ଯଦି କୌଣସି ମହିଳାଙ୍କ ସ୍ୱାମୀ ମରିଯାଏ ତେବେ ମହିଳା ଜଣକ କିପରି ବିଳାପ କରିଥାଏ ଆମେ ସମସ୍ତେ ନିଶ୍ଚୟ ଦେଖିଥିବା। ସେହିଭଳି ପରିସ୍ଥିତି ଏବେ ବିରୋଧି ଆସନରେ ଥିବା ବିଜେଡିରେ ଦେଖାଦେଇଛି। ବିଜେଡିକୁ ହାଇଜାକ୍ କରିନେବାକୁ ଚକ୍ରାନ୍ତ କରି ଏଥିରେ ବିଫଳ ହୋଇଥିବା ନେତା ଜଣକ ଏବେ ରାଜ୍ୟ ଛାଡ଼ି ବିଦେଶ ଯାଇ ଚାକିରି କରିବେ ବୋଲି ଜଣାପଡ଼ିଛି।
ଏହାକୁ ନେଇ ବିଜୁ ଜନତା ଦଳର ନେତାଏଁ ଏବେ ବିଧବା ଭଳି ବିଳାପ କରିବା ଆରମ୍ଭ କରିଛନ୍ତି। କିଛି ନେତା ତ ତଥାକଥିତ ରଣନୀତିକାରଙ୍କ ପାଖରେ ହାତଯୋଡ଼ି ତାଙ୍କୁ ଛାଡ଼ି ନ ଯିବାକୁ ଗୁହାରି ପଡ଼ିଥିବା କୁହାଯାଉଛି। ଏକଦା ସୋଶାଲ୍ ମିଡିଆର କଣ୍ଟେଣ୍ଟ ନିୟନ୍ତ୍ରଣ କରୁଥିବା ଏହି ଅଭିଯୁକ୍ତ ‘ସ୍ୱାମୀ’ କିନ୍ତୁ କିଛି ସ୍ପଷ୍ଟ କରୁନାହାନ୍ତି। କୁହାଯାଉଛି ଯେ ସେ ଖାଲି ମିଛ ଅଭିନୟ କରୁଛନ୍ତି ଆଉ ଚର୍ଚ୍ଚାରେ ରହିବା ଲାଗି ଏପରି କିଛି କଣ୍ଟେଣ୍ଟ ନିଜର କିଛି ଗୋଡ଼ାଣିଆ ସାମ୍ବାଦିକଙ୍କୁ ବ୍ୟବହାର କରି ପ୍ରଚାର କରୁଛନ୍ତି।
ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ବୋଲି କହିଥିବା ଏହି ତଥାକଥିତ ବିଜେଡି ‘ସ୍ୱାମୀ’ ଏବେ କିଛିଦିନ ହେଲେ ଦଳ ଛାଡ଼ି ବିଦେଶ ଚାଲିଯିବେ ବୋଲି ଏକ ପୋର୍ଟାଲ୍ରେଛ ପ୍ରକାଶ ହୋଇଥିଲା। ଏହି ପୋର୍ଟାଲ୍ ଚଳାଉଥିବା ବ୍ୟକ୍ତି ବିଜେଡି ସରକାର ଥିବା ସମୟରେ ଅଭିଯୁକ୍ତ ‘ସ୍ୱାମୀ’ଙ୍କ ନିକଟତର ବୋଲି ଆଲୋଚନା ହୁଏ। ଏଣୁ ତାଙ୍କ ଦ୍ୱାରା ଲିଖିତ ଖବରକୁ ନୂତନ ପିଢ଼ିର ବ୍ରଡକାଷ୍ଟ ସାମ୍ବାଦିକ ଗୁରୁତ୍ୱ ଦେଇ ନିଜ ପାଇଁ କଣ୍ଟେଣ୍ଟ ତିଆରି କରିବା ସ୍ୱାଭାବିକ।
ଏହି ଖବର ପ୍ରକାଶ ପରେ କିଛି ଗୋଡ଼ାଣିଆ ନେତା ନବୀନ ନିବାସରେ ‘ସ୍ୱାମୀ’ଙ୍କୁ ଭେଟିବା ପାଇଁ ଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ୨ଜଣ ବିଧାୟକ ଥିବାବେଳେ ହାରିଯାଇଥିବା ଦଳର ଜଣେ ଛାମୁଆ ନେତା, ନୟାଗଡ଼, ଯାଜପୁର ଏପରିକି କଟକ ଜିଲ୍ଲାର ଜଣେ ପରିଚିତ ବିଜେଡି ଚେହେରା ସାମିଲ ରହିଛନ୍ତି। ଏପରିକି ରାଜ୍ୟସଭାର ଜଣେ କୁହାଳିଆ ନେତା ବି ଅଛନ୍ତି। ସେମାନେ ବିଜେଡିର ତଥାକଥିତ ‘ସ୍ୱାମୀ’ଙ୍କୁ ଭେଟିବା ପରେ ହାତଯୋଡ଼ି ତାଙ୍କୁ ଓଡ଼ିଶା ନ ଛାଡ଼ିବା ପାଇଁ ଅନୁରୋଧ କରିଛନ୍ତି। ଏପରିକି ବିଜେଡିର ନେତୃତ୍ୱ ସେ ନିଅନ୍ତୁ ବୋଲି ନିବେଦନ କରିଛନ୍ତି। କିନ୍ତୁ ‘ସ୍ୱାମୀ’ ଏହାକୁ ସ୍ମିତ ହାସ୍ୟ ଦେଇ ଏବେ ‘ଛାମୁ’ଙ୍କୁ ନେଇ ନୂଆ ଚକ୍ରାନ୍ତରେ ଦିଲ୍ଲୀ ଯାଇଛନ୍ତି। ସେଠାରେ ନବୀନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମିଶି ଆଲୋଚନା କରିବେ। କିଏ ବିଜେଡିର ବିଧିବଦ୍ଧ ଉତ୍ତରାଧିକାରୀ ହେବେ ତାହାକୁ ଚର୍ଚ୍ଚା କରିବେ।
ଆମ ରାଜ୍ୟର ରାଜନୀତିରେ ପରିବାରବାଦ ସେତେ ସକ୍ରିୟ ନୁହେଁ। ଯଦିଓ ଉତ୍ତରାଧିକାର ସୂତ୍ରରେ କାଁଭାଁ ବିଧାୟକ ବା ସାଂସଦ ଅଥବା ମନ୍ତ୍ରୀ ହୋଇଛନ୍ତି କିନ୍ତୁ ଦଳର ମୁଖିଆ କେବେ ଗୋଟିଏ ପରିବାରରୁ ହେବା ନଜିର ନାହିଁ। ଯଦିଓ ନବୀନ ଜଣେ ମାତ୍ର ଏପରି ଉତ୍ତରାଧିକାରୀ ଯିଏକି ମୁଖ୍ୟମନ୍ତ୍ରୀଙ୍କ ପୁଅଭାବେ ମୁଖ୍ୟମନ୍ତ୍ରୀଙ୍କ ଆସନ ଲାଭ କରିଥିଲେ। କିନ୍ତୁ ଏହା ବିଜୁ ବାବୁଙ୍କ ମୃତ୍ୟୁପରେ କିଛି ବିଜୁ ପ୍ରେମୀଙ୍କ ବଳରେ ସେ ଏହି ପଦବୀ ହାସଲ କରିଥିଲେ। ଏବେ କିନ୍ତୁ ଦଳକୁ ବଞ୍ଚାଇବା ଲାଗି ଦକ୍ଷିଣୀ ପରମ୍ପରାକୁ ବିଜେଡି ବ୍ୟବହାର କରିବାକୁ ଯାଉଛି।
ଏହି ପରିବାରବାଦକୁ ନବୀନ ଆଦୌ ପସନ୍ଦ କରନ୍ତି ନାହିଁ ବୋଲି ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି। ତାହା ହୋଇଥିଲେ ବହୁ ପୂର୍ବରୁ ନବୀନ ବଡ଼ଭାଇଙ୍କ ପୁତ୍ର ଅରୁଣଙ୍କୁ ଓଡ଼ିଶା ରାଜନୀତିରେ ପ୍ରବେଶ କରାଇ ପାରିଥାଆନ୍ତେ। ଏପରିକି ସେ ଅତୀତରେ ରାଜ୍ୟସଭାକୁ ସଦସ୍ୟଭାବେ ନିର୍ବାଚିତ ହେବାକୁ ଆଗ୍ରହୀ ଥିବାର ମଧ୍ୟ ଚର୍ଚ୍ଚା ହୁଏ। ହେଲେ ତାହା ସମ୍ଭବ ହୋଇ ନାହିଁ। ଏଣୁ ତଥା କଥିତ ‘ସ୍ୱାମୀ’ଙ୍କ ଚକ୍ରାନ୍ତରେ ଏବେ ଛାମୁ ଆଉ ଓ ଦଳକୁ ତଥା ନିଜକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି। ଦଳକୁ ବଞ୍ଚାଇବା ପାଇଁ ସେ ପୁଣି ପରିବାରକୁ ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଆସନ୍ତା କିଛିଦିନରେ ଏହା ସ୍ପଷ୍ଟ ହୋଇପାରେ। ଏଣୁ ଅପେକ୍ଷା କରିବା।
Also readhttps://purvapaksa.com/naveen-pandian-camp-in-delhi-four-arun/
