Encounter: ବିଜାପୁର ଓ ଦାନ୍ତେଓ୍ୱେଡ଼ା ଜିଲ୍ଲାର ସୀମାନ୍ତରେ ଥିବା ଏକ ଜଙ୍ଗଲରେ ସକାଳ ପ୍ରାୟ ୭ଟା ବେଳେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା।
ଛତିଶଗଡ଼ ବିଜାପୁର ଜିଲ୍ଲାରେ ଗୁରୁବାର ସୁରକ୍ଷାବାହିନୀ ଏନକାଉଣ୍ଟରରେ ୧୮ ଜଣ ନକ୍ସଲ ନିପାତ ହୋଇଛନ୍ତି।
ଏହି ଏନକାଉଣ୍ଟରରେ ଜଣେ ପୁଲିସ ଯବାନ ମଧ୍ୟ ସହିଦ ହୋଇଛନ୍ତି । ବିଜାପୁରର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ଓ ୨ ଜଣ ସୁରକ୍ଷାକର୍ମୀ ନିହତ ହେବାର ଏକ ମାସ ପରେ ଏହି ଅପରେସନ ଆରମ୍ଭ ହୋଇଛି।
ବିଜାପୁର ଓ ଦାନ୍ତେଓ୍ଵାଡା ଜିଲ୍ଲାର ସୀମାନ୍ତରେ ଥିବା ଏକ ଜଙ୍ଗଲରେ ସକାଳ ପ୍ରାୟ ୭ଟା ବେଳେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଟିମ୍ ବିଜାପୁରର ଗଙ୍ଗଲୁର ଥାନା ଅଞ୍ଚଳରେ (ବିଜାପୁର)ରେ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ୧୮ ଜଣ ନକ୍ସଲଙ୍କ ମୃତଦେହ ସହ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ଏହି ଗୁଳିବିନିମୟରେ ରାଜ୍ୟ ପୁଲିସର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ୟୁନିଟର ଜଣେ ଯବାନ ସହିଦ ହୋଇଛନ୍ତି।
ଏବେ ବି ଉକ୍ତ ଅଞ୍ଚଳରେ ଅପରେସନ୍ ଜାରି ରହିଛି ବୋଲି ସେ କହିଛନ୍ତି। ରାଜ୍ୟର କାଙ୍କେର ଜିଲ୍ଲାରେ ଆଉ ୪ ଜଣ ନକ୍ସଲ ନିହତ ହୋଇଥିବା ପୁଲିସ କହିଛି। ସୂଚନା ଅନୁଯାୟୀ, ନିହତ ନକ୍ସଲଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଏନକାଉଣ୍ଟର ସ୍ଥଳରୁ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।
Previous article:https://purvapaksa.com/penalities-and-fines-for-violating-traffic-rules-in-india/
ଟ୍ରାଫିକ୍ ଜରିମାନା-୨୦୨୫: ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ କଣ ରହିଛି ଦଣ୍ଡବିଧାନ ଏବଂ ଜରିମାନା
