ବନ୍ୟାରେ ଭାସୁଛି ଉତ୍ତର ଓଡ଼ିଶା, ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବଢ଼ି ପାଣି। ନାଁ ଖାଇବାକୁ ରନ୍ଧା ଖାଦ୍ୟ ଭଲରେ ମିଳୁଛି ନାଁ ପିବାକୁ ସ୍ୱଚ୍ଛ ପାଣି ମୁନ୍ଦେ ମିଳୁଛି। ଜଳବନ୍ଦୀ ଯନ୍ତ୍ରଣା ଭିତରେ ଛଟପଟ ହେଉଛନ୍ତି ଉତ୍ତର ଓଡ଼ିଶାର ହଜାର ହଜାର ପରିବାର। ଲାଗ୍ ଲାଗ୍ ଦୁଇ ଦୁଇଟି ବନ୍ୟା ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି, ସରକାରୀ ସହାୟତା ଅପେକ୍ଷାରେ ଚାତକ ଭଳି ବନ୍ୟାପ୍ରଭାବିତ ଲୋକ ଚାହିଁ ରହିଥିଲେ ମଧ୍ୟ ବାବୁମାନଙ୍କର ଦେଖା ନାହିଁ। ଦେଖାବି କେମିତି ମିଳିବ ଜଣେ ବାବୁ ମାଡ଼ ଖାଇଲେ ଯେ ସମସ୍ତଙ୍କ ଦେହ ପରା ପିଡ଼ା ହୋଇଛି। ବନ୍ୟା ପାଣି ଭିତରେ ଲୋକଙ୍କୁ ସଙ୍କଟରେ ଛାଡିଦେଇ ସମୂହ ଛିଟିରେ ଯାଇଛନ୍ତି ଓଏଏସ,ଓଆରଏସ ଅଫିସର। ତେବେ ସବୁଠୁ ବଡ଼ ପ୍ରଶ୍ନ ଏ ବାବୁମାନେ କାହା ଇସାରାରେ କାମ କରୁଛନ୍ତି? ବାବୁମାନେ ଲୋକ ସେବକ ନାଁ ଦଳୀୟ ଏଜେଣ୍ଡ? ବାଲେଶ୍ୱର, ବସ୍ତା, ଉଦଳା, ବାରିପଦା, କେନ୍ଦ୍ରାପଡ଼ା ଭଳି ଉତ୍ତର ଓଡ଼ିଶାର ଆନେକ ସ୍ଥାନରେ ସ୍ଥିତି ସପ୍ତାହେ ପରେ ବି ଚିନ୍ତାଜନକ ରହିଛି। ଲୋକେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି। ବନ୍ୟାସାଙ୍ଗକୁ ପରବର୍ତ୍ତି ରୋଗର ଆଶଙ୍କା ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଆଖପାଖ ଜିଲ୍ଲାରେ ଘୁରି ବୁଲୁଥିବା ହଇଜା ଜୀବାଣୁ ଭୟ ଲୋକଙ୍କୁ ରାତି ଶୁଆଇ ଦେଉନି। ଏଭଳି ସ୍ଥିତରେ ଲୋକଙ୍କୁ ଅଧାମରା ଅବସ୍ଥାରେ ଛାଡ଼ି ବାବୁମାନେ ଛୁଟିରେ ରହିବା କେତେଦୂର ଠିକ ଆପଣ ବିଚାର କରନ୍ତୁ।
ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଆଇନ ଗତ କାର୍ଯ୍ୟାନୁଷ୍ଠାନ ଚାଲିଛି, ତଥାପି ଓଏଏସ ଓ ଓଆରଏସ ଅଫିସରଙ୍କ କଲମଛାଡ ଆନ୍ଦୋଳନ ପଛରେ ରାଜନୈତିକ ଗନ୍ଧ ବାରି ହେଉନି କି? ପୁରୁଣା ବସ ଆଉ ବିଜେଡ଼ିକୁ ଖୁସି କରିବା ପାଇଁ ଏହା ଏକ ରୀତିମତ ଚକ୍ରାନ୍ତ ବୋଲି କୁହାଯାଉଛି। ଏହି ସାମୂହିକ ଛୁଟି ପ୍ରମାଣ କରିଦେଇଛି ଯେ, ସରକାରୀ କର୍ମଚାରୀମାନଙ୍କର ନାଁ ଆଇନ ଉପରେ ବିଶ୍ୱାସ ଅଛି ନାଁ ଲୋକଙ୍କ ପ୍ରତି ଦାୟିତ୍ୱ ବୋଧତା ଅଛି। ତେବେ ଏଠାରେ ସବୁଠୁ ବଡ଼ ପ୍ରଶ୍ନ ଯଦି ଏହି ସମୟ ଭିତରେ ବନ୍ୟା ପ୍ରଭାବିତ ଅଞ୍ଚଳରେ କୌଣସି ଅଘଟଣ ଘଟେ ସେଥିପାଇଁ ଉକ୍ତ ଅଞ୍ଚଳରେ ଦୟିତ୍ୱରେ ରହିଥିବା ଅଧିକାର(ଯେଉଁମାନେ ଛୁଟିରେ ଅଛନ୍ତି) ଦାୟୀ ରହିବେ ତ? ସେମାନେ ପରବର୍ତ୍ତି ଦଣ୍ଡ ପାଇଁ ପ୍ରସ୍ତୁତ ତ?
