ ରହିବା ସହିତ ରୁଷିଆ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲା ଏହା ପାରସ୍ପରିକ ଅବିଶ୍ୱାସ ସୃଷ୍ଟି କରିଥିଲା, ଯାହାର ପରିଣାମ ଥିଲା ୧୯୬୨ ଚୀନ-ଭାରତ ଯୁଦ୍ଧ। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଆମେରିକା ପାକିସ୍ତାନକୁ ସମର୍ଥନ କରି ବଙ୍ଗୋପସାଗରକୁ ଏକ ଯୁଦ୍ଧ ଜାହାଜପଠାଇଥିଲା । ଏଭଳି ଘଟଣା ଦ୍ୱାରା ତିକ୍ତତା ବୃଦ୍ଧି ପାଇଥିଲା। ୧୯୭୦ ଦଶକରେ ଭାରତର ଆଣବିକ କାର୍ଯ୍ୟକ୍ରମ ଉପରେ ଅଧିକ ଚାପ ଦେଖିବାକୁ ମିଳିଥିଲା। ୧୯୭୪ “ସ୍ମାଇଲିଂ ବୁଦ୍ଧ” ପରୀକ୍ଷଣରେ ଆମେରିକା ଫିଡିକିଥିଲା। ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇବା ସହ ଆଣବିକ ଇନ୍ଧନ ଯୋଗାଣ ବନ୍ଦ କରିବାକୁ ପ୍ରବର୍ତ୍ତାଇଥିଲା।
୧୯୭୦ ଦଶକର ଶେଷ ଭାଗରେ ରାଷ୍ଟ୍ରପତି ଜିମ୍ମି କାର୍ଟରଙ୍କ ଅଧୀନରେ ଭାରତର ସୋଭିଏତ୍ ଚୁକ୍ତି ଏବଂ ମାନବିକ ଅଧିକାର ପ୍ରସଙ୍ଗ ହେତୁ ସମ୍ପର୍କ ନିମ୍ନ ସ୍ତରରେ ପହଞ୍ଚିଥିଲା। ୧୯୯୮ ରେ ଭାରତର ପୋଖରାନ୍-୨ ପରମାଣୁ ପରୀକ୍ଷା ସହିତ ଏହା ଖରାପ ହୋଇଯାଇଥିଲା ଆମେରିକା ବ୍ୟାପକ ଅର୍ଥନୈତିକ ଏବଂ ସାମରିକ ପ୍ରତିବନ୍ଧକ ଲଗାଇ ଭାରତକୁ ପ୍ରାୟ ଦୁଇ ବର୍ଷ ଧରି କୂଟନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ବିଚ୍ଛିନ୍ନ କରିଦେଇଥିଲା ।ବିଶ୍ଳେଷକମାନେ ଏହାକୁ ସ୍ୱାଧୀନତା ପରର ସବୁଠାରୁ ଖରାପ ସଙ୍କଟ ବୋଲି ବର୍ଣ୍ଣନା କରିଥିଲେ ଏହି ଅବଧିରେ ବର୍ଷ ବର୍ଷ ଧରି ଅପ୍ରତ୍ୟାଶିତ ପ୍ରଗତି ହୋଇଥିଲା ଏବଂ ଅପ୍ରସାରକୁ ଏକ ଫ୍ଲାସପଏଣ୍ଟ ଭାବେ ଦର୍ଶାଯାଇଥିଲା
୨୦୦୦ମସିହା ପରେ, ରାଷ୍ଟ୍ରପତି କ୍ଲିଣ୍ଟନ୍, ବୁଶ୍ ଏବଂ ଓବାମାଙ୍କ ଅଧୀନରେ ସମ୍ପର୍କ ନାଟକୀୟ ଭାବରେ ଉଷ୍ମ ହୋଇଥିଲା । ୨୦୦୮ ବେସାମରିକ ଆଣବିକ ଚୁକ୍ତି ଏବଂ କ୍ୱାଡ୍ ଗଠନ ଏହି ଉଷ୍ମତାର ଉଦାହରଣ। ତଥାପି,ଗଣ୍ଡଗୋଳିଆ ପରିସ୍ଥିତି ଜାରି ରହିଥିଲା। ୧୯୮୪ ଭୋପାଳ ବିପର୍ଯ୍ୟୟ କର୍ପୋରେଟ୍ ଉତ୍ତରଦାୟିତ୍ୱକୁ ନେଇ ଦୁଇ ଦେଶ ଭିତରେ ସମ୍ପର୍କକୁ ତିକ୍ତ କରିଥିଲା । ୨୦୧୦ରେ ନ୍ୟୁୟର୍କରେ କୂଟନୀତିଜ୍ଞ ଦେବ୍ୟାନୀ ଖୋବ୍ରାଗଡ଼େଙ୍କ ଗିରଫ ଏକ କୂଟନୈତିକ ବିବାଦ ସୃଷ୍ଟି କରିଥିଲା । ୟୁକ୍ରେନ୍ ଯୁଦ୍ଧ ଏବଂ କୋଭିଡ-୧୯ ଟିକା ରପ୍ତାନି ପ୍ରତିବନ୍ଧକ ମଧ୍ୟରେ ଭାରତର ରୁଷିଆ ସମ୍ପର୍କକୁ ନେଇ ବିଡେନ୍ ଯୁଗ ରେ ଅଳ୍ପ କିଛି ଅଶାନ୍ତି ଦେଖିବାକୁ ମିଳିଥିଲା
ସେପ୍ଟେମ୍ବର ୨୦୨୫ ସୁଦ୍ଧା ଉଭୟ ଦେଶ ଭିତରେ ସମ୍ପର୍କ ନ୍ଯୁନତମ ସ୍ତରକୁ ଖସି ଆସିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର “ଆମେରିକା ପ୍ରଥମ” ନୀତି ଦ୍ୱାରା ପ୍ରେରିତ ହୋଇ, ବାଣିଜ୍ୟ ବିବାଦରେ ସମ୍ପର୍କ ଅତ୍ୟନ୍ତ ଖରାପ ହେବାରେ ଲାଗିଛି ।
ALSO READ https://purvapaksa.com/odisha-govt-to-start-land-acquisition-for-jsw-posco-plant-in-keonjhar/
