ଆଜି ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଭାରତ ସରକାର ପଠାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। କିଷାନ ସମ୍ମାନ ନିଧି ଯୋଜନାରେ ଏହି ଅର୍ଥ ୨୦୧୮ ଡିସେମ୍ବର ମାସରୁ ପ୍ରଦାନ କରାଯାଉଛି। କୃଷକଙ୍କୁ ସେମାନଙ୍କ ଉତ୍ପାଦନରେ ସହାୟକ ହେବା ଲାଗି ଏହି ଅର୍ଥ ପ୍ରଦାନ କରାଯାଉଛି। ଶତ ପ୍ରତିଶତ କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ଅର୍ଥ ପ୍ରଦାନ କରାଯାଉଛି।
କୃଷି ମନ୍ତ୍ରାଳୟର ସୂଚନା ଅନୁସାରେ ଆଜି ଏହି ଯୋଜନାର ୧୯ତମ କିସ୍ତି ଚାଷୀଙ୍କୁ ପ୍ରଦାନ କରାଯାଇବ। ବିଭିନ୍ନ ରାଜ୍ୟା ୯ କୋଟି ୮୦ ଲକ୍ଷ କୃଷକ ଙ୍କ ଆକାଉଣ୍ଟକୁ ଏହି ଅର୍ଥ ସିଧାସଳଖ ପହଞ୍ଚିବ। ଡିବିଟି ମାଧ୍ୟମରେ ଏହି ଅର୍ଥ ପହଞ୍ଚିବ ବୋଲି କୁହାଯାଇଛି।
ବିହାରର ଭାଗଲପୁରଠାରେ ଏକ ଜନ ସମାବେଶକୁ ଉଦବୋଧନ ଦେବା ଅବସରରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ ବୋଲି କୃଷିମନ୍ତ୍ରୀ ଶିବରାଜସିଂହ ଚୌହାନ ସୂଚନା ଦେଇଛନ୍ତି। ଆଧାର ସଂଖ୍ୟା ଓ ମୋବାଇଲ୍ ନମ୍ବର ସଂଯୁକ୍ତ ଥିବା ଆକାଉଣ୍ଟକୁ ଏହି ଅର୍ଥ ଆସିବ। ଯେଉଁମାନେ ନିଜର ମୋବେଇଲ୍ ନମ୍ବରକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସେମାନେ ପିଏମ୍ କିଷାନ୍ ଡଟ ଗଭ୍ ଡଟ୍ ଇନ୍ (pmkishan.gov.in)କୁ ଯାଇ ନିଜର ମୋବାଇଲ୍ ନମ୍ବର ଅପ୍ଡେଟ୍ କରିପାରିବେ। ଏହି ଓ୍ୱେବ୍ସାଇଟ୍ର ଫାର୍ମର୍ସ କର୍ଣ୍ଣରଠାରେ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଲାଗି ବ୍ୟବସ୍ଥା ରହିଛି। ଓଟିପି ମାାଧ୍ୟମରେ ଏହି ନମ୍ବର ସଂଯୁକ୍ତ ହୋଇପାରିବ।
ସେହିପରି ଯୋଗ୍ୟ ନୂଆ ହିତାଧିକାରୀ ମଧ୍ୟ ଏହି ପୋର୍ଟାଲରେ ନିଜର ନାମ ପଞ୍ଜିକରଣ କରିବାରିବା ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କର ଦୁଇ ହେକ୍ଟର ଜମିରୁ କମ୍ ଜମି ଥିବା ଚାଷୀ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ପ୍ରମାଣପତ୍ରକୁ ପ୍ରଦାନ କରି ଏହି ପୋର୍ଟାଲରେ ନାମ ସଂଯୁକ୍ତ କରିପାରିବେ।
Also readhttps://purvapaksa.com/rss-chief-mohan-bhagwat-speaks-out-against-casteism-calls-for-unity/
ବନ୍ଧୁତାକୁ ବଢ଼ାଇବା ପାଇଁ ଜାତି, ଧର୍ମ ଓ ଆଞ୍ଚିଳକ ବାଦ୍ରୁ ଉପରକୁ ଉଠିବାକୁ ଭାଗବତଙ୍କ ଆହ୍ୱାନ


