ଗତ କିଛି ଦିନ ହେଲା ଆରମ୍ଭ ହୋଇଥିବା ଧର୍ମେନ୍ଦ୍ର ମୋହନଙ୍କ ବିବାଦ ଛିଡ଼ିବାର ନାଁ ଧରୁନାହିଁ। ଏମିତି କିଛି ଚର୍ଚ୍ଚା ଏବେ ସାଧାରଣରେ ଜୋର ଧରିଛି। ଉପରେ ସବୁକିଛି ଠିକ ଅଛି ବୋଲି ଦଳୀୟ ସ୍ତରରେ ବାର୍ତ୍ତା ଦେବାକୁ ଚେଷ୍ଟା କରାଉଥିଲେ ବି ଭିତରେ ଭିତରେ ଏ ନିଆଁ କୁହୁଳୁଥିବା ଜଳଜଳ ହୋଇ ଦିଶୁଛି। ଦୀର୍ଘ ଦିନ ପରେ ଶୁକ୍ରବାର ସଂଧ୍ୟାରେ ମୋହନ ଧର୍ମେନ୍ଦ୍ରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ଲାଗୁଥିଲା ସବୁକିଛି ଠିକ୍ ହୋଇଯାଇଛି। କିନ୍ତୁ ଯେତେବେଳେ ମୋହନ ସଭାରେ ପହଞ୍ଚିଲେ ସେତେବେଳୁ ହିଁ ଦେଖିବାକୁ ମିଳିଲା ବିବାଦ। ଅର୍ଥାତ୍ ସେଠାରେ ଯେଉଁ ଭାବଭଙ୍ଗି ଏହି ଦୁଇ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିବା କଥା ସେଭଳି କିଛି ଅନୁଭବ କରିପାରିନଥିଲେ ଉଆପସ୍ଥିତ ଲୋକେ, ରାଜନୈତିକ ସମୀକ୍ଷକ ଓ ରାଜନୀତି ସହ ଜଡ଼ିତ ବ୍ୟକ୍ତି। ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ର ଓ ମୋହନଙ୍କୁ ନେଇ ସବୁକିଛି ଠିକ୍ଠାକ୍ ଚାଲିଛି ବୋଲି ଯେତେ କୁହାଗଲେ ବି ଯେତେବେଳେ ଏମାନେ ଏକାଠି ହୋଇଛନ୍ତି ଫାଟ କିନ୍ତୁ ଜଳ ଜଳ ହୋଇ ଦିଶୁଛି। ପାଖାପାଖି ହୋଇ ବସୁଥିବା ଦୁଇନେତା କଥାବର୍ତ୍ତା ହେବା ତ ଦୂରର କଥା କେହି କାହା ମୁହଁକୁ ବି ଚାହିଁନାହାନ୍ତି ବୋଲି ଲୋକେ କୁହାକୁହି ହେଉଛନ୍ତି।
ନିଜ ନିଜ ଅନୁଗତଙ୍କୁ ଧରି ରାଜ୍ୟ ବିଜେପିର ଏହି ଦୁଇ ମହାରଥି ଯେଉଁଭଳି ଭାବେ ନିଜ ପତିଆରା ତୁଲାଉଛନ୍ତି ତାହା କେବଳ ବିଜେପି କଳିକୁ ପଦାରେ ପକାଉ ନାହିଁ ବରଂ ରାଜ୍ୟର ଦୁଇ ବିରୋଧି କଂଗ୍ରେସ ଓ ବିଜେଡି ପାଇଁ ସୁଯୋଗ ସୃଷ୍ଟି କରୁଛି। ଯେଉଁଥିପାଇଁ ରାଜ୍ୟ ସରକାରଙ୍କୁ ବର୍ଷେ ପୂରିଯାଇଥିବା ବେଳେ ନିଗମ ନିଯୁକ୍ତି ହୋଇପାରିନାହିଁ କି ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଥିବା ଛଅଟି ପଦବୀ ପୂରଣ ହୋଇପାରିନାହିଁ । ରାଜ୍ୟ ବିଜେପିର ଦୁଇ ଗୋଷ୍ଠୀର ଅଙ୍କ ଛିଡ଼ୁନଥିବା