ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସେଥିପାଇଁ ସଜେଇ ହୋଇଛି ସ୍ନାନବେଦୀ। ଅପେକ୍ଷା କରିଛି ମହାପ୍ରଭୁଙ୍କ ଆଗମନୀକୁ । ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀରୁ ସ୍ନାନବେଦୀକୁ ଓଲ୍ହାଇ ଆସିବେ। ଅନ୍ୟପଟେ ଆସନ୍ତାକାଲି ପହଣ୍ଡି ପାଇଁ ରତ୍ନସିଂହାସନ ତଳେ ଚାରମାଳ ବନ୍ଧାଯିବା ସହ ଦଇତାପତି ସେବାୟତଙ୍କ ଦ୍ଵାରା ସେନାପଟା ଲାଗି କରାଯାଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ହେବାକୁ ଥିବାରୁ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିବ। ଅନ୍ୟପଟେ ଆଜି ଭକ୍ତଙ୍କ ସୁରକ୍ଷା,ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟା ସ୍ଥିତିର ସମୀକ୍ଷା କରିଛି ପୋଲିସ ଆଇଜି। ସୁରକ୍ଷା ଦୃଷ୍ଟିକୋଣରୁ ୭୦ପ୍ଲାଟୁନ ଫୋର୍ସ ମୁତୟନ ହେବେ। ସ୍ନାନନିତିକୁ ସୃଙ୍ଖଳିତ କରିବା ପାଇଁଁ ଆଜି ଅପରାହ୍ନ ୨ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ସେପଟେ ନିଜେ ଜିଲ୍ଲାପାଳ ଉପସ୍ଥିତ ରହି ନୀତିକୁ ଶୃଙ୍ଖଳିତ କରିଥିବା ବେଳେ ନିତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତା କାଲି ସକାଳ ୫ଟାରୁ ୭ଟା ମଧ୍ୟରେ ପହଣ୍ଡି ଶେଷ ହେବ।
ଆଉ ଆସନ୍ତା କାଲି ଭୋର ୪ଟା ୩୦ ରୁ ମହାପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହ ସ୍ନାନବେଦୀ ଉପରକୁ ବିଜେ କରିବେ। ଭୋର ୫ଟାରୁ ପହଣ୍ଡି ଆରମ୍ଭ ହୋଇ ୭ଟା ମଧ୍ୟରେ ଶେଷ ହେବାସହ ପହଣ୍ଡି ପରେ ମଙ୍ଗଳାଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି କରାଯାଇ ସକାଳ ୧୨.୨୦ ରୁ ୧.୪୫ ଭିତରେ ପ୍ରତ୍ୟକ୍ଷ ସ୍ନାନନୀତି ଅନୁଷ୍ଠିତ ହେବ । ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସଂଗୃହିତ ସୁବାସିତ ଜଳକୁ ଅଧିବାସ ଗୃହରେ ରଖି ଆସନ୍ତାକାଲି ଗରାବଡୁ ସେବକମାନେ ସଂଗୃହିତ ଜଳକୁ ସ୍ନାନ ବେଦୀକୁ ଆଣିବା ପରେ ପଞ୍ଚଉପଚାର ଵିଧିରେ ମେକାପଙ୍କ ସହାୟତାରେ ଜଳଲାଗି କରାଯିବ । ପରେ ମହାପ୍ରଭୁଙ୍କ ୩ ଟା ୩୦ ରେ ଛେରାପହଁରା ନୀତି ଓ ୪ଟା ୪୦ରେ ହାତୀବେଶ କରାଯାଇ ଭୋଗ ଅନୁଷ୍ଠିତ ହେବ ।
ପରେ ଦୁର୍ଲଭ ହାତୀବେଶକୁ ଭକ୍ତ ଶ୍ରଦ୍ଧାଳୁ ମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ପାଇବେ। ତେବେ ପହଣ୍ଡି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତି ସେବାୟତ ମାନେ ସେନାପଟା ଲାଗି ଗୁପ୍ତ ନୀତି କରିଥିଲେ। ତେବେ ରାତି ପାହିଲେ ଭାଇ ଭଉଣୀଙ୍କ ସହ ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ପ୍ରତକ୍ଷ୍ୟ ସ୍ନାନ କରିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ଜଗନ୍ନାଥ ୩୫ ଗରା,ବଳଭଦ୍ର ୩୩ ଗରା ଓ ଦେବୀ ସୁଭଦ୍ରା ୨୨ ଏବଂ ସୁଦର୍ଶନ ୧୮ ଗରା ସୁଭାସିତ ଜଳ ରେ ସ୍ନାନ କରିବେ। ଏବଂ ଆସନ୍ତାକାଲି ମହାପ୍ରଭୁ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ୱର ରୋଗରେ ପୀଡିତ ହେବେ
ALSO READhttps://purvapaksa.com/northeast-people-demand-apology/