ତେବେ ରାଜ୍ୟରେ ଓଏଏସ ଓ ଓଆରଏସ ଅଧିକାରୀଙ୍କ ସମୂହ ଛୁଟି ନେଇ ସାଧାରଣ ଜନତା ବି ଖୁସି ନାହାନ୍ତି। ସରକାରଙ୍କୁ କିଛି ସମୟ ଦେବା ସହ ନିଜ କାର୍ଯ୍ୟରେ ଯୋଗ ଦେବାକୁ ମୋହନ ବାବୁ ତାଙ୍କ ବିରୋଧରେ କିଛି ବଡ଼ ପଦକ୍ଷପ ନିଅନ୍ତୁ ବୋଲି ସାଧାରଣରେ ଦାବି ଉଠୁଛି। ସୋସିଆଲ ମିଡ଼ିଆରେ ଏହି ପ୍ରସଙ୍ଗରେ ଆନେକ ମତ ପୋଷ୍ଟ ହେଉଛି। କିଏ କହୁଛି ସମୂହ ଲିଭିରେ କାହିଁକି ଯାଇଛନ୍ତି ଏମାନଙ୍କୁ ସରକାର ପୁରା ଛୁଟି ଦେଇ ଦିଅନ୍ତୁ, ତାଙ୍କ ଜାଗାରେ ନୂଆ ପିଲା ପୋଷ୍ଟିଂ ଦିଅନ୍ତୁ, ପୁଣି ଆଉ କେହି କେହି କହୁଛନ୍ତି ଯେଉମାନେ ଭୁଲ କରିଥିଲେ ସେମାନେ ଜେଲରେ, ତାହାଲେ ଓଏଏସ ଓ ଓଆରଏସ ଅଫିସରମାନେ କଣ ପାଇଁ ଛୁଟିରେ ଯାଇଛନ୍ତି? ଏହା କେବଳ ସରକାରଙ୍କୁ ଡରେଇବା ପାଇଁ ହିନ ଚକ୍ରାନ୍ତ ଛଡ଼ା ଆଉ କିଛି ନୁହେଁ, ଯେତିକି ଦିନି ଛୁଟିରେ ରହିବେ ସେତିକି ଦିନର ଦରମା ବନ୍ଦ କରାଯାଉ ତାପରେ ଯାଇ ଚେତିବେ ବୋଲି ଲୋକେ କହୁଛନ୍ତି। ଖାଲି ସେତିକି ନୁହେଁ ଏହା ପାଣ୍ଡିଆନ ଆଉ ବିଜେଡି ନାଟ ବୋଲି ଚର୍ଚ୍ଚା ହେଉଛି । ତେବେ ଦର୍ଶକବନ୍ଧୁ ଆପଣ କୁହନ୍ତୁ ଓଏଏସ ଓ ଓଆରଏସ ଅଫିସରଙ୍କ ସାମୁହିକ ଛୁଟି କେତେ ଦୂର ଠିକ?
Also read https://purvapaksa.com/ghanas-first-hindu-saint-who-propagated-hinduism-among-africans-in-ghana/