ଯୋଗୁଁ ଏହି ନିଯୁକ୍ତି ଅଟକିଥିବାବେଳେ ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ରାଜ୍ୟରେ ଚାଲିଥିବା ଏହି ଦଳୀୟ ଯୁଦ୍ଧକୁ ପ୍ରଶମିତ ପାଇଁ ବିଜେପିର କେନ୍ଦ୍ରୀୟ ନେତାମାନେ ଯେତେ ପ୍ରକାର ଉଦ୍ୟମ କଲେ ବି ସେଥିରେ ସଫଳ ହେଉଥିବା ଲକ୍ଷ୍ୟ କରାଯାଉନାହିଁ। କେନ୍ଦ୍ର ବିଜେପିର ତୁଙ୍ଗ ପଦାଧିକାରୀମାନେ ବାରମ୍ବାର ଓଡ଼ିଶା ଗସ୍ତ କରି ଦଳୀୟ ଫାଟକୁ ଯୋଡ଼ିବାକୁ ଯେତେ ଯାହା କଲେ ବି ଫାଟ ଯୋଡ଼ିହେବା ବଦଳରେ ବଢ଼ି ବଢ଼ି ଚାଲିଛି।
ରାଜ୍ୟ ବିଜେପିରେ ଏହି କ୍ଷମତା କନ୍ଦଳ ଭିତରେ କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତମୁଠା ଧିରେ ଧିରେ ଟାଣ ହେଉଥିବା ଦେଖିବାକୁ ମିଳୁଛି। ରାଜଧାନୀରେ ଅନୁଷ୍ଠିତ ଭାରତନେତ୍ରର ଉଦ୍ଘାଟନୀ ଅବସରରରେ ମଞ୍ଚରେ ମୋହନ ଓ ଧର୍ମେନ୍ଦ୍ରଙ୍କ ଉପସ୍ଥିତି ଏଭଳି ଅନେକ କଥାକୁ ଇଙ୍ଗିତ କରୁଥିବାବେଳେ ମୋହନଙ୍କ ହାବଭାବ କିନ୍ତୁ ତାଙ୍କ କ୍ଷମତାକୁ ଦର୍ଶାଉଥିଲା। ଧର୍ମେନ୍ଦ୍ରଙ୍କ ପାଇଁ ତାଙ୍କ ଅନୁଗତ ମନ୍ତ୍ରୀ ନେତାମାନେ ଯେଉଁ ଆଚରଣ କରୁଥିଲେ ମୋହନ ସହମତି ନ ଥିବା ଜଳ ଜଳ ହୋଇ ଦିଶୁଥିଲା। ଏପରିକି ଧର୍ମେନ୍ଦ୍ର ମଞ୍ଚଉପରେ ମୋହନ ମୁଖ୍ୟମନ୍ତ୍ରୀଙ୍କ ଗାରିମାକୁ ନିଚ କରିବା ପାଇଁ ନିଜ ଆସନରେ ବସି ରହିଥିବା ଚୌକି ଉପରେ ସଭିଙ୍କ ନଜର ଥିଲା। ହେଲେ ଧେର୍ମନ୍ଦ୍ରଙ୍କ ଆଚରଣ ଅନେକଙ୍କୁ ଅସହଜ ମନେ ହେଉଥିଲା। ସଭା ମଞ୍ଚରେ ସମ୍ବର୍ଦ୍ଧନା ପାଇଁ ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଛିଡ଼ା ହୋଇଥିଲେ ସେତେବେଳେ ଧର୍ମେନ୍ଦ୍ର ଏକୁଟିଆ ନିଜ ଆସନରେ ବସି ରହିଥିଲେ। ଏହା ଜଣେ କେନ୍ଦ୍ରମନ୍ତ୍ରୀଙ୍କ କି ପ୍ରକାର ସୌଜନ୍ୟତା ବୋଲି ମଞ୍ଚ ତଳେ ବସିଥିବା ଲୋକମାନେ ଆଲୋଚନା କରୁଥିଲେ। ତେବେ ଏଭଳି ଦୁହିଁଙ୍କ ମଧ୍ୟରେ ଏ ଶୀତଳ ଯୁଦ୍ଧ ଆଉ କେତେଦିନ ଚାଲୁଛି ତାକୁ ହିଁ ଅପେକ୍ଷା।
Also Read https://purvapaksa.com/nuclear-reactor-race-to-moon/

