ନ୍ୟାୟପାଳିକାକୁ ରାଜନୈତିକ ରଣାଙ୍ଗନରେ ପରିଣତ ନ କରିବା ପାଇଁ ସରକାର ଓ ଅନ୍ୟାନ୍ୟ ପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ସୁପ୍ରିମ୍କୋର୍ଟ ସୋମବାର କୋର୍ଟରୁମ୍ ଭିତରକୁ ରାଜନୈତିକ ଆଖ୍ୟାନ ଅନୁପ୍ରବେଶର ବଢୁଥିବା ଧାରାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଦୁଇଟି ଭିନ୍ନ ଅଥଚ ଅନୁରୂପ ମାମଲାରେ ଖଣ୍ଡପୀଠର ନେତୃତ୍ବ ନେଉଥିବା ପ୍ରଧାନ ବିଚାରପତି ଜଷ୍ଟିସ ଭୂଷଣ ଆର୍ ଗଇ କହିଛନ୍ତି ଯେ ରାଜନୈତିକ ଲଢ଼େଇ ସାମ୍ବିଧାନିକ ଅଦାଲତରେ ନୁହେଁ ବରଂ ନିର୍ବାଚନ ମଇଦାନରେ ଲଢ଼ିବାକୁ ପଡ଼ିବ ।
ପଶ୍ଚିମବଙ୍ଗରେ ହଜାର ହଜାର ଶିକ୍ଷକ ନିଯୁକ୍ତିକୁ ଅବୈଧ କରିଥିବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ସମାଲୋଚନା କରି ସାର୍ବଜନୀନ ମନ୍ତବ୍ୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବା ଲାଗି ଆଟଣ୍ଡି ଜେନେରାଲଙ୍କ ସମ୍ମତି ପାଇଁ ଅନୁରୋଧ କରାଯାଇଛି । କିନ୍ତୁ ପ୍ରଧାନ ବିଚାରପତି ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ଆପଣ ଏତେ ନିଶ୍ଚିତ ଯେ ଆପଣଙ୍କୁ ସମ୍ମତି ମିଳିବ ? ଅଦାଲତରେ ଏଭଳି ମାମଲାର ରାଜନୀତୀକରଣ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ଆପଣଙ୍କର ରାଜନୈତିକ ଲଢ଼େଇ ଅଛି, ତେବେ ଏହାକୁ ଅନ୍ୟତ୍ର ଲଢ଼ନ୍ତୁ । ଏହାପରେ ଖଣ୍ଡପୀଠ ମାମଲାର ଶୁଣାଣି ୪ ସପ୍ତାହ ପରେ କରିବାକୁ ଧାର୍ଯ୍ୟ କରିଥିଲେ । ସେହିପରି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ବିରୋଧରେ ଏକ ଆପରାଧିକ ମାମଲା ରଦ୍ଦ କରିବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରିବାକୁ ଖଣ୍ଡପୀଠ ମନା କରିବା ପରେ ରାଜନୀତୀକରଣ ବିରୋଧରେ ସମାନ ଚେତାବନୀ ଦିଆଯାଇଥିଲା।
ମମତା ବାନାର୍ଜୀଙ୍କ ବିରୋଧରେ ଆପରାଧିକ । ଏହି ମାମଲା ସୋସିଆଲ ମିଡିଆରେ ସୂର୍ଯ୍ୟଙ୍କ ବର୍ଷମାନ ଅବମାନନା ମାମଲା ରୁଜୁ କରିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ସୋମବାର ରାଜନୀତୀକରଣ ବିରୋଧରେ ଚେତାବନୀ ଦେଇଛନ୍ତି । ଉତ୍ତର ୨୪ ପ୍ରଗଣାସ୍ଥିତ ଏକ ଦାତବ୍ୟ ଟ୍ରଷ୍ଟ ଆତ୍ମଦୀପ ଦ୍ବାରା ଦାୟର ପିଟିସନରେ ଦର୍ଶାଯାଇଛି ଯେ ମମତାଙ୍କ ବୟାନ ସୁପ୍ରିମ୍କୋର୍ଟଙ୍କ ଏପ୍ରିଲ ରାୟକୁ ଅବମାନନା କରୁଛି । ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂହ ଅଦାଲତଙ୍କୁ ଜଣାଇଥିଲେ ଯେ ଆପରାଧିକ ଅବମାନନା ମାମଲା ଡିଲିଟ୍ ହୋଇଥିବା ପୋଷ୍ଟ ସହିତ ଜଡ଼ିତ ଥିଲା, ଯେଉଁଥିରେ ସେ ଏକ ସ୍ଥାନୀୟ ନ୍ୟୁଜ୍ ପୋର୍ଟାଲରେ ଦାବି କରିଥିଲେ ଯେ ହାଭେରି ଜିଲ୍ଲାର ଜଣେ କୃଷକ ତାଙ୍କ ଜମିକୁ ୱକପ୍ ବୋର୍ଡ ଦ୍ୱାରା ଅକ୍ତିଆର କରାଯାଇଥିବା ଜାଣିବା ପରେ ଆତ୍ମହତ୍ୟା କରିଛନ୍ତି । ହାଇକୋର୍ଟ ସୂର୍ଯ୍ୟଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆର୍କୁ ରଦ୍ଦ କରିବା ପରେ କର୍ଣ୍ଣାଟକ ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ତେବେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରି ଏହି ମାମଲାର ରାଜନୀତିକରଣ ନ କରିବାକୁ କହିଛନ୍ତି।
