Destination Wedding: ସାଧାରଣ ଲୋକ ହୁଅନ୍ତୁ କି ଅଭିନେତା ବା ରାଜନେତା, ସମସ୍ତେ ଡେଷ୍ଟିନେସନ ୱେଡିଙ୍ଗ କରିବା ପାଇଁ ପସନ୍ଦ କରୁଛନ୍ତି। ସୁନ୍ଦର ଲୋକେସନ ସହ ଅପୂର୍ବ ସାଜସଜ୍ଜାରେ ନିଜ ବିବାହର ଦିନକୁ ଆହୁରି ସ୍ପେସିଆଲ କରିବାକୁ ଚେଷ୍ଟା କରନ୍ତି।
ହେଲେ ସେପଟେ ରାଜ୍ୟ ସରକାର ଓଡ଼ିଶା ବାହାରେ ବିବାହ ନ କରି ସମସ୍ତଙ୍କୁ ଆମ ଓଡ଼ିଶାରେ ଥିବା ପ୍ରାକୃତିକ, ନୈସଗ୍ରୀକ ଏବଂ ମନରୋମ ସ୍ଥାନରେ ବିବାହ କରିବା ପାଇଁ ଆହ୍ୱାନ ଦେଇଥିଲେ। ଓଡ଼ିଶାରେ ମଧ୍ୟ ବାହାର ରାଜ୍ୟ ଭଳି ଭଲ ଡେଷ୍ଟିନେସନ ରହିଛି। ତାକୁ ଚିହ୍ନଟ କରି ଲୋକଲୋଚନକୁ ଆଣିବା ପାଇଁ ଏଠାରେ ବିବାହ କଲେ ଓଡ଼ିଶାବାସୀ ଅଧିକ ଲାଭ ପାଇ ପାରିବେ।
କିନ୍ତୁ ସରକାରଙ୍କ ଏହି ଆହ୍ୱାନକୁ ଅଣଦେଖା କରି ନେତାମାନେ ବାହାର ରାଜ୍ୟରେ ବିବାହ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ବିଜେପି ନେତା ତଥା ଓଡ଼ିଆ ଅଭିନେତା ଅନୁଭବଙ୍କ ମହାନ୍ତିଙ୍କ ବିବାହରୁ ସ୍ପଷ୍ଟ ବାରି ହେଇ ପଡୁଛି। ଅନୁଭବ ତାଙ୍କ ବାନ୍ଧବୀ ଜାଗୃତିଙ୍କୁ ରାଜସ୍ଥାନରେ ବିବାହ କରିଛନ୍ତି।
ସେହିପରି ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ମଧ୍ୟ ରାସ୍ଥାନରେ ବିବାହ କରିଛନ୍ତି। ପୂର୍ବତନ ସାଂସଦ ପ୍ରଦୀପ ମାଝୀ ମଧ୍ୟ ଗତକାଲି ଗୋଆରେ ବିବାହ କରିଛନ୍ତି। ଯଦି ଆମ ଓଡ଼ିଶାର ରାଜନେତାମାନେ ସରକାରଙ୍କ ଆହ୍ୱାନକୁ ନମାନନ୍ତି ତେବେ ସାଧାରଣ ଜନତା ଏହାକୁ ମାନିବେ କେମିତି ? ସରକାର ଯେଉଁ ଉଦ୍ଦେଶ୍ୟ ନେଇ ଏହା କହିଥିଲେ ତାହା ପୂରଣ ହେବ କେମିତି?
ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ବିମାନ ଦୁର୍ଘଟଣା ନା ହତ୍ୟା? ମୋହନ ବାବୁଙ୍କ ବିରୋଧରେ ଆସିଲା ଆଶ୍ଚର୍ଯ୍ୟଜନକ ଅଭିଯୋଗ

